Thursday, October 29, 2026
Business

ଟାଟା ପାୱାରର ଡିସ୍‌କମ୍ ଦ୍ୱାରା କଳାହାଣ୍ଡି ଅଂଚଳରେ ସ୍ଥାନୀୟ ନିର୍ମାତାଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅଂଚଳରେ ବହୁ ପରିବାର ପାଇଁ କର୍ମନିଯୁକ୍ତି ସୃଷ୍ଟି

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡ଼ିଷ୍ଟ୍ରିବ୍ୟୁସନ ଲିମିଟେଡ଼ (ଟିପିଡବ୍ଲ୍ୟୁଓଡିଏଲ୍‌) ପକ୍ଷରୁ ରାଜ୍ୟର ଅନୁନ୍ନତ ଅଂଚଳରେ ଥିବା ଉତ୍ପାଦନକାରୀମାନଙ୍କୁ ସକ୍ଷମ କରାଯାଉଛି । ଅଧିପ୍ ଇଞ୍ଜିନିୟର୍ସ ଆଣ୍ଡ୍ କନଷ୍ଟ୍ରକ୍ସନର ଶ୍ରୀ ବିବ୍ରତ କୁମାର ନନ୍ଦୀଙ୍କ ତତ୍ୱାବଧାନରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ଠାରେ ଏକ କଂକ୍ରିଟ ବିଦ୍ୟୁତ ଖୁଂଟ (ପିଏସ୍‌ସି ଖୁଂଟ) ଉତ୍ପାଦନ କାରଖାନା ସ୍ଥାପନ କରାଯାଇଛି ।
ପିଏସ୍‌ସି ଖୁଂଟ ହେଉଛି ସିମେଂଟ୍ କଂକ୍ରିଟରେ ତିଆରି କରାଯାଉଥିବା ଏକ ବିଦ୍ୟୁତ ଖୁଂଟ ଯାହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ବହୁତ କମ୍ । ବିଦ୍ୟୁତ ବଂଟନ ଶିଳ୍ପରେ ନିର୍ଧାରଣ ହୋଇଥିବା ଗୁଣାତ୍ମକମାନକୁ ମଧ୍ୟ ଏହା ପୂରଣ କରୁଛି । ବିଦ୍ୟୁତ ସଂଯୋଗ ପ୍ରଦାନ, ଫିଟିଙ୍ଗ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏହି ଖୁଂଟଗୁଡ଼ିକ ବ୍ୟାପକ ଭାବେ ବ୍ୟବହାର କରାଯାଉଛି ।
୨୦୨୩ ମାର୍ଚ୍ଚରେ କାର୍ଯ୍ୟକ୍ଷମ ହୋଇଥିବା ଏହି କାରଖାନାର ମାସିକ ବିଦ୍ୟୁତ ଖୁଂଟ ଉତ୍ପାଦନ କ୍ଷମତା ୨୦୦୦ ରହିଛି । ପଶ୍ଚିମ ଓଡ଼ିଶାର ୯ ଗୋଟି ଜିଲ୍ଲାରେ ୪୮,୩୭୩ ବର୍ଗ କିଲୋମିଟର ଅଂଚଳରେ ବିଦ୍ୟୁତ ବଂଟନ କରୁଥିବା ଟିପିଡବ୍ଲ୍ୟୁଓଡିଏଲ୍‌ର ସଂପ୍ରସାରଣ କାର୍ଯ୍ୟରେ ସହାୟକ ହେବା ସହ ୨୫ ଗୋଟି ପରିବାରକୁ ଜୀବନ ଜୀବିକା ପ୍ରଦାନ କରିଛି ।
ଟାଟା ପାୱାରର ସଭାପତି (ଟିଆଣ୍ଡଡି) ସଞ୍ଜୟ ବାଙ୍ଗାଙ୍କ କହିବା ଅନୁଯାୟୀ, “ଓଡ଼ିଶା ଭାରତ ବର୍ଷରେ ଶିଳ୍ପ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ଏହି ଶିଳ୍ପ ରୂପାନ୍ତରଣ ପ୍ରକିୟାରେ ଟାଟା ପାୱାର ଓଡ଼ିଶା ସରକାରଙ୍କ ସହିତ ଜଡ଼ିତ ହୋଇଥିବାରୁ ଆମେ ଉଲ୍ଲସିତ ଓ ଗର୍ବିତ । କଳାହାଣ୍ଡି ଜିଲ୍ଲାରେ ସ୍ଥାପନ ହୋଇଥିବା ଏହି କାରଖାନା “ମେକ୍ ଇନ୍ ଓଡ଼ିଶା”ର ଲକ୍ଷ୍ୟ ହାସଲ ଦିଗରେ ଏକ ଅନ୍ୟତମ ଉଦାହରଣ । ବିଦ୍ୟୁତ ବିତରଣ ଭିତିଭୂମି ସ୍ଥାପନରେ ସ୍ଥାନୀୟ ଉଦ୍ୟୋଗୀ ଓ ଶିଳ୍ପଙ୍କ ସହ ଆମେ ଏହି ଅଂଚଳର ପ୍ରଗତି ଓ ଉନ୍ନତିର ଏକ ନୂତନ ପରମ୍ପରା ଗଠନ କରିଛୁ । ଜନସାଧାରଣଙ୍କ ଆର୍ôଥକ ଅଭିବୃଦ୍ଧି ଓ ସାମାଜିକ ସମୃଦ୍ଧି କରିବା ଲାଗି ଏକ ବ୍ୟାପକ ଓ ଅଧିକ କ୍ରିୟାଶୀଳ ଶିଳ୍ପାୟନ ଯୁଗ ସୃଷ୍ଟିରେ ଆମେ ସହାୟକ ହୋଇପାରିଛୁ ।

ଏହି ଅବସରରେ ଅଧିପ୍ ଇଞ୍ଜିନିୟର୍ସ ଆଣ୍ଡ୍ କନଷ୍ଟ୍ରକ୍ସନର ଶ୍ରୀ ବିବ୍ରତ କୁମାର ନନ୍ଦୀ ପ୍ରକାଶ କରିଛନ୍ତି ଯେ, ଟିପିଡବ୍ଲ୍ୟୁଓଡିଏଲ୍‌ର ସହଯୋଗ ଓ ପ୍ରୋତ୍ସାହାନ ପାଇ ଏହି ଶିଳ୍ପ ପ୍ରତିଷ୍ଠା କରିଥିବାରୁ ମୁଁ ଟିପିଡବ୍ଲ୍ୟୁଓଡିଏଲ୍‌କୁ ହୃଦୟର ସହିତ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରୁଛି ।
ଏହା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଂଚଳର ବାସୀନ୍ଦାଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି ।“ମେକ୍ ଇନ୍ ଓଡ଼ିଶା” ର ମହତ ଉଦ୍ଦେଶ୍ୟ ସାଧନ କରିବା ଏବଂ ମିଳିତ ଭାବେ ସାମାଜିକ ଓ ଆର୍ôଥକ ଅଭିବୃଦ୍ଧିର ସୁଯୋଗ ସୃଷ୍ଚି କରିଥିବାରୁ ଆମେ ଅତ୍ୟନ୍ତ ଗର୍ବିତ ମନେ କରୁଛୁ । ଆମ ସଂସ୍ଥା ଟାଟା ଗ୍ରୁପର ସାମାଜିକ ମୂଲ୍ୟବୋଧ ଓ ଜୁନାଗଡ଼ ଅଂଚଳରେ ବାସ କରୁଥିବା ଲୋକମାନଙ୍କ ଜୀବନରେ ଦୀର୍ଘସ୍ଥାୟୀ ପରିବର୍ତନ ଆଣିବା ପାଇଁ ସଦା ସର୍ବଦା ଉଦ୍ୟମ କରିଆସିଛି । ଓଡ଼ିଶା ରାଜ୍ୟରେ ମୁଣ୍ଡ ଟେକିଥିବା ବିଭିନ୍ନ ଶିଳ୍ପ ଓ ସ୍ଥାନୀୟ ନିର୍ମାତା ଓ ଓଡ଼ିଶାର ଠିକାଦାର ମାନଙ୍କୁ ଟିପିଡବ୍ଲ୍ୟୁଓଡିଏଲ୍ ସହାୟତା ପ୍ରଦାନ କରୁଥିବାରୁ ସାମାଜିକ ଉନ୍ନତି ତଥା ସରକାରଙ୍କ ଲକ୍ଷ୍ୟ ସାଧନରେ ଅତ୍ୟନ୍ତ ସହାୟକ ହୋଇପାରିଛି । ଓଡ଼ିଶାରେ ବିଦ୍ୟୁତ ବିତରଣ ସେବାର ଏକ ଅଂଶୀଦାର ଭାବେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌, ଟିପି ସାଉଥ, ଟିପି ନର୍ଦନ ଏବଂ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ନାମରେ ଚାରୋଟି ବିତରକ ସଂସ୍ଥା ଜରିଆରେ ସାରା ରାଜ୍ୟରେ ବିଦ୍ୟୁତ ବିତରଣ ସେବାକୁ ପରିଚାଳନା କରୁଛି । ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ପ୍ରାୟ ୨୦୦୦ ସ୍ଥାନୀୟ ସରଂଜାମ ବିକ୍ରେତା ଏବଂ ୭୦୦ରୁ ଅଧିକ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଶିଳ୍ପ ଏହି ଚାରିଗୋଟି ବିଦ୍ୟୁତ ବିତରକ ସଂସ୍ଥା ସହିତ ମିଳିତ ଭାବେ କାର୍ଯ୍ୟ କରି ବ୍ୟାପକ କର୍ମ ନିଯୁକ୍ତି ସୃଷ୍ଟି କରିବା ସହ ସ୍ଥାନୀୟ ଭିତିଭୂମିର ଉନ୍ନତିରେ ବହୁ ପରିବର୍ତନ ଆଣିପାରିଛି ।ଏହା ଆଗାମୀ ଦିନରେ ମଧ୍ୟ କ୍ରିୟାଶୀଳ ରହିବ ।

Share

Leave a Reply

Your email address will not be published. Required fields are marked *

18 − 10 =