ରୁଙ୍ଗ୍‌ଟା ଷ୍ଟିଲ୍ ପକ୍ଷରୁ କନ୍ଧମାଳରେ ଡିଲର୍ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଅଗ୍ରଣୀ ଟିଏମ୍‌ଟି ବାର୍ ଓ ସମନ୍ୱିତ ଇସ୍ପାତ ଉତ୍ପାଦ ନିର୍ମାତା ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ଦେବରାଜ ପଣ୍ଡା ଆଣ୍ଡ୍ କୋ ସହଯୋଗରେ ଓଡ଼ିଶାର କନ୍ଧମାଳ ସ୍ଥିତ ହୋଟେଲ୍ ସ୍ନୋ ଭିଉରେ ଏକ ଡିଲର ସମ୍ମିଳନୀ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟହେଉଛି ଓଡ଼ିଶାର ବିଭିନ୍ନ ଅଂଚଳର ଡିଲରମାନଙ୍କୁ ଏକତ୍ରୀତ କରି ସେମାନଙ୍କ ଭିତରେ ଯୋଗାଯୋଗ ବଢ଼ାଇବା, ଚିନ୍ତାଧାରର ଆଦାନପ୍ରଦାନ କରିବା ଏବଂ ରୁଙ୍ଗଟା ମାଇନ୍‌ସର ଉତ୍ପାଦ ଓ ଭବିଷ୍ୟତ ଯୋଜନା ବିଷୟରେ ଜଣାଇବା ।
ଏହି ସମ୍ମିଳନୀରେ ବହୁ ସଂଖ୍ୟାରେ ଡିଲର ଯୋଗ ଦେଇ ଏକ ସହଯୋଗିତାର ବାତାବରଣ ସୃଷ୍ଟି କରିଥିଲେ ଯାହା ମିଳିତ ଶିକ୍ଷା ଓ ସଫଳତାକୁ ପାଳନ କରୁଛି । ଏହି କାର୍ଯ୍ୟକ୍ରମ ଅବସରରେ ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ଉନ୍ନତ ଉତ୍ପାଦ ଓ ନବସୃଜନ ପ୍ରତି ପ୍ରତିବଦ୍ଧତାକୁ ପ୍ରଦର୍ଶନ କରାଯାଇଛି । ଡିଲର ସମ୍ମିଳନୀ ଅବସରରେ ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ଇସ୍ପାତ ଓ ଟିଏମ୍‌ଟି ଶିଳ୍ପର ଅଭିବୃଦ୍ଧି ସମ୍ଭାବନା ଉପରେ ଆଲୋକପାତ କରଯାଇଥିଲା ।
ରୁଙ୍ଗଟା ଷ୍ଟିଲ୍‌ର ମୁଖ୍ୟ ମହାପ୍ରବନ୍ଧକ ଓ ସେଲ୍‌ସ ଓ ମାର୍କେଟିଂ ମୁଖ୍ୟ (ଟିଏମ୍‌ଟି ଓ ଓୟାର ରଡ୍‌) ଶ୍ରୀ ଅରବିନ୍ଦ କୁମାର କହିଛନ୍ତି ଯେ ଏହି ଡିଲର ସମ୍ମିଳନୀଗୁଡ଼ିକ ନିରନ୍ତର ଭାବେ ସେମାନଙ୍କ ସ୍ୱପ୍ନ ପୂରଣ କରୁଥିବା ବେଳେ ରୁଙ୍ଗଟା ଷ୍ଟିଲ୍ ନବସୃଜନ ଓ ସହଯୋଗିତାକୁ ଯେଉଁ ଗୁରୁତ୍ୱ ଦେଉଛି ତାହା ଜଣାଉଛି । ଇସ୍ପାତ କ୍ଷେତ୍ରରେ ସକାରାତ୍ମକ ପରିବର୍ତନକୁ ଆଗକୁ ବଢ଼ାଇବା ଓ ଅଂଶୀଦାରଙ୍କ ନେଟ୍‌ୱର୍କକୁ ସମ୍ପ୍ରସାରଣ ଲାଗି ସେମାନଙ୍କ ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ରୁଙ୍ଗଟା ଷ୍ଟିଲ୍ ଏହାର ସହଯୋଗୀମାନଙ୍କ କଥାକୁ ବେଶ ଗୁରୁତ୍ୱ ପ୍ରଦାନ କରୁଛି । ଏହି କାର୍ଯ୍ୟକ୍ରମ ରୁଙ୍ଗଟା ଷ୍ଟିଲ୍ ଓ ତାହାର ଡିଲର୍‌ମାନଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରି ଖୋଲା ଆଲୋଚନା ଏବଂ ମତାମତ ପାଇଁ ଏକ ମଂଚ ପ୍ରଦାନ କରିଛି ।

Share

Leave a Reply

Your email address will not be published. Required fields are marked *

four × one =