ମହିନ୍ଦ୍ରା ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ଇଲେକ୍ଟ୍ରିକ୍ ଏସ୍‌ୟୁଭି “ଭିଜନ ଥାର୍‌.ଇ” ଉନ୍ମୋଚିତ

ଭୁବନେଶ୍ୱର: ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ସହାୟକ ସଂସ୍ଥା ମହିନ୍ଦ୍ରା ଇଲେକ୍ଟ୍ରିକ୍ ଅଟୋମୋବାଇଲ୍‌ସ ଲିମିଟେଡ୍ (ଏମ୍‌ଇଏଏଲ୍‌) ପକ୍ଷରୁ ଦକ୍ଷିଣ ଆଫ୍ରିକାର କେପ୍ ଟାଉନ୍‌ରେ ଆୟୋଜିତ ଫ୍ୟୁଚର୍‌ସ୍କେପ୍ କାର୍ଯ୍ୟକ୍ରମରେ ଆକର୍ଷଣୀୟ “ଭିଜନ ଥାର୍‌.ଇ”କୁ ଉନ୍ମୋଚନ କରାଯାଇଛି । ଏହା ହେଉଛି ଏହି କିମ୍ବଦନ୍ତୀ ଏସ୍‌ୟୁଭିର କେବଳ ଇଲେକ୍ଟ୍ରିକ୍ ରୂପର ଆବିର୍ଭାବ ନୁହେଁ ବରଂ ଡିଜାଇନ୍ ରୂପାନ୍ତର ଦୃଷ୍ଟିରୁ ମଧ୍ୟ ଏହାର ମହିନ୍ଦ୍ରାର ଅସଲି ଏସ୍‌ୟୁଭିର ଭାବକୁ ପରିପ୍ରକାଶ କରୁଛି ।
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ସଭାପତି-ଅଟୋମୋଟିଭ୍ ସେକ୍ଟର ବିଜୟ ନାକ୍‌ରା କହିଛନ୍ତି ଯେ, “ଭିଜନ୍ ଥାର୍‌.ଇ ହେଉଛି ନବସୃଜନ ଓ ଡିଜାଇନ୍ ଦର୍ଶନରେ ଅଗ୍ରଦୂତର ଏକ ପ୍ରତୀକ ଏବଂ ମହିନ୍ଦ୍ରା ପାଇଁ ସ୍ୱତନ୍ତ୍ର ଓ ବିଶ୍ୱ ପାଇଁ ନିର୍ଦ୍ଦଷ୍ଟ । ଥାର୍‌. ଇ ଆମ ସମସ୍ତଙ୍କୁ ସାଲିସବିହୀନ ଭାବେ ଅନୁସନ୍ଧାନ କରିବାର ରୋମାଂଚକୁ ବଢ଼ାଇବ । ସାରା ବିଶ୍ୱରେ ଦାୟିତ୍ୱବାନ ଉପଯୋଗିତାକୁ ନେଇ ଯେଉଁ ଆନ୍ଦୋଳନ ଚାଲିଛି ସେହି ଅନୁସାରେ ଗ୍ରହ ସକାରାତ୍ମକ ଆଡ଼କୁ ଅଗ୍ରସର ହେବା ଲାଗି ଦୀର୍ଘସ୍ଥାୟୀ ଉପକରଣ ବ୍ୟବହାର କରିବା ଉପରେ ଆମେ ଗୁରୁତ୍ୱାରୋପ କରିଛୁ ଯାହା ଥାର୍‌.ଇକୁ ଉଭୟ ଅସୀମ ଓ ସମୟୋପଯୋଗୀ କରିପାରିଛି ।’’
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡ୍‌ର ଚିଫ୍ ଡିଜାଇନ୍ ଅଫିସର ପ୍ରତାପ ବୋଷ କହିଛନ୍ତି ଯେ, “ଭିଜନ ଥାର.ଇକୁ ସୃଷ୍ଟି କରିବା ହେଉଛି ଏକ ଶକ୍ତିଶାଳୀ ଓ ଅଭିନବ ଭବିଷ୍ୟତକୁ ଗ୍ରହଣ କରିବା । ଆମର ଡିଜାଇନ୍ ଏକ ନୂଆ ପଥ ଆବିସ୍କାର କରିଛି ଯାହା ମହିନ୍ଦ୍ରାର ଉନ୍ନତ ପରିକଳ୍ପନା ଓ ଭାବନା ପ୍ରତି ରହିଥିବା ପ୍ରତିବଦ୍ଧତାର ପ୍ରମାଣ । ଆମେ ଏହାର ରୋମାଂଚ ଭାବ ଓ ଅଫ୍‌-ରୋଡିଂ ଦକ୍ଷତାକୁ ବଜାୟ ରଖିଛୁ ଯାହା ଥାର୍ ପାଇଁ ଜରୁରୀ । ଏଥି ସହିତ ଆମେ ଇଲେକ୍ଟ୍ରିକ୍ ଏସୟୁଭି କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛୁ । କେବଳ ଆଉ ଏକ ଅଫରୋଡର ବିକାଶ କରାଯାଇନାହିଁ । ଆମର ମୂଳତତ୍ୱକୁ ନପାଶୋରି ଅଟୋମୋବାଇଲ୍ ଡିଜାଇନ୍ କ୍ଷେତ୍ରରେ ପ୍ରଗତିଶୀଳ ପଦକ୍ଷେପ ପାଇଁ ରହିଥିବା ଲକ୍ଷ୍ୟକୁ ଏହା ଦର୍ଶାଉଛି । ଥାର.ଇ ହେଉଛି ଏକ ଆକର୍ଷଣୀୟ ଓ ଦାୟିତ୍ୱବାନ ଭବିଷ୍ୟତର ଘୋଷଣା ।’’
ଏଥିରେ ଅନେକ ସ୍ୱତନ୍ତ୍ର ଉପାଦାନ ରହିଛି ଯାହା ଏହାକୁ ଏକ ଭିନ୍ନ ଏସ୍‌ୟୁଭିରେ ପରିଣତ କରିପାରିଛି । ଏହାର ଦୃଢ଼ ଡିଜାଇନ୍ ଦର୍ଶନ ଏସ୍‌ୟୁଭିର ଅସୀମ ଭାବ ଏବଂ ବିଶ୍ୱାସ ସହିତ ଖାପଖାଉଛି ଯାହା ସବୁ ରାସ୍ତାକୁ ସୁହାଇବ । ଏହାର ଭିତର ଓ ବାହାର ପାଶ୍ୱର୍ର ଡିଜାଇନ୍‌କୁ ବେଶ ସ୍ୱତନ୍ତ୍ର କରାଯାଇପାରିଛି । ଡିଜାଇନ୍‌ରେ ନୂଆ ନୂଆ ବିଷୟ ବ୍ୟବହାର କରିବାକୁ ଉଦ୍ୟମ କରାଯାଇଛି । ଦୀର୍ଘସ୍ଥ୍ରାୟୀ ଉପକରଣ ବ୍ୟବହାର ଉପରେ ଏଥିରେ ଗୁରୁତ୍ୱାରୋପ କରାଯାଇଛି । ଭବିଷ୍ୟତର ଏହି ଇଲେକ୍ଟ୍ରିକ୍ ଯାନ ଭିଜନ ଥାର.ଇକୁ ଦେଖିବା ଓ ପରଖିବା ଲାଗି ମହିନ୍ଦ୍ରା ପକ୍ଷରୁ ଆପଣମାନଙ୍କୁ ଆହ୍ୱାନ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

three × 3 =