ବଲିଉଡ୍ ତାରକା ସୋନାକ୍ଷୀ ସିହ୍ନାଙ୍କ ଦ୍ୱାରା ଯାଜପୁରରେ କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମ୍ ଉଦ୍‌ଘାଟିତ

ଓଡ଼ିଶାରେ କଂପାନିର ଷଷ୍ଠ ଷ୍ଟୋର୍
 ବିଶ୍ୱସ୍ତରୀୟ ପରିବେଶରେ ପୃଷ୍ଠପୋଷକଙ୍କୁ ଦେବ ବିଳାସପୂର୍ଣ୍ଣ ସପିଙ୍ଗର ଅନୁଭବ
 ଶୁଭାରମ୍ଭ ଅବସରରେ ମେଗା ରିହାତି ଅଫର ଘୋଷଣା
ଯାଜପୁର: ଯାଜପୁର ରୋଡ୍‌ର ଅର୍ଜୁନ କମ୍ପେ୍ଳକ୍ସରେ କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମ୍ ଉଦ୍‌ଘାଟନ କରିବା ଲାଗି ଆସିଥିବା ବଲିଉଡ୍ ତାରକା ସୋନାକ୍ଷୀ ସିହ୍ନାଙ୍କ ଗୋଟିଏ ଝଲକ ପାଇବା ଲାଗି ଯାଜପୁର ସହର ଆଜି ଅଟକି ଯାଇଥିଲା । ଯାଜପୁରରେ କଲ୍ୟାଣ ଜୁଏଲର୍ସ ପ୍ରବେଶ କରିଥିବା ବେଳେ ଏହି ନୂଆ ସୋ’ରୁମ୍‌ରେ କଲ୍ୟାଣ ଜୁଏଲର୍ସର ବ୍ୟାପକ ବର୍ଗମାଳାର ଡିଜାଇନ୍ ରହିଛି । ପୃଷ୍ଠପୋଷକମାନେ ଏକ ବିଶ୍ୱସ୍ତରୀୟ ପରିବେଶରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ଅତୁଳନୀୟ ଅନୁଭୂତି ପାଇବେ । ଏହା ରାଜ୍ୟରେ କଂପାନିର ଷଷ୍ଠ ଷ୍ଟୋର୍ ।
ଏହି ଅବସରରେ ବଲିଉଡ୍ ତାରକା ସୋନାକ୍ଷୀ ସିହ୍ନା କହିଛନ୍ତି ଯେ, “ଯାଜପୁରରେ ଏହି ମେଗା ଉତ୍ସବର ଅଂଶ ହୋଇଥିବାରୁ ମୋତେ ବହୁତ ଖୁସି ଲାଗୁଛି । ଏଠାରେ ଉପସ୍ଥିତ ରହି କଲ୍ୟାଣ ଜୁଏଲର୍ସ ଭଳି ବ୍ରାଣ୍ଡ୍‌କୁ ଉପସ୍ଥାପନ କରୁଥିବାରୁ ବହୁତ ଖୁସି ଯାହା ଭାରତୀୟ ଗହଣା ଦୃଶ୍ୟପଟ୍ଟରେ ନିଜର ପରିବର୍ତନ ଆଣୁଛି । କଲ୍ୟାଣ ଜୁଏଲର୍ସ ପ୍ରଦାନ କରୁଥିବା ଆକର୍ଷଣୀୟ ଡିଜାଇନ୍ ଭାରତ ସମୃଦ୍ଧ ଐତିହ୍ୟ ପ୍ରତି ସମ୍ମାନ ସଦୃଶ । ଏହି ଅଂଚଳର ଲୋକମାନଙ୍କୁ ଅତୁଳନୀୟ ସପିଙ୍ଗ ଅନୁଭୂତି ପ୍ରଦାନ କରିବା ଲାଗି ବ୍ରାଣ୍ଡ୍‌ର ରହିଥିବା ଅତୁଟ ପ୍ରତିବଦ୍ଧତାର ପ୍ରମାଣ ହେଉଛି ଏହି ଆକର୍ଷଣୀୟ ସୋ’ରୁମ୍ । ମୋର ବିଶ୍ୱାସ ରହିଛି ଯେ ଏଠାକାର ପୃଷ୍ଠପୋଷକମାନେ କଲ୍ୟାଣ ଜୁଏଲର୍ସକୁ ଗ୍ରହଣ ଓ ସମର୍ଥନ କରିବେ ।’’
ନୂଆ ସୋ’ରୁମ୍ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “ଏକ କଂପାନି ଭାବେ ଆମେ ଏକ ବଡ଼ ମାଇଲଖୁଂଟ ହାସଲ କରିଛୁ ଏବଂ ଗ୍ରାହକଙ୍କ ସପିଙ୍ଗ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଏକ ସାମଗ୍ରିକ ବ୍ୟବସ୍ଥା ସୃଷ୍ଟି କରିଛୁ । ଆମେ ଅଭିବୃଦ୍ଧି ଯାତ୍ରାର ପରବର୍ତୀ ପର୍ଯ୍ୟାୟ ଆରମ୍ଭ କରିଥିବା ବେଳେ ଯାଜପୁରରେ ନୂଆ ସୋ’ରୁମ୍ ଖୋଲାଯାଇଥିବା ବିଷୟରେ ଘୋଷଣା କରି ବେଶ ଆନନ୍ଦିତ । ଏହି ଉନ୍ମୋଚନ ସହିତ ଓଡ଼ିଶାରେ ଆମେ ଆମର ଭୌଗୋଳିକ ଉପସ୍ଥିତି ବଢ଼ାଇଛୁ ଏବଂ ଆମ ଗ୍ରାହକମାନଙ୍କୁ ଶ୍ରେଷ୍ଠ ମାନର ସପିଙ୍ଗ ଅନୁଭୂତି ପ୍ରଦାନ କରିବା ସହ ବିଶ୍ୱାସ ଓ ସ୍ୱଚ୍ଛତାକୁ ନେଇ କଂପାନିର ରହିଥିବା ମୂଳ ମୂଲ୍ୟବୋଧ ବଜାୟ ରଖିବା ପ୍ରତି ପ୍ରତିବଦ୍ଧ ରହିଛୁ ।’’
ଏହି ନୂତନ ସୋ’ରୁମ୍‌ର ଶୁଭାରମ୍ଭ ଉତ୍ସବକୁ ପାଳନ କରିବା ଲାଗି ସର୍ବନିମ୍ନ ୧ ଲକ୍ଷ ଟଙ୍କାର ସପିଙ୍ଗ ଉପରେ ଗ୍ରାହକଙ୍କୁ କିଣା ମୂଲ୍ୟର ଅଧା ଦାମ୍‌ରେ ୦% ପ୍ରତିଶତ ଗଢ଼ା ମୂଲ୍ୟ ଅଫର ପ୍ରଦାନ କରାଯାଉଛି । କଂପାନିର ସମସ୍ତ ସୋ’ରୁମ୍‌ରେ ସମାନ ଥିବା “କଲ୍ୟାଣ ସ୍ପେସିଆଲ ଗୋଲ୍ଡ ବୋର୍ଡ ରେଟ୍‌’ ଯାହା ବଜାରରେ ସର୍ବନିମ୍ନ ତାହା ଲାଗୁ ହେବ । ଏହି ଅଫର ସୀମିତ ସମୟ ପାଇଁ ବୈଧ ରହିବ ।
କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ ହଲମାର୍କର ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରେ । ଗ୍ରାହକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ପାଇବେ ଯାହା ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉତ୍ପାଦ ବିବରଣୀ ଏବଂ ଏକ୍ସଚେଂଜ୍ ଓ ବାଏ ବ୍ୟାକ୍ ନୀତିରେ ସ୍ୱଚ୍ଛତା ଆଦିର ଗ୍ୟାରେଂଟି ପ୍ରଦାନ କରୁଛି । ବିଶ୍ୱାସନୀୟ ଗ୍ରାହକମାନଙ୍କୁ ଶ୍ରେଷ୍ଠ ପ୍ରଦାନ କରିବା ଲାଗି ବ୍ରାଣ୍ଡ୍‌ର ରହିଥିବା ପ୍ରତିବଦ୍ଧତାର ଅଂଶ ହେଉଛି ଏହି ସାର୍ଟିଫିକେଟ୍ ।
ଏହି ନୂଆ ସୋ’ରୁମ୍‌ରେ କଲ୍ୟାଣ ଜୁଏଲର୍ସର ସାରା ଭାରତରୁ ପ୍ରସ୍ତୁତ କରାଯାଇଥିବା ବ୍ରାଇଡାଲ୍ ଗହଣା ମୁହୁରତର ଷ୍ଟକ୍ ରହିବ । ଏଥି ସହିତ ଏଥିରେ କଲ୍ୟାଣର ଲୋକପ୍ରିୟ ବ୍ରାଣ୍ଡ୍ ତେଜସ୍ୱୀ (ପୋଲକି ଗହଣା), ମୁନ୍ଧ୍ରା (ହାତତିଆରି ଆଂଟିକ୍ ଗହଣା), ନିମାହ (ମନ୍ଦିର ଗହଣା), ଗ୍ଲୋ (ଡ୍ୟାନ୍‌ସିଂ ହୀରା), ଜିଆ (ସୋଲିଟାୟାର ଭଳି ହୀରା ଗହଣା), ଅନୋଖି (ଅନକଟ ହୀରା), ଅପୂର୍ବା (ସ୍ୱତନ୍ତ୍ର ଅବସର ପାଇଁ ହୀରା), ଅନ୍ତରା (ବିବାହ ଗହଣା), ରଙ୍ଗ (ପ୍ରିସିଅସ୍ ଷ୍ଟୋନ୍ ଗହଣା) ଏବଂ ନିକଟରେ ଉନ୍ମୋଚନ ହୋଇଥିବା ଲିଲା (ହୀରା ଓ ସେମି-ପ୍ରିସିଅସ୍ ଷ୍ଟୋନ ଗହଣା) ଆଦି ରହିବ ।
ବ୍ରାଣ୍ଡ୍‌, କଲେକ୍ସନ ଓ ଅଫର ବିଷୟରେ ଅଧିକ ସୂଚନା ଓ ବିବରଣୀ ପାଇଁ ପରିଦର୍ଶନ କରନ୍ତୁ:

https://www.kalyanjewellers.net/

Share

Leave a Reply

Your email address will not be published. Required fields are marked *

16 + 16 =