ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ୨୦୨୩ ସିବି୩୦୦ଆର୍‌ର ବୁକିଂ ଆରମ୍ଭ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଓବିଡି୨ଏ ନିୟମ ପାଳନ କରୁଥିବା ୨୦୨୩ ସିବି୨୦୦ଆର୍‌କୁ ଆଜି ଉନ୍ମୋଚନ କରାଯାଇଛି । ନିଓ ସ୍ପୋର୍ଟସ୍ କାଫେ ରୋଡ୍‌ଷ୍ଟର୍ ଭାବେ ପ୍ରସ୍ତୁତ କରାଯାଇଥିବା ଏହି ମୋଟରସାଇକଲ୍‌ର ବୁକିଂ ଶୁଭାରମ୍ଭ କରାଯାଇଛି । ଗ୍ରାହକମାନେ ନିକଟସ୍ଥ ବିଗ୍‌ୱିଙ୍ଗ୍ ଡିଲରସିପ୍‌ରେ ଏହାର ବୁକିଂ କରିପାରିବେ । ୨୦୨୩ ହୋଣ୍ଡା ସିବି୩୦୦ଆର୍‌ର ମୂଲ୍ୟ ୨,୪୦,୦୦୦ ଟଙ୍କା (ଏକ୍ସ ସୋ’ରୁମ୍‌, ଦିଲ୍ଲୀ) ରହିଛି ।
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଶ୍ରୀ ସୁସ୍ତୁୁମୁ ଓଟାନି କହିଛନ୍ତି ଯେ, “ଓବିଡି୨ଏ ନିୟମ ପାଳନ କରୁଥିବା ଇଞ୍ଜିନ ବ୍ୟବହାର କରାଯାଇଥିବା ୨୦୨୩ ସିବି୩୦୦ଆର୍‌କୁ ଉନ୍ମୋଚନ କରି ଆମେ ବେଶ ଗର୍ବିତ । ଚାରି ମହାଦେଶ ପର୍ଯ୍ୟନ୍ତ ବ୍ୟାପିଥିବା ପରମ୍ପରା ଏବଂ ପ୍ରଦର୍ଶନ ଓ ବିବିଧତାର ଉପଯୁକ୍ତ ସନ୍ତୁଳନ ଥିବା ଏହି ବାଇକ୍ ହେଉଛି ହୋଣ୍ଡାର ଇଞ୍ଜିନିୟରିଂ ଶକ୍ତି, ଡିଜାଇନ୍ ଦର୍ଶନ ଓ ପ୍ରିମିୟମ୍ ଗଠନ ମାନ ପାଇଁ ଯୁବ ଚାଳକମାନଙ୍କ ନିମନ୍ତେ ଏକ ପ୍ରବେଶ ପଥ ।”
୨୦୨୩ ସିବି୨୦୦ଆର୍ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ସେଲ୍‌ସ ଆଣ୍ଡ୍ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଭାରତୀୟ ଚାଳକମାନଙ୍କ ଲାଗି ଆଜି ସିବି୩୦୦ଆର୍‌କୁ ଉନ୍ମୋଚନ କରାଯିବା ସହ ଏଚ୍‌ଏମ୍‌ଏସ୍‌ଆଇର ମଧ୍ୟମ-ଓଜନ ଉଚ୍ଚ ପ୍ରଦର୍ଶନ ମୋଟରସାଇକଲ୍ ଉତ୍ପାଦ ବର୍ଗମାଳା ଆହୁରି ସମୃଦ୍ଧ ହୋଇଛି । ନିଜର ସ୍ୱତନ୍ତ୍ର ସୁବିଧାସୁଯୋଗ ଓ ସଡ଼କରେ ଚମତ୍କାର ଉପସ୍ଥିତି ସହିତ ନୂଆ ୨୦୨୩ ସିବି୩୦୦ଆର୍ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ଆମର ବିଶ୍ୱାସ ରହିଛି ଯେ ଏହା ନୂଆ ଗ୍ରାହକଙ୍କୁ ଆକର୍ଷିତ କରିବ ଏବଂ ସେମାନଙ୍କ ଗାଡ଼ି ଚାଳନା ଅନୁଭୂତିରେ ଉନ୍ନତି ଆଣିବ ।”
ସିବି୧୦୦୦ଆର୍ ଡିଜାଇନ୍‌ରୁ ଅନୁପ୍ରାଣିତ ହୋଇ ନୂଆ ୨୦୨୩ ସିବି୩୦୦ଆର୍‌କୁ ପ୍ରସ୍ତୁତ କରାଯାଇଛି । ଏହାର ବଡ଼ ତେଲ ଟାଙ୍କିକୁ ନିଓ ସ୍ପୋର୍ଟ କାଫେର ଡିଏନ୍‌ଏ ଅନୁସାରେ ପ୍ରସ୍ତୁତ କରାଯାଇଛି । ଏଥିରେ ସମ୍ପୂର୍ଣ୍ଣ ଏଲ୍‌ଇଡି ଲାଇଟ୍ ବ୍ୟବହାର କରାଯାଇଛି । ୧୪୬ କେଜିର ଏହି ବାଇକ୍ ଏହି ବର୍ଗରେ ସବୁଠୁ ହାଲୁକା ହୋଇଥିବା ବେଳେ ଏଥିରେ ଆଡଜଷ୍ଟେବଲ୍ ମୋନୋସକ୍ ଅବ୍‌ଜରବର, ଡୁଆଲ ଚ୍ୟାନେଲ୍ ଏବିଏସ୍‌, ସମ୍ପୂର୍ଣ୍ଣ ଡିଜିଟାଲ୍ ଇନଷ୍ଟ୍ରୁମେଂଟ୍ କ୍ଲଷ୍ଟର୍‌, ଏମର୍ଜେନ୍ସି ଷ୍ଟପ୍ ସିଗ୍‌ନାଲ୍ ଓ ହାଜାର୍ଡ ଲାଇଟ୍‌, ୨୮୬.୦୧ ସିସି ୪ ଷ୍ଟ୍ରୋକ୍ ସିଙ୍ଗଲ ସିଲିଣ୍ଡର ବିଏସ୍‌-୬ ଓବିଡି୨ଏ ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇ ଇଂଜିନ୍ ରହିଛି । ଏହା ପର୍ଲ ସ୍ପାର୍ଟାନ ରେଡ୍ ଓ ମ୍ୟାଟ୍ ମାସିଭ୍ ଗ୍ରେ ମେଟାଲିକ୍ ରଙ୍ଗରେ ଉପଲବ୍ଧ ହୋଇଛି ।

Share

Leave a Reply

Your email address will not be published. Required fields are marked *

seventeen − one =