ଜାତୀୟ

ଆଣ୍ଡାମାନ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ

ଆଣ୍ଡାମାନ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ସମ୍ପୂର୍ଣ୍ଣ ନିକୋବର ଦ୍ବୀପପୁଞ୍ଜ ଓ ଆଣ୍ଡାମାନର କିଛି ଅଂଶ ଛୁଇଁଲା ମୌସୁମୀ । ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର ହେଉଛି । ସେହିପରି ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ ଛୁଇଁଲା ମୌସୁମୀ ।
ସେପଟେ ଆସନ୍ତା ୨୬ ତାରିଖରେ କେରଳ ଛୁଇଁପାରେ ମୌସୁମୀ । ଆଗୁଆ ମୌସୁମୀ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ଶୀଘ୍ର ଆସିବା ନେଇ ପୂର୍ବରୁ ମଧ୍ୟ ଅନୁମାନ କରିଥିଲା ପାଣିପାଗ ବିଭାଗ । ତେବେ ଏବେ ଏହା ଆହୁରି ସ୍ପଷ୍ଟ ହୋଇଛି ।

ଚଳିତ ମାସ ଶେଷ ଆଡ଼କୁ ଅର୍ଥାତ ମେ’ ମାସ ୨୬ ତାରିଖରେ ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରିଛି IMD । ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର କିଛି ଅଂଶରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପରିସ୍ଥିତି ଅନୁକୂଳ ରହିଛି । ଉତ୍ତର-ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ଗ୍ରୀଷ୍ମ ଲହରୀ ତୀବ୍ର ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ଅଛି ।

ସପ୍ତାହ ମଧ୍ୟରେ ଉତ୍ତର-ପୂର୍ବ ଭାରତରେ ଏବଂ ତାମିଲନାଡୁ, ପୁଡୁଚେରୀ ଏବଂ କେରଳମ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ଆଗାମୀ ୩-୪ ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଏହା ସହ ମତ୍ସ୍ୟଜୀବୀ ମାନଙ୍କ ଲାଗି ସତର୍କ ସୂଚନା ଜାରି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

two + 1 =