କ୍ରୀଡା

ଧୋନିଙ୍କ ଅବସର: ରୋହିତ କଲେ ଏମିତି ପୋଷ୍ଟ…

ଭାରତୀୟ କ୍ରିକେଟର ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଇପିଏଲରୁ ଅବସର ନେଇଛନ୍ତି । ମଙ୍ଗଳବାର ତାଙ୍କ ଅବସର ଘୋଷଣା ପରେ କ୍ରିକେଟ ଫ୍ୟାନ୍ସଙ୍କୁ ବଡ଼ ଝଟକା ଲାଗିଛି । ଆଇପିଏଲ୍ ୨୦୨୭ରେ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ମେଣ୍ଟର ଭାବେ ନଜର ଆସିବେ । ଧୋନିଙ୍କ ଅବସର ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ତାଙ୍କୁ ଆଇପିଏଲରେ ଚମତ୍କାର କ୍ୟାରିୟର ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ରୋହିତ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରି ଧୋନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରୋହିତ ଲେଖିଛନ୍ତି, “ଧୋନି ଭାଇ, ଚମତ୍କାର ଆଇପିଏଲ୍ କ୍ୟାରିୟର ପାଇଁ ଅଭିନନ୍ଦନ । ଏତେ ବର୍ଷ ଧରି ଆପଣଙ୍କ ସହ ପଡ଼ିଆରେ ଖେଳିବା ଏବଂ ଅନେକ ସ୍ମୃତି ବାଣ୍ଟିବା ଖୁବ୍ ଆନନ୍ଦଦାୟକ ଥିଲା । ଆପଣଙ୍କ ପ୍ରତି ଅନେକ ସମ୍ମାନ ।”

ଧୋନି ଏବଂ ରୋହିତ ଆଇପିଏଲ୍ ଇତିହାସର ଦୁଇ ଜଣ ସଫଳ ଅଧିନାୟକ । ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଲେଖାଏଁ ଆଇପିଏଲ୍ ଟାଇଟଲ୍ ଜିତିଛନ୍ତି । ଭାରତୀୟ ଦଳରେ ମଧ୍ୟ ରୋହିତ ଦୀର୍ଘ ସମୟ ଧରି ଧୋନିଙ୍କ ଅଧିନାୟକତ୍ୱରେ ଖେଳିଛନ୍ତି । ୨୦୧୩ରେ ଧୋନି ହିଁ ରୋହିତଙ୍କୁ ଓପନିଂ କରିବାର ଦାୟିତ୍ୱ ଦେଇଥିଲେ । ଏହାପରେ ରୋହିତଙ୍କ କ୍ୟାରିୟର ଏକ ନୂଆ ମୋଡ଼ ନେଇଥିଲା ।

ଅନ୍ୟପଟେ ଧୋନିଙ୍କ ଅବସରକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛି । ଧୋନି ଓ ରୋହିତଙ୍କ ଟସ୍ ସମୟର ଫଟୋ ସହ ଏକ ଆନିମେଟେଡ୍ ଭିଡିଓ ମଧ୍ୟ ପୋଷ୍ଟ କରିଛି ଫ୍ରାଞ୍ଚାଇଜି । ଏଥିରେ ଉଭୟଙ୍କୁ ଏକାଠି କାର୍ ଚଳାଉଥିବାର ଦେଖାଯାଇଛି । ଏହାସହ ଆଇପିଏଲ୍ ୨୦୨୬ ସମୟରେ ଧୋନି, ରୋହିତ ଓ ସୂର୍ଯ୍ୟକୁମାର ଯାଦବଙ୍କ ଏକାଠି ହେବାର ଭିଡିଓ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସେୟାର କରିଛି ।

Share

Leave a Reply

Your email address will not be published. Required fields are marked *

14 − nine =