OJEE ପାଇଁ ପ୍ରକାଶ ପାଇଲା ପରୀକ୍ଷା ସୂଚୀ: ଜୁଲାଇ ୪ରୁ ପରୀକ୍ଷା ଆରମ୍ଭ

OJEE ପାଇଁ ପ୍ରକାଶ ପାଇଲା ପରୀକ୍ଷା ସୂଚୀ । ଆସନ୍ତା ଜୁଲାଇ ୪ରୁ ଆରମ୍ଭ ହେବ OJEE ପରୀକ୍ଷା । 4ରୁ ଆରମ୍ଭ ହୋଇ 8 ତାରିଖ ଯାଏ ଚାଲିବ । ଏନେଇ ଓଜେଇଇ ଚେୟାରମ୍ୟାନ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି ।

ପ୍ରତିଦିନ 3ଟି ସିଫ୍ଟରେ ପରୀକ୍ଷା କରାଯିବ । ସକାଳ 9ରୁ 11 ଟା ପର୍ଯ୍ୟନ୍ତ ପ୍ରଥମ ସିଫ୍ଟ, 12ଟା 30 ରୁ 2ଟା 30 ପର୍ଯ୍ୟନ୍ତ ଦ୍ବିତୀୟ ସିଫ୍ଟ ଏବଂ ଅପରାହ୍ନ 4ଟାରୁ 6ଟା ଯାଏ ତୃତୀୟ ସିଫ୍ଟରେ ପରୀକ୍ଷା ହେବ । ଜୁଲାଇ 4ରେ 3 ଟି ଯାକ ସିଫ୍ଟରେ ଲାଟେରାଲ୍ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ । ଜୁଲାଇ 5ର 1ମ ଓ 2ୟ ସିଫ୍ଟରେ MCA/M.Sc ପରୀକ୍ଷା ଏବଂ ଜୁଲାଇ 3ୟ ସିଫ୍ଟରେ M.Arch, M.Pharm ପରୀକ୍ଷା କରାଯିବ । ସେହିପରି 6 ତାରିଖରେ ପ୍ରଥମ 2ଟି ସିଫ୍ଟରେ MBA, 2ୟ ସିଫ୍ଟରେ ଇଣ୍ଟିଗ୍ରେଟେଡ୍ MBA ପରୀକ୍ଷା କରାଯିବ । 8 ତାରିଖରେ କେବଳ 1 ମ ଓ 2ୟ ସିଫ୍ଟରେ B.pharm ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।

Share

Leave a Reply

Your email address will not be published. Required fields are marked *

16 − six =