କମର୍ସିଆଲ ଏଲପିଜି ଦର ସିଲିଣ୍ଡର ପିଛା ୧୩୫ ଟଙ୍କା କମିଲା

ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡରର ନୂଆ ଦର ଜାରି କରିଛନ୍ତି। ୧୯ କିଲୋଗ୍ରାମର କମର୍ସିଆଲ ଏଲପିଜି ସିଲିଣ୍ଡର ୧୩୫ ଟଙ୍କା ଶସ୍ତା ହୋଇଛି। ଆଜିଠାରୁ ନୂଆ ଦର ଲାଗୁ ହୋଇଛି। ଅନ୍ୟପଟେ ଘରୋଇ ଏଲପିଜି ଗ୍ରାହକଙ୍କୁ କୌଣସି ଆଶ୍ବସ୍ତି ମିଳିନାହିଁ । ଘରୋଇ ଏଲପିଜି ଦର ଅପରିବର୍ତ୍ତିତ ରହିଛି ।

ଦର ହ୍ରାସ ପରେ ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ସିଲିଣ୍ଡର ୨,୩୫୪ ଟଙ୍କା ବଦଳରେ ୨,୨୧୯ ଟଙ୍କାରେ ଉପଲବ୍ଧ ହେବ । କୋଲକାତାରେ ଏହାର ଦର ବର୍ତ୍ତମାନ ୨,୪୫୪ ରୁ ୨,୩୨୨ ଟଙ୍କାକୁ ଖସି ଆସିଛି। ମୁମ୍ବାଇରେ କମର୍ସିଆଲ ଏଲପିଜି ସିଲିଣ୍ଡର ୨,୩୦୬ ଟଙ୍କା ବଦଳରେ ୨,୧୭୧.୫୦ ଟଙ୍କାରେ ମିଳିବାକୁ ଥିବାବେଳେ ଚେନ୍ନାଇର ଗ୍ରାହକଙ୍କୁ ୨,୫୦୭ ଟଙ୍କା ବଦଳରେ ୨,୩୭୩ ଟଙ୍କା ଦେବାକୁ ପଡିବ ।

Share

Leave a Reply

Your email address will not be published. Required fields are marked *

19 + 3 =