ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ୫୨ତମ ଜାତୀୟ ନିରାପତା ସପ୍ତାହ ପାଳିତ

ନରେନ୍ଦ୍ରପୁର: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) କାରଖାନାରେ ୫୨ତମ ଜାତୀୟ ନିରାପତା ସପ୍ତାହ ୨୦୨୩କୁ ବେଶ୍ ଉତ୍ସାହର ସହ ପାଳନ କରାଯାଇଛି । ଜାତୀୟ ନିରାପତା ପରିଷଦର ପ୍ରତିଷ୍ଠା ଦିବସ ଏବଂ ୧୯୭୨ ମସିହାରେ ଆରମ୍ଭ ହୋଇଥିବା ପ୍ରଥମ ଜାତୀୟ ନିରାପତା ଦିବସ (ଏନଏସଡି) ଅଭିଯାନକୁ ମନେ ପକାଇ ଏହି ସପ୍ତାହବ୍ୟାପୀ ଉତ୍ସବ ପାଳନ କରାଯାଉଛି । ଚଳିତ ବର୍ଷ ଏହାର ଥିମ୍ ଥିଲା “ଆମ ଲକ୍ଷ୍ୟ-ଶୂନ କ୍ଷତି’ ।
ଟିଏସ୍‌ଏମ୍‌ର ମୁଖ୍ୟ ସୁରକ୍ଷା ଅଧିକାରୀ ଅଗମ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଟିଏସ୍‌ଏମ୍‌ର ଉପାଧ୍ୟକ୍ଷ ସୁବୋଧ ପାଣ୍ଡେ ଏକ ସୁରକ୍ଷା ର‌୍ୟାଲି ଏବଂ ପାତାକା ଉତୋଳନ ପରେ ସୁରକ୍ଷା ଶପଥ ଗ୍ରହଣ କରି ସୁରକ୍ଷା ସପ୍ତାହ ର ଆରମ୍ଭ କରିଥିଲେ । କର୍ମକ୍ଷେତ୍ରରେ ସ୍ୱାସ୍ଥ୍ୟ, ନିରାପତା ଏବଂ ପରିବେଶ (ଏଚ୍‌ଏସ୍‌ଇ) ସଂସ୍କୃତି ସୃଷ୍ଟି ଏବଂ ସୁଦୃଢ଼ କରିବା ପାଇଁ ସୁରକ୍ଷା ସପ୍ତାହର ଉଦ୍ଦେଶ୍ୟ ଉପରେ ନେତୃତ୍ୱ ଗୁରୁତ୍ୱାରୋପ କରିଥିଲେ ।
ସପ୍ତାହ ସାରା ସଚେତନତା ସୃଷ୍ଟି କରିବା ସହ ସୁରକ୍ଷା ଅଭିଯାନରେ ସମସ୍ତ କର୍ମଚାରୀ ଓ ଠିକାଦାରମାନଙ୍କୁ ସାମିଲ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମଗୁଡ଼ିକରେ ପିଲାଙ୍କ ଚିତ୍ରାଙ୍କନ, ମହିଳାମାନଙ୍କ ପାଇଁ ଘରୋଇ ନିରାପତା, ଟିଏସ୍‌ଏମ୍ ପାଇଁ ଅନ୍‌ଲାଇନ୍ କୁଇଝ୍‌, ବିପଦ ସନ୍ଧାନ ପ୍ରବନ୍ଧ, ପୋଷ୍ଟର, ସୁରକ୍ଷା ଉପରେ କ୍ଷୁଦ୍ର ଭିଡିଓ, ଦୃଶ୍ୟ ଏସ୍‌ଓପିର ବିକାଶ, କଲ୍ୟାଣ-ଆର୍ଟ ଅଫ୍ ଲିଭିଂ ଏବଂ ଗୋଷ୍ଠୀ ସଚେତନତା ଅଧିବେଶନ ଅନ୍ତର୍ଭୁକ୍ତ ।

Share

Leave a Reply

Your email address will not be published. Required fields are marked *

20 + 19 =