ଏଚ୍‌ଏମ୍‌ଡି ଗ୍ଲୋବାଲ୍ ପକ୍ଷରୁ ନୂଆ ନୋକିଆ ସି୧୨ ପ୍ରୋର ଶୁଭାରମ୍ଭ; ଶକ୍ତିଶାଳୀ ସ୍ମାର୍ଟଫୋନ୍‌ର ସୁଲଭ ମୂଲ୍ୟ ୬,୯୯୯ ଟଙ୍କାରୁ ଆରମ୍ଭ

ଭୁବନେଶ୍ୱର: ନୋକିଆ ଫୋନ୍‌ର ଘର କୁହାଯାଉଥିବା ଏଚ୍‌ଏମ୍‌ଡି ଗ୍ଲୋବାଲ୍ ପକ୍ଷରୁ ଏହାର ନୋକିଆ ସି୧୨ ସିରିଜ୍‌ରେ ନୂଆ ସ୍ମାର୍ଟଫୋନ୍ ଭାବେ ନୋକିଆ ସି୧୨ ପ୍ରୋର ଶୁଭାରମ୍ଭ କରାଯାଇଛି । ନୋକିଆ ସିି୧୨ ପ୍ରୋ ଏକ ନିରବଚ୍ଛିନ୍ନ ସ୍ମାର୍ଟଫୋନ୍ ଅନୁଭବ ପ୍ରଦାନ କରିବା ସହ ଦୀର୍ଘସ୍ଥାୟିତ୍ୱ ଓ ନିରାପତା ପ୍ରତିଶ୍ରତିକୁ ଆଣିଦେଇଛିି । ଅକ୍ଟା କୋର୍ ପ୍ରୋସେସର, ୨ ଜିବି ଭର୍ଚୁଆଲ ରାମ୍‌, ଉନ୍ନତ ଓଏସ୍ ଏବଂ ଉଭୟ ସାମ୍ନା ଓ ପଛ କ୍ୟାମେରାରେ ଉନ୍ନତ ନାଇଟ୍ ଓ ପୋଟ୍ରେଟ୍ ମୋଡ୍ ସହ ନୋକିଆ ସି୧୨ ପ୍ରୋ ଉନ୍ନତ ପ୍ରଦର୍ଶନ ଆଣିଦେଇଛି । ଏହାର ଦୃଢ଼ ଗଠନଶୈଳୀ ବିଭିନ୍ନ କଠୋର ଭରସାଯୋଗ୍ୟତା ପରୀକ୍ଷା ଦେଇ ଆଗକୁ ବଢ଼ିଥବାରୁ ଆପଣମାନେ ନୋକିଆ ସି୧୨ ପ୍ରୋ ଉପରେ ପୂର୍ଣ୍ଣ ବିଶ୍ୱାସ କରିପାରିବେ ।
ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ର ଉପସଭାପତି-ଭାରତ ଓ ମୀନା ସନମୀତ୍ ସିଂହ କୋଚ୍ଚର କହିଛନ୍ତି ଯେ, “ଆମାଜନ୍ ଇଣ୍ଡିଆ ସ୍ୱତନ୍ତ୍ର ଭାବେ ଭାରତରେ ସଫଳତାର ସହ ନୋକିଆ ସି୧୨କୁ ଉନ୍ମୋଚନ କରିବା ପରେ ଗ୍ରାହକମାନଙ୍କ ପାଖରେ ଭଲ ଭାବେ ଉପଲବ୍ଧ କରାଇବା ଲାଗି ନୋକିଆ ସି୧୨ ପ୍ରୋକୁ ରିଟେଲ ଷ୍ଟୋର୍‌, ଇ-କମର୍ସ ପୋର୍ଟାଲ୍ ଓ ନୋକିଆ ଡଟ୍ କମ୍‌ରେ ଉନ୍ମୋଚନ କରି ଆମେ ବେଶ ଉତ୍ସାହିତ । ଏହି ଡିଭାଇସ୍‌ର ଦୀର୍ଘସ୍ଥାୟୀ ବ୍ୟାଟେରି ଜୀବନ, ଶକ୍ତିଶାଳୀ ପ୍ରୋସେସର ଓ ଆକର୍ଷଣୀୟ ଡିସ୍‌ପ୍ଲେ ସହ ଏହା ନିଶ୍ଚିତ ରୂପେ ଗ୍ରାହକଙ୍କୁ ଉଲ୍ଲସିତ କରିବ ଏବଂ ସେମାନଙ୍କ ଆଶାକୁ ଅତିକ୍ରମ କରିପାରିବ । ଉତ୍କୃଷ୍ଟ ପ୍ରଦର୍ଶନ ଆବଶ୍ୟକ କରୁଥିବା ଗ୍ରାହକମାନଙ୍କ ଆଶା ପୂରଣ କରିବା ଲାଗି ଏହି ଡିଭାଇସ୍‌କୁ ପ୍ରସ୍ତୁତ କରାଯାଇଛି । ଏହାର ସ୍ଲିକ ଡିଜାଇନ୍ ଓ ଆକର୍ଷଣୀୟ କ୍ୟାମେରା ଦକ୍ଷତା ସହ ଆମର ବିଶ୍ୱାସ ରହିଛି ଯେ ଭରସାଯୋଗ୍ୟ ଓ ବିବିଧ ବ୍ୟବହାରଯୋଗ୍ୟ ସ୍ମାର୍ଟଫୋନ୍ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ନୋକିଆ ସି୧୨ ପ୍ରୋ ଏକ ଲୋକପ୍ରିୟ ପସନ୍ଦରେ ପରିଣତ ହେବ ।’’
ନୋକିଆ ସି୧୨ ପ୍ରୋର ପଛ ପାଶ୍ୱର୍ରେ ୮ ଏମ୍‌ପି ଓ ସାମ୍ନାରେ ୫ ଏମ୍‌ପି କାମେରା ଥିବା ବେଳେ ୬.୩ ଇଂଚ୍‌ର ଏଚ୍‌ଡି+ ଡିସ୍‌ପ୍ଲେ ରହିଛି । ଏହାର ନାଇଟ୍ ଓ ପୋଟ୍ରେଟ୍ ମୋଡ୍‌କୁ ବ୍ୟବହାର କରି ଉଲ୍ଲେଖନୀୟ ଛବି ଉତୋଳନ ଅନୁଭୂତି ହାସଲ କରିହେବ ଏବଂ ସ୍ମୃତିକୁ ସାଇତି ରଖାଯାଇପାରିବ । ନୋକିଆ ସି-ସିରିଜ୍ ଡିଭାଇସ୍‌ରେ ରହିଛି ଆଣ୍ଡ୍ରଏଡ୧୨ (ଗୋ ଏଡିସନ୍‌) ଯାହା ୨୦% ଅଧିକ ମାଗଣା ଷ୍ଟୋରେଜ୍ ପ୍ରଦାନ କରିବ ଯଦ୍ୱାରା ଆପଣ ହଜାର ହଜାର ଗୀତ ଓ ଛବି ଏବଂ ଏଭଳିକି ଘଂଟା ଘଂଟାର ଏଚ୍‌ଡି ଭିଡିଓ ରଖିପାରିବେ । ମେମୋରିକୁ ୨ ଜିବି ପର୍ଯ୍ୟନ୍ତ ବଢ଼ାଇ ହେବ ଫଳରେ ଆପଣ ନିଜ ପସନ୍ଦର ଆପ୍‌କୁ ଫୋନ୍‌ରେ ରଖିପାରିବେ ଏବଂ ଫୋନ୍ ସ୍ଲୋ ହେବ ନାହିଁ ।
ଏହି ଫୋନ୍ ଉପରେ କଂପାନି ଅତିକମ୍‌ରେ ଦୁଇ ବର୍ଷର ନିୟମିତ ନିରାପତା ପ୍ୟାଚ୍ ପ୍ରଦାନ କରିବ । ନୋକିଆ ସି୧୨ ପ୍ରୋରେ ରହିଛି ୧୨ ମାସର ରିପ୍ଲେସ୍‌ମେଂଟ୍ (ବଦଳାଇବା) ଗ୍ୟାରେଂଟି ଯାହା ଗ୍ରାହକଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ । ଏହା ଲାଇଟ୍ ମିଂଟ୍‌, ଚାରକୋଲ୍ ଓ ଡାର୍କ ସିୟାନ୍ ରଙ୍ଗରେ ଉପଲବ୍ଧ ହେବ । ଏହାର ୪/୬୪ ଜିବି ମଡେଲ୍‌ର ଦାମ୍ ୬୯୯୯ ଟଙ୍କା ଓ ୫/୬୪ ଜିବି ମଡେଲ୍‌ର ଦାମ୍ ୭୪୯୯ ଟଙ୍କା ରହିଛି ।

Share

Leave a Reply

Your email address will not be published. Required fields are marked *

four − 1 =