ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ବାର୍ଷିକ ବିଜନେସ୍ କନ୍‌କ୍ଲେଭ୍ “ମାର୍ମଗ୍ୟ ୮.୦’ ଆୟୋଜିତ

ସମ୍ବଲପୁର: ଭାରତର ଅଗ୍ରଣୀ ମ୍ୟାନେଜମେଂଟ୍ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଦୁଇ ଦିନିଆ ବାର୍ଷିକ ବିଜନେସ୍ କନ୍‌କ୍ଲେଭ୍ “ମାର୍ମଗ୍ୟ ୮.୦’କୁ ଆୟୋଜନ କରାଯାଇଛି ଯାହାର ବିଷୟବସ୍ତୁ ରହିଛି “କାଟାଲାଇଜିଂ ବିଜନେସ୍ ରିଜିଲିଏନ୍ସ ବାଏ ଲିଭରେଜିଂ କନଭରଜେନ୍ସ’ । ବ୍ୟବସାୟ ପାଇଁ ସଂଯୋଜନା କିଭଳି ଏକ ଶକ୍ତିଶାଳୀ ପରିବର୍ତନକାରୀ ତାହା ଉପରେ କନ୍‌କ୍ଲେଭ୍‌ରେ ଗୁରୁତ୍ୱାରୋପ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୩୦ ବିଜନେସ୍ ଲିଡର, ଚିନ୍ତାନାୟକ, ଶିଳ୍ପ ବିଶେଷଜ୍ଞ ଓ ନୀତି ନିର୍ମାତାଙ୍କୁ ଦେଖିବାକୁ ମିଳିଥିଲା । ପ୍ୟାନେଲ୍ ଆଲୋଚନାରେ ଭାଗ ନେଇ ସେମାନେ ରଣନୀତି ଓ ଶ୍ରେଷ୍ଠ ପ୍ରଥାଗୁଡ଼ିକ ଉପରେ ଆଲୋଚନା କରିଥିଲେ ।
ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ର ସଭାପତି ଓ କ୍ଲଷ୍ଟର ମୁଖ୍ୟ ଶ୍ରୀ କୈଳାସ ପାଣ୍ଡେ ଡିଜିଟାଇଜେନସ୍‌, ଦୀର୍ଘସ୍ଥାୟିତ୍ୱ ଓ କର୍ମ ସଂସ୍କୃତି ଉପରେ ଥିବା ଆହ୍ୱାନ ଓ ସୁଯୋଗଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ଡିଜିଟାଲାଇଜେସନ ସମ୍ପର୍କରେ ସେ କହିଛନ୍ତି ଯେ, “ଆମ ପାଖରେ ନୂଆ ଓ ପୁରୁଣା ପ୍ରଯୁକ୍ତିର ସମିଶ୍ରଣ ରହିଛି । ପୁରୁଣା ପ୍ରଯୁକ୍ତିରେ ଡାଟା ସହ ଯୋଡ଼ିହେବା, ଡାଟାକୁ ପାଇବା କିମ୍ବା ବାସ୍ତବ ସମୟ ଡାଟା ସଂଗ୍ରହ କରିବା ବେଶ କଷ୍ଟକର । ତେଣୁ ଏବେ ଆମେ ଡିଜିଟାଇଜେସନ, ଏଆଇ ଓ ମେସିନ ଲର୍ଣ୍ଣିଂକୁ ବ୍ୟବହାର କରି ଯୋଗାଯାଗ ସୁବିଧା ପ୍ରଦାନ କରୁଛୁ । ବାସ୍ତବ ସମୟରେ ସବୁ ମେସିନ ସେଂଟରରୁ ତଥ୍ୟ ସଂଗ୍ରହ କରାଯାଉଛି ଏବଂ ଘଟଣା ଘଟିବା ପୂର୍ବରୁ ତାହାର ପୂର୍ବାନୁମାନ କରାଯାଇପାରୁଛି ।’’
ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସୱାଲ୍ ନିଜ ସ୍ୱାଗତ ଭାଷଣରେ ଜେନ୍ ୩.୦ ଉପରେ ଆଲୋକପାତ କରିବା ସହ ଗତ ଆଠ ବର୍ଷରେ ଅନ୍ତର୍ଭୁକ୍ତୀକରଣ, କ୍ଷୁଦ୍ର ବ୍ୟବସାୟକୁ ସହଯୋଗ, ଡିଜିଟାଇଜେସନ ଓ ନବସୃଜନ ଉପରେ କହିଥିଲେ । ଅନ୍ତର୍ଭୁକ୍ତୀକରଣ ପ୍ରସାର ପାଇଁ ନୋବେଲ ବିଜେତା କ୍ଲାଉଡିଆ ଗୋଲ୍‌ଡିନ୍‌ଙ୍କ କାର୍ଯ୍ୟ ଉପରେ ସେ ଆଲୋକପାତ କରିଥିଲେ ଯିଏ ଲିଙ୍ଗଗତ ଅର୍ଥନୀତି ଉପରେ ଆଲୋକପାତ କରିଥିଲେ । ଶିକ୍ଷାନୁଷ୍ଠାନରେ ଅନ୍ତର୍ଭୁକ୍ତୀକରଣର ପ୍ରସାର ପାଇଁ ସେ କରୁଥିବା ଉଦ୍ୟମ ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଏମବିଏ କାର୍ଯ୍ୟକ୍ରମରେ ମହିଳାଙ୍କ ଯୋଗଦାନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି ।’’

ବାର୍‌କୋ ଇଲେକ୍ଟ୍ରୋନିକ୍ସ ସିଷ୍ଟମସ୍‌ର ପୂର୍ବତନ ଏମ୍‌ଡି ରାଜୀବ ଭଲ୍ଲା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସଂଯୋଜନା ଜରିଆରେ ବ୍ୟବସାୟ ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଭବିଷ୍ୟତର ଅନିଶ୍ଚିତତା ଏବଂ ଦ୍ରୁତ ପରିବର୍ତନ ଓ ଜଟିଳ ପରିବେଶକୁ ବ୍ୟବସାୟ ଗ୍ରହଣ କରିବାର ଆବଶ୍ୟକତା ଉପରେ ସେ କହିଥିଲେ । ସ୍ମାର୍ଟଫୋନ୍‌ର ଉଦାହରଣ ଦେଇ ସେ କହିଛନ୍ତି ଯେ ତାହା ହେଉଛି କମ୍ପ୍ୟୁଟିଂ, ଯୋଗାଯୋଗ ଓ ମନୋରଂଜନର ସମିଶ୍ରଣ । ସଂଯୋଜନା ଦୁନିଆରେ ବହୁତ ପରିବର୍ତନ ଆଣିପାରିଛି । ତେଣୁ ତାହା ହେଉଛି ବ୍ୟବସାୟ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।’’

ଜି୫ର ବିଜନେସ୍ ଆଣ୍ଡ୍ ମାର୍କେଟିଂ ଆନାଲିଟିକ୍ସ ନିର୍ଦ୍ଦେଶିକା ଶ୍ରୀ ରଚିତ ପ୍ରଧାନ ବଜାର ପରିବର୍ତନକୁ ଗ୍ରହଣ କରିବା, ଯୁକ୍ତିଯୁକ୍ତ ରହିବା ଏବଂ ଏକ ପରିବର୍ତିତ ପରିବେଶରେ ପ୍ରତିଦ୍ୱନ୍ଦ୍ୱିତାର ଲାଭ ହାସଲ କରିବା ଲାଗି ସଂଯୋଜନାକୁ ବ୍ୟବହାର କରିବାକୁ ପଡ଼ିବ । ଜଣେ ପ୍ରକୃତ ନେତୃତ୍ୱ ଆଗକୁ କ’ଣ ହେବ ତାହା ଜାଣିପାରିବେ ଏବଂ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରିପାରିବେ ।’’
ପ୍ରଫେସର ସୁଦ୍ଧେନ୍ଦ୍ର ହନୁମନ୍ତ ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

five × four =