ହକି ବିଶ୍ୱକପ ପାଇଁ ଓଡ଼ିଶାରେ ତାମିଲନାଡୁ କ୍ରୀଡା ମନ୍ତ୍ରୀ

ହକି ବିଶ୍ବକପ୍‌ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ରଖି ଓଡ଼ିଶା ଆସିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ । ସେ ଭୁବନେଶ୍ବରରେ ପହଞ୍ଚିବା ପରେ ତ ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ସ୍ବାଗତ କରିଛନ୍ତି । ତାଙ୍କର ସ୍ୱାଗତ ବେଳେ ମେୟର ସୁଲୋଚନା ଦାସ, ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଧାୟକ ପ୍ରଣବ ବଳବନ୍ତରାୟ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଉଦୟନିଧି ଷ୍ଟାଲିନ ରାତି ୭ଟାରେ କଳିଙ୍ଗରେ ହେବାକୁ ଥିବା ଭାରତ – ୱେଲ୍ସ ମ୍ୟାଚ୍ ଦେଖିବେ ।

Share

Leave a Reply

Your email address will not be published. Required fields are marked *

4 × 5 =