Friday, October 30, 2026
Business

ଗୁଡନାଇଟ୍ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ମଶା ଦ୍ୱାରା ସୃଷ୍ଟି ହୋଇଥିବା ବିଶୃଙ୍ଖଳା କାରଣରୁ ପ୍ରଭାବିତ ହେଉଛି ପୂର୍ବ ଭାରତର ୪୯% କାର୍ଯ୍ୟ ଫଳାଫଳ

ଭୁବନେଶ୍ୱର: ଭାରତର ଉତ୍ପାଦନର ଅଧାରୁ ଅଧିକ (୫୮%) କାର୍ଯ୍ୟ ଫଳାଫଳ ମଶାଙ୍କ ଦ୍ୱାରା ନିଦ୍ରା ବ୍ୟାଘାତ କାରଣ ହେତୁ ପ୍ରଭାବିତ ହେଉଛି । ଆଗାମୀ ବିଶ୍ୱ ମ୍ୟାଲେରିଆ ଦିବସ (ଏପ୍ରିଲ୍ ୨୫) ର ପ୍ରାରମ୍ଭ ଭାବରେ, ଏହି ଗୁରୁତ୍ୱପୂର୍ଣ୍ଣ ଅନାଲୋଚ୍ୟ କିନ୍ତୁ ମହତ୍ୱପୂର୍ଣ୍ଣ ବିଷୟରେ ଗୋଦ୍ରେଜ୍ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଜିସିପିଏଲ୍‌) ର ଭାରତର ଅଗ୍ରଣୀ ଘରୋଇ କୀଟନାଶକ ବ୍ରାଣ୍ଡ ଗୁଡନାଇଟ୍ ଦ୍ୱାରା ଉନ୍ମୋଚିତ ହୋଇଥିବା ଏକ ସର୍ଭେ ରିପୋର୍ଟରୁ ପ୍ରକାଶ ପାଇଛି । ‘ଗୋଟିଏ ମଶା, ଅସଂଖ୍ୟ ବିପଦ’ ଶୀର୍ଷକକୁ ନେଇ, ଏହି ପ୍ୟାନ-ଇଣ୍ଡିଆ ସର୍ଭେ, ଗୁଡ୍କାଇଟ୍ ଦ୍ୱାରା କମିଶନ ଏବଂ ମାର୍କେଟ ରିସର୍ଚ୍ଚ ଫାର୍ମ ୟୁଗୋ ଦ୍ୱାରା ପରିଚାଳିତ, ଜନସାଧାରଣଙ୍କ ମନୋଭାବକୁ ପରୀକ୍ଷା କରି ମଶା ଜନିତ ରୋଗର ବିପଦକୁ ମୂଲ୍ୟାଙ୍କନ କରିଥାଏ । ଏହି ସର୍ଭେ ରିପୋର୍ଟରେ ଭାରତର ଚାରୋଟି ଅଞ୍ଚଳ – ଉତ୍ତର (କେନ୍ଦ୍ରୀୟ ଜୋନ୍ ରାଜ୍ୟ ସମେତ), ଦକ୍ଷିଣ, ପଶ୍ଚିମ ଏବଂ ପୂର୍ବର ଉତ୍ତରଦାତାମାନେ ସାମିଲ ହୋଇଥିଲେ ।

ଗୁଡନାଇଟ୍ ରିପୋର୍ଟରେ ଦର୍ଶାଯାଇଛି ୬୨% ପୁରୁଷ ଏବଂ ୫୩% ମହିଳା ପ୍ରକାଶ କରିଛନ୍ତି ଯେ ,ମଶା କାରଣରୁ ଶୋଇବା ବ୍ୟାଘାତ ହେତୁ ସେମାନଙ୍କର କାର୍ଯ୍ୟ ଉତ୍ପାଦକତା ପ୍ରଭାବିତ ହେଉଛି । ଏହା ଭାରତର ସମ୍ପ୍ରତି ଅର୍ଥନୈତିକ ଅଭିବୃଦ୍ଧି ପରିପ୍ରେକ୍ଷୀରେ, ଯେଉଁଠାରେ ଏକ ସୁସ୍ଥ କର୍ମଜୀବୀ ସର୍ବାଧିକ ରହିଛନ୍ତି । ଶିଳ୍ପ ରିପୋର୍ଟ ଅନୁଯାୟୀ, କେବଳ ମ୍ୟାଲେରିଆ ଭଳି ମଶା ଜନିତ ରୋଗରୁ ଭାରତର ଆର୍ôଥକ ଭାର ୧୬୦୦୦ କୋଟି ଟଙ୍କା ପାଖାପାଖି ରହିଛି । ବିଭିନ୍ନ ଆକଳନ ଅନୁଯାୟୀ, ପ୍ରାୟ ୭୫% ଅର୍ଥନୈତିକ ଭାର ଭାରତୀୟଙ୍କ ଦ୍ୱାରା ରୋଜଗାରର କ୍ଷତି ଏବଂ ଚିକିତ୍ସା ଖର୍ଚ୍ଚର ସନ୍ତୁଳନକୁ ଦର୍ଶାଏ ।

ଭୌଗୋଳିକ ଜୋନ୍ ଅନୁଯାୟୀ, ଭାରତର ପଶ୍ଚିମ ଅଞ୍ଚଳ ସର୍ବାଧିକ ପ୍ରଭାବିତ ୬୭% ଲୋକ ଏହି ମଶା ଦ୍ୱାରା ସୃଷ୍ଟି ହୋଇଥିବା ବିଶୃଙ୍ଖଳା କାରଣରୁ ସେମାନଙ୍କର ଉତ୍ପାଦକତା ପ୍ରଭାବିତ ହେଉଛି ବୋଲି ଅନୁଭବ କରୁଛନ୍ତି । ଦ୍ୱିତୀୟ ସ୍ଥାନରେ ଦକ୍ଷିଣ ଭାରତର ୫୭% ଲୋକ ରହିଛନ୍ତି, ପରବର୍ତ୍ତୀ ସ୍ଥାନରେ ୫୬% ରେ ଉତ୍ତର ଭାରତ ଲୋକ ଏବଂ ଓଡ଼ିଶା, ଆସାମ ଏବଂ ପଶ୍ଚିମବଙ୍ଗରେ ୪୯% ପ୍ରଭାବିତ ହେଉଛନ୍ତି ।

ଗୋଡ୍ରେଜ୍ କଞ୍ଜ୍ୟୁମର୍ ପ୍ରଡକ୍ଟ ଲିମିଟେଡ୍ (ଜିସିପିଏଲ୍‌)ର ମୁଖ୍ୟ ମାର୍କେଟିଂ ଅଫିସର ଅଶ୍ୱିନ୍ ମୂର୍ତ୍ତୀ କୁହିଛନ୍ତି, “ଗୁଡନାଇଟ୍ ର ‘ଗୋଟିଏ ମଶା, ଅସଂଖ୍ୟ ବିପଦ’ ହେଉଛି ଏକ ଦେଶବ୍ୟାପୀ ସର୍ଭେ ରିପୋର୍ଟ ଯାହା ମଶା ଜନିତ ରୋଗ ସହ ଜଡିତ ବିପଦର ମୂଲ୍ୟାଙ୍କନ କରିଥାଏ । ଏହିପରି ପଦକ୍ଷେପ ଦ୍ୱାରା ଆମର ଲକ୍ଷ୍ୟ ହେଉଛି ଭାରତରେ ମଶା ସମସ୍ୟା ବିଷୟରେ ସଚେତନତା ବୃଦ୍ଧି କରିବା, ପ୍ରତ୍ୟକ ପରିବାର ସଦସ୍ୟଙ୍କ କାର୍ଯ୍ୟ ସକ୍ଷମତାକୁ ବୃଦ୍ଧି କରିବା ଏବଂ ଦେଶକୁ ସୁଲଭ ମୂଲ୍ୟରେ ଅଭିନବ ସମାଧାନ ପ୍ରଦାନ କରିବା । ଭାରତରେ ପ୍ରତିବର୍ଷ ମ୍ୟାଲେରିଆ, ଡେଙ୍ଗୁ ଭଳି ମଶା ଜନିତ ରୋଗରେ ୪୦ ନିୟୁତରୁ ଅଧିକ ନାଗରିକ ପ୍ରଭାବିତ ହୁଅନ୍ତି । ଅସୁସ୍ଥତା, ସ୍ୱାସ୍ଥ୍ୟସେବା ଖର୍ଚ୍ଚ ଏବଂ ଉତ୍ପାଦନ ହ୍ରାସ ହେତୁ କାର୍ଯ୍ୟ, ବିଦ୍ୟାଳୟ, ସାମାଜିକ ତଥା ବୃତ୍ତିଗତ ପ୍ରତିବଦ୍ଧତା ଠାରୁ ଦୂରେଇ, ସମସ୍ତେ ଆର୍ôଥକ କ୍ଷତିର ଭାଗିଦାର ହୁଅନ୍ତି । ଭାରତୀୟ ଅର୍ଥନୀତିର ଉତ୍ପାଦକତା ବଜାୟ ରଖିବା ଏବଂ ଜିଡିପି ସ୍କୋରକୁ ଠିକ ରଖିବା ପାଇଁ କର୍ମସ୍ଥଳରେ ଯାହା ଆବଶ୍ୟକ ତାହା ଏକ ସ୍ଥିର ଏବଂ ସୁସ୍ଥ କର୍ମଜୀବୀ । ଏହାର ସମାଧାନର ଏକ ପ୍ରୟୋଗାତ୍ମକ ଉପାୟ ହେଉଛି ମଶା ଜନିତ ରୋଗର ବଢୁଥିବା ଧାରାକୁ ସମାଧାନ କରିବା । ”

ଗୁଡ୍ ନାଇଟ୍ ସର୍ବେକ୍ଷଣର ଅନ୍ୟ ଏକ ଉଲ୍ଲେଖନୀୟ ମହତ୍ୱ ହେଉଛି, ମଶା ଲୋକମାନଙ୍କର ନିଦ୍ରା ବ୍ୟାଘାତ ପାଇଁ ଯଥେଷ୍ଟ ଦାୟୀ ରହିଛି । ସମଗ୍ର ଭାରତରେ, ହାରାହାରି, ପ୍ରତି ଦୁଇ ବୟସ୍କଙ୍କ ମଧ୍ୟରୁ ଜଣେ ( ପ୍ରାୟ ୫୦%) ସେମାନଙ୍କ ନିଦ୍ରା ବ୍ୟାଘାତର ମୁଖ୍ୟ କାରଣ ଭାବରେ ମଶା ବୋଲି ଚିହ୍ନଟ କରିଥିଲେ । କୌତୁହଳର ବିଷୟ ହେଉଛି, ପଶ୍ଚିମ ଭାରତ (୫୬%) ଉତ୍ତର (୫୨%), ଦକ୍ଷିଣ (୪୭%) ଏବଂ ପୂର୍ବ (୪୨%) ଏହା ଦ୍ୱାରା ଏକମତ ପ୍ରଦାନ କରିଛନ୍ତି । ଅଧିକନ୍ତୁ, ମହିଳା (୪୬%) ତୁଳନାରେ ପୁରୁଷ (୫୪%) ଏହି ଭାବନା ସହିତ ସହମତ ହେଇଛନ୍ତି।

ଗୁଡନାଇଟ୍ ରିପୋର୍ଟରୁ ପ୍ରକଶିତ ଅନ୍ତର୍ନିହିତ ବିପଦ ଉପରେ ସୂଚନା ଦେଇ ମୁମ୍ବାଇର ମୁଲୁଣ୍ଡ, ଫୋର୍ଟିସ୍ ହସ୍ପିଟାଲ୍‌, ସଂକ୍ରାମକ ରୋଗ ବିଶେଷଜ୍ଞ ଡକ୍ଟର କିର୍ତ୍ତୀ ସବନିସ୍ କହିଛନ୍ତି, “ଏହା ବୁଝିବା ଜରୁରୀ ଯେ ଗୋଟିଏ ମଶା ଜୀବନ ପ୍ରତି ବିପଦ ସୃଷ୍ଟି କରିବାର କ୍ଷମତା ରଖିଛି । ଡେଙ୍ଗୁ, ମ୍ୟାଲେରିଆ ଏବଂ ଅନ୍ୟାନ୍ୟ ରୋଗର ପ୍ରସାର ପଛରେ ଏହି କୀଟମାନେ ନିରବ ଅପରାଧୀ । ସେମାନେ ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରି ଅନ୍ୟ ରୋଗକ୍ରାନ୍ତଙ୍କୁ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାନ୍ତି । ଏହି କ୍ରମାଗତ ବିପଦ କେବଳ ଆମର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରେ ନାହିଁ ବରଂ ସୁସ୍ଥ ଜୀବନଯାପନ କରିବା ସହ ଆମର କ୍ଷମତାକୁ ମଧ୍ୟ ବାଧା ଦେଇଥାଏ । ମଶା ଦ୍ୱାରା ହେଉଥିବା ରୋଗ ଦାଉରୁ ରକ୍ଷା କରିବା ବ୍ୟକ୍ତିଗତ ଦାୟିତ୍ୱ ; ଏହା ଆମର ତଥା ଆମର ସମାଜ ପାଇଁ ଏକ ସାମୂହିକ କର୍ତ୍ତବ୍ୟ ଅଟେ।”

ମଶା ଦ୍ୱାରା ସୃଷ୍ଟି ହେଉଥିବା ବିପଦ ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏବଂ ଏହି କ୍ଷତିକାରକ କୀଟମାନଙ୍କ ବିରୁଦ୍ଧରେ ଜାତୀୟ ସଂଗ୍ରାମରେ ଯୋଗଦାନ କରିବାରେ ଗୁଡନାଇଟ୍ ସକ୍ରିୟ ଭାବରେ ଜଡିତ ଅଛି । ଫ୍ଲାସ ଭାପୋରାଇଜର ଏବଂ ଆଡଭାନ୍ସଡ ଫାଷ୍ଟ କାର୍ଡ ପରି ଅଭିନବ ମଶା ପ୍ରତିରୋଧକ ସମାଧାନ ପ୍ରଦାନ କରିବାର ଏକ ଦୀର୍ଘ ଇତିହାସ ରହିଛି, ପରିବାରକୁ ମଶା ରୋଗରୁ ରକ୍ଷା କରିଥାଏ । ବେଆଇନ, ଅନିୟନ୍ତ୍ରିତ ଏବଂ ଚାଇନାର ରାସାୟନିକ ଯୁକ୍ତ ମଶା ଘଉଡାଇବା ଧୂପକାଠିର ସ୍ୱାସ୍ଥ୍ୟ ବିପଦକୁ ଚିହ୍ନି ଗୁଡକନାଇଟ୍ ନିକଟରେ ଭାରତର ପ୍ରଥମ ସରକାରୀ ଅନୁମୋଦିତ, ମଶା ବିରୋଧୀ ଧୂପକାଠି ଗୁଡନାଇଟ୍ ଅଗ୍ରବତୀ ଆରମ୍ଭ କରିଛି । ଏହି ଅଭିନବ ଉତ୍ପାଦ ଗ୍ରାହକଙ୍କୁ ରାସାୟନିକ ଭାରପ୍ରାପ୍ତ ଚାଇନାରୁ ଆମଦାନୀ ବିପଦ ଯୁକ୍ତ ସାମଗ୍ରୀ ବିରୋଧରେ ଏକ ନିରାପଦ ବିକଳ୍ପ ପ୍ରଦାନ କରୁଛି ।

Share

Leave a Reply

Your email address will not be published. Required fields are marked *

twenty + 19 =