ଟାଟା ଏଆଇଏ ପକ୍ଷରୁ ହ୍ୱାଟ୍‌ସଆପ୍‌ରେ ଶିଳ୍ପ ପ୍ରଥମ ପେମେଂଟ୍ ସମାଧାନର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଜୀବନ ବୀମା କମ୍ପାନି ଟାଟା ଏଆଇଏ ପକ୍ଷରୁ ହ୍ୱାଟସ୍‌ଆପ୍‌ରେ ପ୍ରିମିୟମ୍ ପେମେଂଟ୍ ସେବାର ଶୁଭାରମ୍ଭ କରାଯାଇଛି । ବୀମା କ୍ଷେତ୍ରର ପ୍ରଥମ କମ୍ପାନି ଭାବେ ଟାଟା ଏଆଇଏ ଏହି ସେବାର ଶୁଭାରମ୍ଭ କରିଛି ।ପୂର୍ବରୁ କେବଳ ୟୁପିଆଇରେ ସୀମିତ ଥିବା ବେଳେ ଏବେ ଟାଟା ଏଆଇର ଗ୍ରାହକମାନେ ହ୍ୱାଟସ୍‌ଆପ୍‌ରେ ବିଭିନ୍ନ ପେମେଂଟ୍ ମାଧ୍ୟମ ବ୍ୟବହାର କରିପାରିବେ । ଗ୍ରାହକମାନେ ହ୍ୱାଟସ୍‌ଆପ୍‌୍‌କୁ ବ୍ୟବହାର କରି କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ଓ ନେଟ୍ ବ୍ୟାଙ୍କିଙ୍ଗ ଜରିଆରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପେମେଂଟ୍ କରିପାରିବେ । ପୂର୍ବରୁ ଏହି ସୀମା ୨ ଲକ୍ଷ ଟଙ୍କା ଥିଲା ।
୨୦୨୩ ଜୁନ୍‌ରେ ଟାଟା ଏଆଇଏ ପକ୍ଷରୁ ହ୍ୱାଟସ୍‌ଆପ୍ ଓ ୟୁପିଆଇ ପେମେଂଟ୍ ବିକଳ୍ପ ଜରିଆରେ ଶିଳ୍ପର ପ୍ରଥମ ଡିଜିଟାଲ୍ ପେମେଂଟ୍ ସୁବିଧାର ଶୁଭାରମ୍ଭ କରାଯାଇଥିଲା । ଟାଟା ଏଆଇଏ ପକ୍ଷରୁ ହ୍ୱାଟସ୍‌ଆପ୍‌ରେ ୨୭ ପ୍ରକାର ସେବା ପ୍ରଦାନ କରାଯାଉଛି । ଗ୍ରାହକମାନେ ପଲିସିର ସଫ୍ଟ କପି ପ୍ରିମିୟମ୍ ସାର୍ଟିଫିକେଟ୍‌, ଦାବି ଶୁଭାରମ୍ଭ ଓ ଅପ୍‌ଡେଟ୍‌, ନବୀକରଣ ପ୍ରିମିୟମ୍ ପ୍ରଦାନ, ଯୋଗାଯୋଗ ଠିକଣା ଅପ୍‌ଡେଟ୍‌, ସେବା ଅନୁରୋଧ ଟ୍ରାକିଂ, ଏନ୍‌ଇଏଫ୍‌ଟି ଅପ୍‌ଡେଟ୍‌, ୟୁନିଟ୍ ଷ୍ଟେଟ୍‌ମେଂଟ୍‌, ଫଣ୍ଡ୍ ଭାଲ୍ୟୁ ଅପ୍‌ଡେଟ୍ ଭଳି ସୁବିଧା ପାଇପାରୁଛନ୍ତି ।
ଟାଟା ଏଆଇଏର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ପରିଚାଳନା ମୁଖ୍ୟ ସଞ୍ଜୟ ଆରୋରା କହିଛନ୍ତି ଯେ, “ହ୍ୱାଟସଆପରେ ନୂତନ, ଉପଭୋକ୍ତା କେନ୍ଦ୍ରିକ ଦେୟ ବିକଳ୍ପ ପ୍ରଚଳନ ସହିତ ଶିଳ୍ପରେ ଏହି ଧାରା ସ୍ଥାପିତ କରିବାକୁ ଆମେ ଉତ୍ସାହିତ । ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଉପଭୋକ୍ତାଙ୍କୁ ସୁବିଧା ଏବଂ ସହଜରେ ସେବା ପ୍ରଦାନ କରିବା ପାଇଁ ଆମର ଜାରି ରହିଥିବା ପ୍ରତିବଦ୍ଧତାର ଏକ ଅଂଶ ହେଉଛି ଏହି ଅଭିନବ ପଦକ୍ଷେପ । ଆମେ ବଜାର ଅଗ୍ରଣୀ ସମାଧାନ ପ୍ରଦାନ ଜାରି ରଖିବୁ ଯାହା ଆମକୁ ସର୍ବଦା ଉତମ ଗ୍ରାହକ ଅନୁଭୂତି ପ୍ରଦାନ କରିବାରେ ସାହାଯ୍ୟ କରିବ ।’’
ଗ୍ରାହକମାନେ ଅଭ୍ୟସ୍ତ ଥିବା ହ୍ୱାଟସ୍‌ଆପ୍ ଜରିଆରେ ନବୀକରଣ ପ୍ରିମିୟମ୍ ପ୍ରଦାନ କରିପାରିବେ ଓ ଏହାର ନମନୀୟତାକୁ ଉପଭୋଗ କରିପାରିବେ । କ୍ଷଣିକ ଭିତିରେ ପେମେଟ୍ ହେବ ଏବଂ ତତ୍କାଳ ଆକ୍‌ନଲେଜ୍‌ମେଂଟ୍ ମିିଳିଯିବ । ଏଥିରେ କ୍ରେଡିଟ କାର୍ଡ, ଡେବିଟ୍ କାର୍ଡ ଓ ନେଟ୍ ବ୍ୟାଙ୍କିଙ୍ଗ ବିକଳ୍ପକୁ ଯୋଡ଼ାଯାଇପାରିବ ଫଳରେ ୟୁପିଆଇର ଆବଶ୍ୟକତା ପଡ଼ିବ ନାହିଁ । ଟାଟା ଏଆଇଏ ପକ୍ଷରୁ ଆନାଲିଟିକ୍ସ ଦ୍ୱାରା ପ୍ରେରିତ ଡେସିବଲ୍‌ଭିତିକ ଦର୍ଶନ ଜରିଆରେ ନବୀକରଣ ପ୍ରିମିୟମ୍ ସଂଗ୍ରହରେ ଉନ୍ନତି ଅଣାଯାଇଛି । ବିଭିନ୍ନ ଡିଜିଟାଲ୍ ମାଧ୍ୟମରେ ନବୀକରଣ ପ୍ରିମିୟମ୍ ସଂଗ୍ରହ କରିବା ଏବଂ ଭାଷା ଦକ୍ଷତାକୁ ମଧ୍ୟ କମ୍ପାନି ପକ୍ଷରୁ ବୃଦ୍ଧି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

2 × 2 =