ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ମୋଦିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ() ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ଆମେରିକା ରାଷ୍ଟ୍ରପତି। ଏଥିପାଇଁ ମୋଦିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ।

ଦୁଇ ଦିନ ପୂର୍ବରୁ ଜି-୭ ସଦସ୍ୟ ସଂଖ୍ୟା ବଢାଇବାକୁ ମତ ରଖିଥିଲେ ଡୋନାଲ୍‌ଡ ଟ୍ରମ୍ପ। ଏଥିରେ ଯୋଗଦେବା ନେଇ ପ୍ରଧାନମନ୍ତ୍ରୀ ସମ୍ମତି ଜଣାଇଛନ୍ତି। ପ୍ରସ୍ତାବିତ ସମ୍ମିଳନୀର ସଫଳତା ପାଇଁ ଆମେରିକା ଓ ଅନ୍ୟ ରାଷ୍ଟ୍ରଙ୍କ ସହ ମିଶି କାର୍ଯ୍ୟ କରିବାକୁ ଭାରତ ଆଗ୍ରହୀ ବୋଲି ଟ୍ରମ୍ପଙ୍କୁ କହିଛନ୍ତି ମୋଦି। ଏହି ଅବସରରେ କରୋନା ମୁକାବିଲା, ଭାରତ-ଚୀନ୍‌ ସୀମା ପ୍ରସଙ୍ଗ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଂପର୍କରେ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ।

Share

Leave a Reply

Your email address will not be published. Required fields are marked *

18 − seven =