AIRTELର ନୂଆ ପ୍ଲାନ୍, ଏଣିକି ଗ୍ରାହକଙ୍କୁ ପ୍ରିପେଡ ପ୍ଲାନ୍ ସହ ମିଳିବ ୪ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ

ନୂଆଦିଲ୍ଲୀ() ଏୟାରଟେଲ ଗ୍ରାହକଙ୍କ ପାଇଁ ବଡ ଘୋଷଣା କରିଛି କମ୍ପାନି । ଏଣିକି ଗ୍ରାହକଙ୍କୁ ପ୍ରିପେଡ ପ୍ଲାନ୍ ସହ ଜୀବନବୀମା ମଧ୍ୟ ମିଳିବ । ଏୟାରଟେଲ ପକ୍ଷରୁ କୁହାଯାଇଛି ଯେ, ଦେଶରେ ସମସ୍ତ ଲୋକଙ୍କ ପାଖରେ ଏଯାଏଁ ଇନସ୍ୟୁରାନ୍ସ ପହଞ୍ଚିପାରିନି । ତେଣୁ ଏହି ପ୍ଲାନ୍ ଲଞ୍ଚ କରାଯାଇଛି ।

ଏୟାରଟେଲର ନୂଆ ୫୯୯ ଟଙ୍କା ପ୍ରିପେଡ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା ମିଳିବ । ଏହାସହ ଅସୀମିତ ଲୋକାଲ ଓ ଏସଡିଟି କଲର ଲାଭ ପାଇପାରିବେ ଗ୍ରାହକ । ଯାହାର ଅବଧି ୮୪ ଦିନ ଯାଏଁ ରହିବ । କଲ ଓ ଇଣ୍ଟରନେଟ ବ୍ୟତୀତ ଏହି ପ୍ଲାନରେ ୪ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୀବନବୀମାର ସୁବିଧା ପାଇପାରିବେ ଗ୍ରାହକ । ଭାରତୀ ଏକ୍ସା ଲାଇଫ୍ ଇନସ୍ୟୁରାନ୍ସ ପକ୍ଷରୁ ଏହି ଜୀବନବୀମା ରାଶି ଯୋଗାଇ ଦିଆଯିବ ।

Share

Leave a Reply

Your email address will not be published. Required fields are marked *

eight + nineteen =