ସୋନି ପକ୍ଷରୁ ନୂଆ ବ୍ଲୁଏଫ୍‌-୧୦୦୦ଏକ୍ସଏମ୍‌୫ ଓୟାରଲେସ୍ ଇୟରବଡ୍ ଉନ୍ମୋଚିତ

ଭୁବନେଶ୍ୱର: ସୋନି ପକ୍ଷରୁ ନୂଆ ଓୟାରଲେସ୍ ଇୟରବଡ୍ ଡବ୍ଲୁଏଫ୍‌-୧୦୦୦ଏକ୍ସଏମ୍‌୫ର ଉନ୍ମୋଚନ କରାଯାଇଛି । ଏଥିରେ ଅତୁଳନୀୟ କୋଳାହଳ ରୋକିବା (ନଏଜ୍ କ୍ୟାନ୍‌ସେଲେସନ) ସୁବିଧା ଥିବା ବେଳେ ତାହା ଉନ୍ନତ ସାଉଣ୍ଡ୍ ଅନୁଭୂତି ପ୍ରଦାନ କରୁଛି । କଲ୍ କରିବା ବେଳେ ଏହାର ମାନ ବେଶ ଉତ୍କୃଷ୍ଟ ରହିଛି । ସଙ୍ଗୀତର ମଜା ନେବା ବେଳେ ଏହା ସମ୍ପୂର୍ଣ୍ଣ ଭିନ୍ନ ଅନୁଭବ ପ୍ରଦାନ କରିବ ।
ଏହାର ଉନ୍ମୋଚନ ଅବସରରେ ସୋନି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସୁନିଲ ନାୟାର କହିଛନ୍ତି ଯେ, “ଇୟରବଡ୍‌ର ଦୃଷ୍ଟିକୋଣକୁ ଡବ୍ଲୁଏଫ୍‌-୧୦୦୦ଏକ୍ସଏମ୍‌୫ ବଦଳାଇଛି । ଆମେ ଗର୍ବର ସହ ଘୋଷଣା କରୁଛୁ ଯେ ଆମ ଇୟରବଡ୍‌ରେ ରହିଥିବା ସୁବିଧା ଶ୍ରୋତାମାନଙ୍କୁ ଉନ୍ନତ ସାଉଣ୍ଡ୍ ଅନୁଭୂତି ପ୍ରଦାନ କରିବ । ଏହାର ପ୍ରତ୍ୟକ୍ଷ ନଏଜ୍ କ୍ୟାନ୍‌ସେଲେସନ୍ ସୁବିଧା, ଅତି ଉନ୍ନତ ମାନର ଅଡିଓ ଓ ଆକର୍ଷଣୀୟ ସାଉଣ୍ଡ୍ ମାନ ଆଦି ସବୁ କିଛିକୁ ଅପେକ୍ଷାକୃତ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମୂଲ୍ୟ ସହ ଏହାକୁ ଏକ ଉପଯୁକ୍ତ ପସନ୍ଦରେ ପରିଣତ କରିଥିବା ବେଳେ ଅଡିଓ ଦୁନିଆରେ ଏହା ନୂଆ ମାନଦଣ୍ଡ ଧାର୍ଯ୍ୟ କରିଛି । ଏହି ଇୟରବଡ୍ ଜରିଆରେ ଭାରତ ସମେତ ସାରା ବିଶ୍ୱରେ ବାସ୍ତବ ଓୟାରଲେସ୍ ଇୟରବଡ୍‌ର ଶ୍ରେଷ୍ଠ ଉତ୍ପାଦନକାରୀ ଭାବେ ଆମେ ଆମର ସ୍ଥିତିକୁ ମଜଭୂତ କରିବାକୁ ଲକ୍ଷ୍ୟ ରଖିଛୁ ।”
ଶ୍ରୋତାମାନଙ୍କୁ ପ୍ରିିମିୟମ୍ ସାଉଣ୍ଡ୍ ପ୍ରଦାନ କରିବା ଲାଗି ଏହି ଇୟରବଡ୍‌ରେ ରହିଛି ଶ୍ରେଷ୍ଠ ନଏଜ୍ କ୍ୟାନ୍‌ସେଲେସନ ସୁବିଧା । ଗଭୀର ବାସ୍‌, ସ୍ପଷ୍ଟ ସ୍ୱର ସହ ଆପଣ ନିଜ ପସନ୍ଦର କଳାକାରଙ୍କ ଗୀତକୁ ଶୁଣିପାରିବେ । ସୋନି ନୂତନ ଭାବେ ବିକାଶ କରିଥିବା ଇଂଟିଗ୍ରେଟେଡ୍ ପ୍ରୋସେସର ଭି୨ ଓ ଏଚ୍‌ଡି ନଏଜ୍ କ୍ୟାନ୍‌ଲେସନ୍ ପ୍ରୋସେସର କ୍ୟୁନଏ୍‌୨ଇକୁ ଏଥିରେ ବ୍ୟବହାର କରାଯାଇଛି । ଏକ ସ୍ୱତନ୍ତ୍ର ପଲିରାଥେନ୍ ଫୋମ୍ ଉପକରଣ କୋଳାହଳକୁ କମ୍ କରିବାରେ ସହାୟକହେବ ।
ଏହି ଇୟରବଡ୍‌ରେ ୩୬୦ ଡିଗ୍ରି ରିଅଲିଟି ଅଡିଓ, ଡାଇନାମିକ୍ ଡ୍ରାଇଭର ଏକ୍ସ ସୁବିଧା ରହିଛି । ଏଥିରେ ଥିବା ହେଡ୍ ଟ୍ରାକିଂ ପ୍ରଯୁକ୍ତି ଯୋଗୁ ଇୟରବଡ୍‌ଟି ମୁଣ୍ଡର ଚଳନ ଅନୁସାରେ ନିଜକୁ ପ୍ରସ୍ତୁତ ରଖିବ । ଡିପ୍ ନିଉଟ୍ରାଲ୍ ନେଟ୍‌ୱର୍କ ପ୍ରୋସେସିଂ ଓ ବୋନ୍ କଣ୍ଡକ୍ସନ ସେନ୍‌ସର୍ ପାଇଁ କୋଳାହଳପୂର୍ଣ୍ଣ ପରିବେଶରେ ମଧ୍ୟ ଆପଣଙ୍କ ସ୍ୱର ପ୍ରାକୃତିକ ଭାବେ ଓ ସ୍ପଷ୍ଟ ଶୁଣାଯିବ । ଏଥିରେ ଥିବା ବ୍ୟାଟେରି ୮ ଘଂଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ମାତ୍ର ତିନି ମିନଟ୍ ଚାର୍ଜ କଲେ ବ୍ୟାଟେରି ୬୦ ମିନିଟ୍ ପର୍ଯ୍ୟନ୍ତ କାମ କରିବ । ଏଥିରେ ଥିବା କ୍ୟୁଆଇ ପ୍ରଯୁକ୍ତି ପାଇଁ ଓୟାରଲେସ୍ ଚାର୍ଜିଂ ସହଜରେ ହେବ ।
ଅକ୍ଟୋବର ୧୮ ତାରିଖରୁ ଏହା କଳା ଓ ପ୍ଲାଟିନମ୍ ସିଲ୍‌ଭର ରଙ୍ଗରେ ଉପଲବ୍ଧ ହେବ । ଏହାର ଦାମ୍ ୨୪,୯୯୦ ଟଙ୍କା ରହିଛି । ଅକ୍ଟୋବର ୧୫ ପୂର୍ବରୁ ପ୍ରାକ୍ ବୁକିଂ କଲେ ୨୧,୯୯୦ ଟଙ୍କାରେ ତାହା ମିଳିପାରିବ ।

Share

Leave a Reply

Your email address will not be published. Required fields are marked *

7 + 14 =