ୱି ପକ୍ଷରୁ ୱି ଆପ୍‌ରେ “ରିଚାର୍ଜ ଆଣ୍ଡ୍ ଫ୍ଲାଏ’ ଅଫର

ଭୁବନେଶ୍ୱର: ଉତ୍ସବ ଋତୁର ଖୁସିକୁ ଦ୍ୱିଗୁଣିତ କରି ଦେଶର ଅଗ୍ରଣୀ ଟେଲିକମ୍ ଅପରେଟର ୱି ଆଜି ଇଜ୍‌ମାଇଁଟ୍ରିପ୍ ସହଯୋଗିତାରେ ଏହାର ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର “ରିଚାର୍ଜ ଆଣ୍ଡ୍ ଫ୍ଲାଏ’ ଘୋଷଣା କରିଛି । ଏହାର ଅଂଶ ସ୍ୱରୂପ ୱିର ଗ୍ରାହକମାନେ ୨୦୨୩ ସେପ୍ଟେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ୱି ଆପ୍‌ରେ ରିଚାର୍ଜ କଲେ ପ୍ରତି ଘଂଟାରେ ୫୦୦୦ ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ବିମାନ ଟିକଟ ମାଗଣାରେ ଜିତିବା ସୁଯୋଗ ପାଇପାରିବେ । ଏଥି ସହିତ ବ୍ୟବହାରକାରୀମାନେ ଉଚ୍ଚ ଦାମର ଟିକଟ ବୁକିଂ କରିପାରିବେ ଏବଂ ୫୦୦୦ ଟଙ୍କାର ରିହାତି ପାଇପାରିବେ ।
ଏଥି ସହିତ ଏହି ପାଂଚ ଦିନିଆ ଅଫରରେ ଗ୍ରାହକମାନେ ଇଂଟରନେଟ୍‌ରେ ବହୁତ କାମ କରିପାରିବେ । ୱି ଆପ୍ ଜରିଆରେ କରାଯାଉଥିବା କେତେକ ସ୍ୱତନ୍ତ୍ର ରିଚାର୍ଜରେ ବିନା ମୂଲ୍ୟରେ ୱି ୫୦ ଜିବି ପର୍ଯ୍ୟନ୍ତ ଡାଟା ପ୍ରଦାନ କରିବ । ଇଜ୍‌ମାଇଁଟ୍ରିପ୍‌ରେ ବିମାନ ଟିକଟ ବୁକିଂ ବେଳେ ୪୦୦ ଟଙ୍କା ମୂଲ୍ୟର ସ୍ୱତନ୍ତ୍ର ରିହାତି କୁପନ୍ ଓ ଅନ୍ୟାନ୍ୟ ରିୱାର୍ଡ ପାଇପାରିବେ ।
ୱି ଆପ୍ ଜରିଆରେ ଯେତେ ଅଧିକ ରିଚାର୍ଜ କରିବେ ବିମାନ ଟିକଟ ଓ ଅତିରିକ୍ତ ଡାଟା ମିଳିବାର ସୁଯୋଗ ସେତେ ଅଧିକ ରହିବ ।
ଏହି ଅଫର ସ୍ୱତନ୍ତ୍ର ଭାବେ କେବଳ ୱି ଆପ୍‌ରେ ଉପଲବ୍ଧ ହେବ ।

Share

Leave a Reply

Your email address will not be published. Required fields are marked *

twenty − 7 =