ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ସର୍ବଭାରତୀୟ କଳା, ହସ୍ତକଳା ଓ ସାହିତ୍ୟ ପ୍ରତିଯୋଗିତା “ସ୍ପ୍ଲାସ୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ତୃତୀୟ ସର୍ବବୃହତ ବ୍ୟାଙ୍କ୍ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ୭-୧୪ ବର୍ଷ ବୟସର ପିଲାଙ୍କ ପାଇଁ ଏକ ସର୍ବଭାରତୀୟ କଳା, ହସ୍ତକଳା ଓ ସାହିତ୍ୟ ପ୍ରତିଯୋଗିତା “ସ୍ପ୍ଲାସ୍‌’ର ଶୁଭାରମ୍ଭ କରାଯାଇଛି । ଏହି ସର୍ବଭାରତୀୟ ପ୍ରତିଯୋଗିତାରେ ପ୍ରତି ପିଲା ଯେଭଳି ଅଂଶଗ୍ରହଣ କରିପାରିବେ ତାହାକୁ ନିଶ୍ଚିତ କରିବା ଲାଗି ସ୍ପ୍ଲାସ୍ ୨୨-୨୩ ଫିଜିଟାଲ୍  ଅନୁଷ୍ଠିତ ହେବ । ଅଂଶଗ୍ରହଣକାରୀମାନେ https://www.axisbanksplash.in/ ୱେବସାଇଟ୍ ପରିଦର୍ଶନ କରି ୨୦୨୨ ଡିସେମ୍ବର ୧୨ ତାରିଖରୁ ୨୦୨୩ ଫେବ୍ରୁଆରି ୫ ତାରିଖ ମଧ୍ୟରେ ପଂଜୀକରଣ କରିପାରିବେ ଏବଂ ସେମାନଙ୍କ ଆବେଦନ ଦାଖଲ କରିପାରିବେ । ଚିତ୍ରକଳା, ଲେଖା ଏବଂ ହସ୍ତକଳା ଜରିଆରେ ନିଜ ଅଭିନବ ଚିନ୍ତାଧାରାକୁ ଉପସ୍ଥାପନ କରିବା ଲାଗି ଚଳିତ ବର୍ଷ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରାଯାଉଛି ।

ପରିବେଶ ସଂରକ୍ଷଣ ଉପରେ ପିଲାମାନଙ୍କୁ ସଚେତନ କରିବା ଲାଗି ଚଳିତ ବର୍ଷ ପ୍ରତିଯୋଗିତାର ଦୁଇଟି ବିଷୟବସ୍ତୁ ରହିଛି । ୭-୧୦ ବର୍ଷର ପିଲାମାନଙ୍କ ପାଇଁ ବିଷୟ ରହିଛି “ଏଭରଗ୍ରିନ୍ ଇଣ୍ଡିଆ’ ଏବଂ ୧୧-୧୪ ବର୍ଷର ପିଲାମାନଙ୍କ ପାଇଁ ବିଷୟ ରହିଛି “ଭାରତ ୨୦୩୦’ । ପିଲାମାନେ କଳା-ଚିତ୍ରାଙ୍କନ, ସାହିତ୍ୟରେ  ପ୍ରବନ୍ଧ, କାହାଣୀ କିମ୍ବା କବିତା ଲେଖିବା ଏବଂ ହସ୍ତକଳାରେ ଯେକୌଣସି ବ୍ୟବହାରଯୋଗ୍ୟ ସାମଗ୍ରୀ ପ୍ରସ୍ତୁତ କରି ତାହାର ୬୦ ସେକେଣ୍ଡ୍‌ର ଭିଡିଓ ପ୍ରସ୍ତୁତ କରିବା ବିକଳ୍ପ ଆଦି ଚୟନ କରିପାରିବେ ।

ଏହି ପ୍ରତିଯୋଗିତା ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ମୁଖ୍ୟ ମାର୍କେଟିଂ ଅଧିକାରୀ ଅନୁପ ମନୋହର କହିଛନ୍ତି ଯେ “ସ୍ପ୍ଲାସ୍ ବିଷୟରେ ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ । ଏହି ପ୍ରତିଯୋଗିତା ଜରିଆରେ ପିଲାମାନଙ୍କ ଚିନ୍ତାଧାରାକୁ ବନ୍ଧନମୁକ୍ତ କରି; ଆମ ଦୁନିଆକୁ କିଭଳି ସୁରକ୍ଷା ଦେଇପାରିବା ତାହା ଜଣାଇବା ଲାଗି କଳାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରିବା ଭଳି ପଦକ୍ଷେପ ଜରିଆରେ ସେମାନଙ୍କ ମଧ୍ୟରେ ଦୀର୍ଘମିଆଦୀ ମୂଲ୍ୟବୋଧ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ଆମେ ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମ, କ୍ଷେତ୍ର ଭିତିକ କାର୍ଯ୍ୟକ୍ରମ ଏବଂ ସ୍କୁଲରେ ପ୍ରତିଯୋଗିତା ଭଳି ବିବିଧ ବିକଳ୍ପ ପ୍ରଦାନ କରୁଛୁ ଯାହା ସାରା ଦେଶର ପିଲାମାନଙ୍କୁ ସେମାନଙ୍କ ଚିନ୍ତାଧାରାକୁ ଉପସ୍ଥାପନ କରିବା ଲାଗି ସମାନ ସୁଯୋଗ ପାଇପାରିବେ । ଅତୀତରେ ଏହି କାର୍ଯ୍ୟକ୍ରମ ପାଇଁ ଆମେ ଜବରଦସ୍ତ ସମର୍ଥନ ହାସଲ କରିଥିଲୁ, ତେଣୁ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ ଆଉ ୫୦୦ଟି ସ୍କୁଲକୁ ସମ୍ପ୍ରସାରିତ କରାଯାଇଛି । ଏହି ଯୁବ ପ୍ରତିଭାଙ୍କ ଚିନ୍ତାଧାରାରୁ ଶିକ୍ଷା ଗ୍ରହଣ କରିବା ଲାଗି ଆମେ ଉତ୍ସାହିତ ଅଛୁ ।’’

ଏହି ପ୍ରତିଯୋଗିତାର ବିଚାରକ ହେବା ଲାଗି ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ଶ୍ରେଷ୍ଠ ସ୍କୁଲ ଓ ଶିକ୍ଷାନୁଷ୍ଠାନର ଶିକ୍ଷାବିତ୍ ଏବଂ ମେଂଟର୍‌ମାନଙ୍କୁ ଆମନ୍ତ୍ରଣ କରାଯାଇଛି । ସେମି ଫାଇନାଲିଷ୍ଟମାନଙ୍କୁ ମାଗଣା ଅନଲାଇନ୍ ମେଂଟରିଂ ଅଧିବେଶନ ପ୍ରଦାନ କରାଯିବ । ଅମର ଚିତ୍ର କଥାର ଗ୍ରୁପ୍ ଆର୍ଟ ଡାଇରେକ୍ଟର ସାଭିଓ ମାସ୍କର୍‌ନେହାସ୍‌, ପ୍ଲେସିଫୁର ବରିଷ୍ଠ ଉପସଭାପତି ସୌମ୍ୟା ତିୱାରୀ ଫାଇନାଲର ବିଜେତାଙ୍କୁ ଚୟନ କରିବେ । ସିନିଅର ଓ ଜୁନିଅର ବର୍ଗର ଶ୍ରେଷ୍ଠ ତିନି ବିଜେତାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଏବଂ ତିନି ରନର୍ସ ଅପ୍‌ଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ମିଳିବ । ବିଜେତା ସ୍କୁଲକୁ ବି ଟ୍ରଫି ଦିଆଯିବ । ବିଜେତାଙ୍କ ନାମ ୨୦୨୩ ମାର୍ଚରେ ଘୋଷଣା କରାଯିବ ।

Share

Leave a Reply

Your email address will not be published. Required fields are marked *

11 + 7 =