ଗ୍ରାମୀଣ ଓଡ଼ିଶାରେ ନିରନ୍ତର ଜୀବନଜୀବିକା ସୁଯୋଗ ସୃଷ୍ଟି କରୁଛି ଡିସିବି ବ୍ୟାଙ୍କ

ଭୁବନେଶ୍ୱର: ଗ୍ରାମୀଣ ଓଡ଼ିଶାରେ ଲୋକମାନଙ୍କ ପାଇଁ ନିରନ୍ତର ଜୀବନଜୀବିକା ସୃଷ୍ଟି କରିବା ଦିଗରେ ଡିସିବି ବ୍ୟାଙ୍କ କାର୍ଯ୍ୟ କରୁଛି । ଓଡ଼ିଶାର କଟକ ଜିଲ୍ଲାର ବାଙ୍କି ବ୍ଲକ୍‌ର ଗ୍ରାମାଂଚଳରେ ଭୂତଳ ଜଳ ଉପଲବ୍ଧତାରେ ଉନ୍ନତି ଆଣିବା ଉପରେ ବ୍ୟାଙ୍କ ଗୁରୁତ୍ୱାରୋପ କରଛି । ଏହି ଅଭିଯାନରେ ଗତ ଦୁଇ ବର୍ଷରେ ୧୪ଟି ଗ୍ରାମରେ ବାସ କରୁଥିବା ଲୋକମାନଙ୍କ ଜୀବନରେ ପରିବର୍ତନ ଆସିପାରିଛି । ଏହା ଦ୍ୱାରା ୨,୧୮୬ ଚାଷୀ ଏବଂ ୮,୧୨୩ ଘର ଉପକୃତ ହୋଇଛନ୍ତି ।
ବାଙ୍କି ବ୍ଲକ୍‌ର ଅଧିକାଂଶ ବାସିନ୍ଦା ହେଉଛନ୍ତି ଆଦିବାସୀ ଏବଂ ସ୍ୱଦେଶୀ ଜନ ଏବଂ ସେମାନଙ୍କ ମଧ୍ୟରୁ ୯୦% ଦାରିଦ୍ର‌୍ୟ ସୀମାରେଖା ତଳେ ବାସ କରୁଛନ୍ତି । କୃଷି ଓ ପଶୁପାଳନ ହେଉଛି ସେମାନଙ୍କ ଆୟର ପ୍ରମୁଖ ଉତ୍ସ ଏବଂ ସେମାନେ ଛୋଟମୋଟ ବ୍ୟବସାୟ ଓ ଶ୍ରମିକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ବାଙ୍କି ବ୍ଲକ୍‌ରେ ବସତି ଛୋଟ ଛୋଟ ଅଂଚଳରେ ଥିବାରୁ ନିରନ୍ତର ଜୀବନଜୀବିକା ସୁଯୋଗ ସୃଷ୍ଟି କରିବା ବେଶ କଷ୍ଟକର । ସେଠାରେ ଭୂତଳ ଜଳ ସ୍ତର ହ୍ରାସ ପାଉଥିବା ବେଳେ ଭରସାଯୋଗ୍ୟ ଜଳସେଚନର ମଧ୍ୟ ସୁବିଧା ନାହିଁ ଯେଉଁଥିପାଇଁ ଚାଷ କାର୍ଯ୍ୟ କରିବା କଷ୍ଟକର ହେଉଛି । ବାହାରୁ ପାନୀୟ ଜଳ ଯୋଗାଡ଼ କରିବା ମଧ୍ୟ ଏକ ବଡ଼ ଆହ୍ୱାନ ।
କୋଭିଡ୍ ମହାମାରୀ ବ୍ୟାପିବା ପୂର୍ବରୁ ଏହି ଅଂଚଳର ସ୍ଥାନୀୟ ସମସ୍ୟାକୁ ଜାଣିବା ଲାଗି ଡିସିବି ବ୍ୟାଙ୍କ ପକ୍ଷରୁ କ୍ଷେତ୍ର ଭିତିକ ଅନୁଶୀଳନ କରାଯାଇଥିଲା । ବ୍ୟାଙ୍କର ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଏନ୍‌ଜିଓ ଜନସର୍ଣ୍ଣ ଇଣ୍ଡିଆ ଫାଉଣ୍ଡେସନ ଦ୍ୱାରା ସେହି କାର୍ଯ୍ୟ କରାଯାଇଥିଲା । କଟକ ଜିଲ୍ଲାର ଦୁଇଟି ବ୍ଲକ୍ ବାଙ୍କି ଓ ଆଠଗଡ଼ରେ ସମନ୍ୱିତ ଜଳବିଭାଜିକା ପରିଚାଳନା ଜରିଆରେ ଜୀବନୀଜୀବିକା ଉନ୍ନତି ପ୍ରକଳ୍ପ (ଏଲ୍‌ଆଇପି) ଆରମ୍ଭ କରାଯାଇଛି । ଏହା ପଛର ଲକ୍ଷ୍ୟ ଥିଲା ଉତମ ଜଳ ସମ୍ବଳ ପରିଚାଳନା, ମୃତିକା ସଂରକ୍ଷଣ ସହ ଗୋଷ୍ଠୀ ସହଯୋଗିତା ବଢ଼ାଇ ଦୀର୍ଘମିଆଦୀ ଜୀବନଜୀବିକା ସୁଯୋଗ ସୃଷ୍ଟି କରିବା ।
ଏହି ପ୍ରକଳ୍ପ ଅଧୀନରେ ବାଙ୍କି ଓ ଆଗଠଗଡ଼ ବ୍ଲକ୍‌ରେ ଛଅଟି ଜଳ ଅମଳ ଢ଼ାଂଚାର ପୁନରୁଦ୍ଧାର, ସାତଟି ପୋଖରୀ ସଫେଇ କରାଯାଇଛି ଯଦ୍ୱାରା ଜଳ ଧାରଣ କ୍ଷମତା ୪୪,୮୮,୨୯,୮୪୪ କ୍ୟୁବିକ୍ ଲିଟରକୁ ବୃଦ୍ଧି ପାଇଛି । ଏହି ଅଭିଯାନରେ ଏକ ୧୮୦୦ ଲିଟର ପାଣି ଟାଙ୍କି, ଦୁଇଟି ଇଲେକ୍ଟ୍ରିକ୍ ମୋଟର, ଏକ ହଜାର ବୃକ୍ଷରୋପଣ ଏବଂ ମହିଳାମାନଙ୍କ ପୋଷାକ ପରିବର୍ତନ ସୁବିଧା ପ୍ରଦାନ କରିବା ଲାଗି ପୋଖରୀ ପାଶ୍ୱର୍ରେ ଦୁଇଟି ପୋଷାକ ବଦଳାଇବା କୋଠରି ନିର୍ମାଣ କରାଯାଇଛି । ଏହା ବତୀତ ଏହି ପ୍ରକଳ୍ପରେ ବର୍ଷକୁ ଦୁଇଟି ପ୍ରମୁଖ ଫସଲ ଓ ପନିପରିବା ଚାଷ କରିବା ଲାଗି ଗ୍ରାମବାଦୀଙ୍କୁ ଚାଷ ପଦ୍ଧତିର ଶିକ୍ଷା ଦିଆଯାଉଥିବାରୁ ମୃତିକାର ଉର୍ବରତାରେ ଉନ୍ନତିି ହେବା ସହ ଅଧିକ ପ୍ରାକୃତିକ ଉତ୍ପାଦ ଅମଳ ହେଉଛି ଏବଂ ଆୟ ବଢ଼ିଛି ।
ବାଙ୍କି ବ୍ଲକ୍‌ର କଦଳୀବାଡ଼ି ଗ୍ରାମ ପଂଚାୟତର ଶାଳବଣୀ ପଡ଼ା ଏନେଇ ଉଦାହରଣ ସୃଷ୍ଟି କରିଛି । ଏହି ପଡ଼ାର ବାସିନ୍ଦାମାନଙ୍କ ପାଖରେ ପାନୀୟ ଜଳର କୌଣସି ବ୍ୟବସ୍ଥା ନଥିଲା, ତେଣୁ ସେମାନେ ପୋଖରୀ ପାଣି ବ୍ୟବହାର କରୁଥିଲେ । ପୋଖରୀରେ ଲୋକମାନେ ଗାଧୁଆପାଧୁଆ କରୁଥିବା ବେଳେ ସେହି ପାଣିକୁ ବ୍ୟବହାର କରିବା ଯୋଗୁ ଚର୍ମ ରୋଗ ଦେଖାଦେଉଥିଲେ । ଏହି ପ୍ରକଳ୍ପ ଜରିଆରେ ପ୍ରଥମ ଧର ପାଇଁ ସେଠାରେ ଲୋକମାନଙ୍କ ପାଇଁ ଭରସାଯୋଗ୍ୟ ଜଳ ଉତ୍ସ ଉପଲବ୍ଧ ହୋଇପାରିଛି ।
ଏହି ଅବସରରେ ଡିସିବି ବ୍ୟାଙ୍କର ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ମୂରଲୀ ନଟରାଜନ କହିଛନ୍ତି ଯେ, “ଲୋକମାନଙ୍କ ସାମାଜିକ-ଅର୍ଥନୈତିକ ଏବଂ ପରିବେଶ ସ୍ଥିତି ନିରନ୍ତର ଉନ୍ନତି ଆଣିବା ଲାଗି ଡିସିବି ବ୍ୟାଙ୍କ ପକ୍ଷରୁ ଗୋଷ୍ଠୀ ସହ ସହଯୋଗିତା ସ୍ଥାପନ କରାଯାଇଛି । ଆୟ ଉନ୍ନତି ସୁଯୋଗ ସେମାନଙ୍କୁ ଉତମ ଜୀବନ ବଂଚିବା ଲାଗି ସକ୍ଷମ କରିଛି । ଉପେକ୍ଷୀତ ବର୍ଗଙ୍କ ପାଇଁ ନିରନ୍ତର ଜୀବନଜୀବିକା ସୁଯୋଗ ସୃଷ୍ଟି କରିବା ଏବଂ ହାସ ପାଉଥିବା ଜଳ ସମ୍ବଳ ଏବଂ ଜଳବାୟୁ ୁପରିବର୍ତନର ପ୍ରଭାବକୁ ସଫଳତାର ସହ ମୁକାବିଲା କରିବା ଲାଗି “ଜୀବନଜୀବିକା ଉନ୍ନିତକରଣ ପ୍ରକଳ୍ପ’ରେ ଲକ୍ଷ୍ୟ ରଖାଯାଇଛି । ଏହି ଅଭିଯାନ ଦ୍ୱାରା ୪୦,୦୦୦ ବ୍ୟକ୍ତିବିଶେଷ ଉପକୃତ ହୋଇଥିବା ବେଳେ ପରୋକ୍ଷରେ ଆଉ ୩୪୦୦୦ ହିତାଧିକାରୀଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିଛି । ବ୍ୟାଙ୍କର ନିରନ୍ତର ବିକାଶ ଅଭିଯାନର ସିଏସ୍‌ଆର୍ ପ୍ରକଳ୍ପ ବିଶେଷଜ୍ଞ ଏବଂ ପ୍ରକଳ୍ପ ହିତାଧିକାରୀଙ୍କ ସହ ସହଯୋଗିତା ଏକ ସଫଳ ମଡେଲ୍ ଭାବେ ପ୍ରମାଣିତ ହୋଇଛି । ବର୍ଷ ସାରା ଜଳ ଉପଲବ୍ଧତାରେ ଦ୍ରୁତ ଉନ୍ନତି ହୋଇଥିବାରୁ ହିତାଧିକାରୀଙ୍କ ଜୀବନଜୀବିକା ଆହୁରି ଉନ୍ନତ ହେବ ।’’

Share

Leave a Reply

Your email address will not be published. Required fields are marked *

eight − six =