ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ୍ ପକ୍ଷରୁ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ସହ ବହୁବର୍ଷୀୟ ବିଶ୍ୱସ୍ତରୀୟ ବୁଝାମଣା

ଭୁବନେଶ୍ୱର: ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ୨୦୨୩ ଓ ଭବିଷ୍ୟତରେ ହେବାକୁ ଥିବା ଆଇସିସିର ପୁରୁଷ କ୍ରିକେଟ୍ ଟୁର୍ଣ୍ଣାମେଂଟ୍‌ଗୁଡ଼ିକରେ ଗ୍ଲୋବାଲ୍ ପାର୍ଟନର ହେବା ଲାଗି ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ସହ ସହଯୋଗିତା ସ୍ଥାପନ କରାଯାଇଛି ।
ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍‌ର ଗ୍ଲୋବାଲ୍ ପାର୍ଟନର ଭାବେ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ଏହାର ଗ୍ରାହକ, କର୍ମଚାରୀ ଓ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବ୍ୟାପକ ପ୍ରଚାର ପ୍ରସାର କରିପାରିବ । ଆନ୍ଥେମ୍ ଚମ୍ପିଆନ୍‌ସିପ୍ କାର୍ଯ୍ୟକ୍ରମର ମାଲିକାନା ଜରିଆରେ ଇଣ୍ଡସଇଣ୍ଡ ବ୍ୟାଙ୍କର କିଛି ଭାଗ୍ୟଶାଳୀ ଗ୍ରାହକ ଓ କର୍ମଚାରୀ ମାନଙ୍କ ପିଲାମାନେ କ୍ରିକେଟ୍ ଟିମ୍ ପଡ଼ିଆରେ ପ୍ରବେଶ କରୁଥିବା ବେଳେ ସେମାନଙ୍କ ସହ ଯାଇପାରିବେ ଏବଂ ଖେଳାଳିମାନଙ୍କ ସହ ଜାତୀୟ ସଙ୍ଗୀତ ଗାନ କରିପାରିବେ । ପଡ଼ିଆରେ ବ୍ରାଣ୍ଡ୍‌ର କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ହୋଇପାରିବେ ଓ କ୍ରିକେଟ୍ ଖେଳକୁ ଉପଭୋଗ ମଧ୍ୟ କରିପାରିବେ ।
ଏହି ସହଯୋଗିତାର ଅଂଶ ଭାବେ ଗ୍ରାହକ, କର୍ମଚାରୀ ଓ ଅଂଶୀଦାରମାନଙ୍କ ସହିତ ଦୃଢ଼ ସମ୍ପର୍କ ଗଠନ କରିବା ଲାଗି ବିଭିନ୍ନ ପ୍ରକାର ବ୍ରାଣ୍ଡିଂ ଓ ଅନ୍ୟାନ୍ୟ ସୁବିଧା ସୁଯୋଗକୁ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ହାସଲ କରିପାରିବ । ନିଜର “ଇଣ୍ଡସ୍‌ଇଣ୍ଡ୍ଫର ସ୍ପୋର୍ଟସ’ କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କ ଜୀବନରେ ଉନ୍ନତି ଆଣିବା, କ୍ରୀଡ଼ାକୁ ସୁଦୃଢ଼ କରିବା, ଅନ୍ତର୍ଭୁକ୍ତୀକରଣର ପ୍ରସାର ଏବଂ ଦଳଗତ କାର୍ଯ୍ୟ ପ୍ରତି ବ୍ୟାଙ୍କର ରହିଥିବା ପ୍ରତିବଦ୍ଧତାକୁ ଏହି ସହଯୋଗିତା ପ୍ରତିଫଳିତ କରୁଛି ।
ଏହି ସହଯୋଗିତା ସମ୍ପର୍କରେ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ସୁମନ୍ତ କଠ୍‌ପାଲିଆ କହିଛନ୍ତି ଯେ, “କ୍ରୀଡ଼ାର ପରିବର୍ତନକାରୀ ଶକ୍ତି ଉପରେ ଆମର ବିଶ୍ୱାସ ରହିଛି ଏବଂ ଆଇସିସି ବିଶ୍ପକପ୍ ହେଉଛି ଦୁନିଆର ସେଭଳି ଏକ ଅନ୍ୟତମ ଲୋକପ୍ରିୟ କ୍ରୀଡ଼ା କାର୍ଯ୍ୟକ୍ରମ ଯେଉଁଥିରେ ଶ୍ରେଷ୍ଠ କ୍ରିକେଟ୍ ଦଳର ଖେଳକୁ କୋଟି କୋଟି ପ୍ରଶଂସକ ଦେଖିଥାନ୍ତି । ଆଇସିସି ସହିତ ସହଯୋଗିତା ସ୍ଥାପନ କରି ଆମେ ବେଶ ଉଲ୍ଲସିତ ଓ ଆମର ବିଶ୍ୱାସ ରହିଛି ଯେ ଏହି ସହଯୋଗିତା ଆମର ବ୍ରାଣ୍ଡ୍‌କୁ ଅଧିକ ଲୋକଙ୍କ ପାଖରେ ପହଂଚାଇବ ଏବଂ ଉଭୟ ଜାତୀୟ ଓ ଆନ୍ତର୍ଜାତିକ ଗ୍ରାହକଙ୍କ ସହ ଯୋଡ଼ିବ । ଆମେ ଏଭଳି ଉଲ୍ଳେଖନୀୟ ମୁହୂର୍ତ ସୃଷ୍ଟି କରିବାକୁ ଚାହିରହିଛୁ ଯାହାକୁ ଆମ ଗ୍ରାହକ, କର୍ମଚାରୀ ଓ କ୍ରିକେଟ୍ ପ୍ରଶଂସକମାନେ ମନେ ରଖିବେ ।’’
ଆଇସିସିର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଅନୁରାଗ ଦହିୟା କହିଛନ୍ତି ଯେ, “ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ୨୦୨୩ ଓ ଭବିଷ୍ୟତର ଆଇସିସି ପୁରୁଷ ଟୁର୍ଣ୍ଣାମେଂଟ୍‌ଗୁଡ଼ିକ ଲାଗି ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କକୁ ଗ୍ଲୋବାଲ ପାର୍ଟନର ଭାବେ ଆଇସିସି ପରିବାରକୁ ସ୍ୱାଗତ କରି ଆମେ ଉଲ୍ଲସିତ । ଅଧିକ ଖେଳାଳି, ଅଧିକ ପ୍ରଶଂସକ ଓ ଅଧିକ ଦେଶ କ୍ରୀଡ଼ାକୁ ଉପଭୋଗ କରନ୍ତୁ ବୋଲି କ୍ରିକେଟ୍‌ର ଯେଉଁ ଲକ୍ଷ୍ୟ ରହିଛି ତାହା ସହିତ ଉତ୍କର୍ଷତା ପାଇଁ ଆମର ଅତୁଟ ପ୍ରତିବଦ୍ଧତା ଓ ବ୍ୟାଙ୍କର ଉପସ୍ଥିତି ବେଶ ଖାପଖାଉଛି । ଉଭୟ ଆନ୍ଥେମ୍ ଚମ୍ପିଆନ୍ କାର୍ଯ୍ୟକ୍ରମ ଏବଂ ଗ୍ରାହକ, କର୍ମଚାରୀ ଓ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ସ୍ୱତନ୍ତ୍ର ଅନୁଭବ ଓ ସୁଯୋଗ ସୃଷ୍ଟି କରି କାର୍ଯ୍ୟକ୍ରମ ଅନୁଭବକୁ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ବଢ଼ାଇବ ।’’

Share

Leave a Reply

Your email address will not be published. Required fields are marked *

fourteen − four =