ଗଜ ଅଲଟରନେଟିଭ ଆସେଟ ମ୍ୟାନେଜମେଂଟ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ
ଭୁବନେଶ୍ୱର: ଗଜ କ୍ୟାପିଟାଲ ବ୍ରାଣ୍ଡ ଅଧୀନରେ ପରିଚାଳିତ ହେଉଥିବା ଗଜ ଅଲଟରନେଟିଭ ଆସେଟ ମ୍ୟାନେଜମେଂଟ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।
୨୦୦୪ରେ ପ୍ରତିଷ୍ଠା ହୋଇଥିବା ଏହି କମ୍ପାନି ଶିକ୍ଷା, ଉପଭୋକ୍ତା ଓ ଆର୍ôଥକ ସେବା କ୍ଷେତ୍ରର କମ୍ପାନିଗୁଡ଼ିକୁ ଅଭିବୃଦ୍ଧି ପୁଞ୍ଜି ପ୍ରଦାନ କରୁଛି। ୨୦୨୫ ଜାନୁଆରିରେ କମ୍ପାନି ଘରୋଇରୁ ସାର୍ବଜନୀନ ହୋଇଥିଲା ଓ ନିଜ ନାମକୁ ଗଜ ଅଲଟରନେଟିଭ ଆସେଟ ମ୍ୟାନେଜମେଂଟ ଲିମିଟେଡରେ ପରିବର୍ତନ କରିଥିଲା। କମ୍ପାନି ପକ୍ଷରୁ ୧୬୨୫ କୋଟି ଟଙ୍କାର ମୂଲ୍ୟାଙ୍କନ ଅନୁସାରେ ପ୍ରାକ ଆଇପିଓ ପ୍ଲେସମେଂଟ ଜରିଆରେ ୧୨୫ କୋଟି ଟଙ୍କା ହାସଲ କରାଯାଇଛି।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ ନୂଆ ସିଡ ଫଣ୍ଡ ପ୍ରଦାନ କରିବା ଏବଂ ଭାରତ ଓ ବିଦେଶରେ ବିତରଣ କ୍ଷମତା ବଢ଼ାଇବାରେ ବ୍ୟବହାର କରାଯିବ। ନୂଆ ଫଣ୍ଡ ପରିଚାଳନା ରଣନୀତି ପାଇଁ ତାହାର ବ୍ୟବହାରକୁ ସମ୍ପ୍ରସାରଣ କରାଯିବ। ଏହି ଆଇପିଓ ଜରିଆରେ କମ୍ପାନି ତାଲିକାଭୁକ୍ତ ଲାଭ ପାଇବ ଏବଂ ଏହାର ବ୍ରାଣ୍ଡର ଉପସ୍ଥିତି ବଢ଼ିବ।
ଗଜ କ୍ୟାପିଟାଲ୍ ହେଉଛି ଭାରତର ଏକ ପ୍ରମୁଖ ପିଇ/ଅଲଟରନେଟ ଆସେଟ୍ ମ୍ୟାନେଜମେଂଟ କମ୍ପାନି ଯାହା ଭାରତୀୟ ଅର୍ଥନୀତିର ଭବିଷ୍ୟତ ଚାମ୍ପିୟନ୍ ସୃଷ୍ଟି କରୁଥିବା ଉଦ୍ୟୋଗୀମାନଙ୍କୁ ଅଭିବୃଦ୍ଧି ଲାଗି ପୁଞ୍ଜି ଯୋଗାଇବା ଉପରେ ଧ୍ୟାନ ଦେଉଛି। ଗଜ କ୍ୟାପିଟାଲ୍ ଉଦୀୟମାନ ଭାରତୀୟ କମ୍ପାନିଗୁଡ଼ିକ ଏବଂ ଶୀର୍ଷ ସ୍ତରୀୟ ବିଶ୍ୱସ୍ତରୀୟ ଏବଂ ଘରୋଇ ସଂସ୍ଥାଗତ ନିବେଶକାରୀଙ୍କ ପାଇଁ ଏକ ପସନ୍ଦର ସହଯୋଗୀ ହୋଇଛି। ନିର୍ଦେଶକ ବୋର୍ଡ଼ରେ ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ବରେ ଶ୍ରୀ ଯୁ କେ ସିହ୍ନା, ଅଣ-କାର୍ଯ୍ୟନିର୍ବାହୀ ସଦସ୍ୟଗଣ ଭାବେ ଶୈଲେଶ ହରିଭକ୍ତି, ଶ୍ରୀ ପୃଥ୍ୱୀ ହଲଦିଆ, ଶ୍ରୀ ମନୀଷ ସଭରୱାଲ, ଶ୍ରୀ ଅରିନ୍ଦମ ଭଟ୍ଟାଚାର୍ଯ୍ୟ ଏବଂ ଶ୍ରୀମତୀ ଶିତଲ ମେହେରା ଅଛନ୍ତି। କାର୍ଯ୍ୟନିର୍ବାହୀ ବୋର୍ଡ଼ ସଦସ୍ୟଗଣ ମଧ୍ୟରେ ପ୍ରତିଷ୍ଠାତା ଭାବେ ଗୋପାଳ ଜୟନ୍, ରଣଜିତ୍ ଶାହା ଏବଂ ଇମ୍ରାନ୍ ଜାଫର୍ ରହିଛନ୍ତି। । ଗଜା କ୍ୟାପିଟାଲ ନିବେଶ କରିଥିବା୍ କମ୍ପାନିଗୁଡ଼ିକ ହେଉଛି ଟିମଲିଜ, ଲାଇଟହାଉସ୍ ଲର୍ଣ୍ଣିଂ, ଆରବିଏଲ ବ୍ୟାଙ୍କ, ଜନ୍ ଡିଷ୍ଟିଲାରିଜ୍, ଏକ୍ସପ୍ରେସବିଜ୍, ଇଆଇ, ଲିଡ଼ସ୍କ୍ୱାର୍ଡ଼ ଏବଂ ସିଙ୍ଗଜି।