Business

ସ୍ୟାଡୋଫ୍ୟାକ୍ସ ଟେକ୍ନୋଲୋଜିସ ଲିମିଟେଡ ପକ୍ଷରୁ ଆଇପିଓ ଜରିଆରେ ୨୫୦୦ କୋଟି ଟଙ୍କା ସଂଗ୍ରହ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଲଜିଷ୍ଟିକ୍ସ ସେବା ପ୍ରଦାନକାରୀ ସ୍ୟାଡୋଫ୍ୟାକ୍ସ ଟେକ୍ନୋଲୋଜିସ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ପାଣ୍ଠି ସଂଗ୍ରହ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। କମ୍ପାନି ପକ୍ଷରୁ ଆଇପିଓ ଜରିଆରେ ୨୦୦୦-୨୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରାଯିବ। ଏଥିରେ ନୂଆ ସେୟାର ଜାରି କରାଯିବ ଏବଂ ଅଫର ଫର ସେଲରେ ଅଂଶଧନକାରୀମାନେ ମଧ୍ୟ ସେୟାର ବିକ୍ରି କରିବେ। କମ୍ପାନିର ମୂଲ୍ୟାଙ୍କନ ୮୫୦୦ କୋଟି ଟଙ୍କା କରାଯାଇଛି।
୨୦୨୫ ଫେବ୍ରୁଆରିରେ ହୋଇଥିବା ପାଣ୍ଠି ଉଠାଣ ପର୍ଯ୍ୟାୟରେ କମ୍ପାନି ପ୍ରାୟ ୬୦୦୦ କୋଟି ଟଙ୍କାର ମୂଲ୍ୟାଙ୍କନ ସହ ପ୍ରାଥମିକ ଓ ମାଧ୍ୟମିକ ପୁଞ୍ଜି ହାସଲ କରିଥିଲା। ଏହି ଆଇପିଓ ଜରିଆରେ ଯେଉଁ ପାଣ୍ଠି ସଂଗ୍ରହ କରାଯିବ ତାହାକୁ କମ୍ପାନି ଦକ୍ଷତାରେ ଉନ୍ନତି, ଅଭିବୃଦ୍ଧି ବଢ଼ାଇବା ଏବଂ କମ୍ପାନିର ବ୍ୟବସାୟ ନେଟୱର୍କରେ ଅଧିକ ନିବେଶ କରିବାରେ ବିନିଯୋଗ କରିବାକୁ ପ୍ରସ୍ତାବ ରଖିଛି।
କମ୍ପାନି ପାଇଁ ଇ-କମର୍ସ ବର୍ଗ ହେଉଛି ସର୍ବବୃହତ ଯୋଗଦାନକାର ଯାହା ବ୍ୟବସାୟ ପ୍ରତି ୭୫ ପ୍ରତିଶତ ଯୋଗଦାନ କରୁଛି। ଅବଶିଷ୍ଟ ବ୍ୟବସାୟ କ୍ୱିକ କମର୍ସ ଓ ହାଇପର ଲୋକାଲ ଡେଲିଭରିରୁ ଆସୁଛି।
ସ୍ୟାଡୋଫ୍ୟାକ୍ସକୁ ଫ୍ଲିପକାର୍ଟ, ଟିପିଜି, ଏଇଟ ରୋଡସ ଭେଂଚର୍ସ, ମିରାଏ ଆସେଟ ଭେଂଚର୍ସ ଓ ନୋକିଆ ଗ୍ରୋଥ ଫଣ୍ଡର ସମର୍ଥନ ରହିଛି।
ସ୍ୟାଡୋଫ୍ୟାକ୍ସ ହେଉଛି ଇ-କମର୍ସ ପାର୍ସଲ ଓ ମୂଲ୍ୟଯୁକ୍ତ ସେବା ପାଇଁ ଭାରତର ଅଗ୍ରଣୀ ଲଜିଷ୍ଟିକ୍ସ କମ୍ପାନି। ଏହାର ଦୃଢ଼ ବିତରଣ ନେଟୱର୍କ ୨୨୦୦ରୁ ଅଧିକ ସହର ଓ ୧୪,୩୦୦ରୁ ଅଧିକ ପିନକୋଡରେ ପହଂଚିଛି। ସ୍ୟାଡୋଫ୍ୟାକ୍ସ ନିଜକୁ ଲଜିଷ୍ଟିକ୍ସ ଶିଳ୍ପରେ ଅଗ୍ରଣୀ ଭାବେ ପ୍ରତିଷ୍ଠିତ କରିପାରିଛି।

Share

Leave a Reply

Your email address will not be published. Required fields are marked *

eight − 5 =