Thursday, October 29, 2026
Latestରାଜନୀତି

୧୦ ଲକ୍ଷ ଟ୍ୱିଟ୍ କରିବ ରାଜ୍ୟ ବିଜେପି

ଭୁବନେଶ୍ୱର () ସିଏଏ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ରାଜ୍ୟ ବିଜେପି କରିବ ୧୦ ଲକ୍ଷ ଟ୍ୱିଟ୍। ଖାଲି ଟ୍ୱିଟ୍ ନୁହେଁ, ବିଭିନ୍ନ କାର୍ୟ୍ୟକ୍ରମ ଜରିଆରେ ଲୋକଙ୍କୁ ଏନେଇ ସଚେତନ କରାଯିବ ବୋଲି ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଅନ୍ୟପକ୍ଷରେ ସିଏଏ ସପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଛନ୍ତି କ୍ୟାମ୍ପେନ। ଏଥିପାଇଁ ସେ ସୋଶାଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ବାଛିଛନ୍ତି। ସିଏଏ ସମର୍ଥନରେ ସେ ଟ୍ୱିଟ୍ କରି ଲେଖିଛନ୍ତି, ସିଏଏର ଉଦ୍ଦେଶ୍ୟ ହେଉଛି ଶରଣାର୍ଥୀଙ୍କୁ ନାଗରିକତା ଦେବା। ଏହା ଦ୍ୱାରା କାହାରି ନାଗରିକତା ଛଡ଼ାଇ ନିଆଯିବ ନାହିଁ। ଇଣ୍ଡିଆ ସପୋର୍ଟ ସିଏଏ, ଏହି ହାସ୍ଟ୍ୟାଗ୍ ଆରମ୍ଭ କରି ନମୋ ଆପ୍ରେ ଭଲ୍ୟୁଣ୍ଟର ମଡ୍ୟୁଲ ସେକ୍ସନରେ ଏ ସଂପର୍କିତ ତଥ୍ୟ, ଭିଡିଓ ଗ୍ରାଫିକ୍ସ ଆଦି ବିଷୟବସ୍ତୁ ଦେଖିବା ସହିତ ସିଏଏକୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

eleven − 10 =