ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ଡିଜିଟାଲ୍ ରୁପି ଆପ୍‌ରେ ୟୁପିଆଇ ଇଟଂରଅପରେବିଲିଟିର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏହାର ସିିବିଡିସି ଆପ୍ (ଆକ୍ସିସ୍ ମୋବାଇଲ୍ ଡିଜିଟାଲ୍ ରୁପି)ରେ ୟୁପିଆଇ ଇଟଂରଅପରେବିଲିଟିର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରଚଳିତ ସିବିଡିସି ଅଭିଯାନର ଏକ ଅଂଶ ।
ଏହି ସୁବିଧା ଆରମ୍ଭ କରାଯାଇଥିବାରୁ ଗ୍ରାହକମାନେ ମର୍ଚାଂଟ୍‌ଙ୍କ ୟୁପିଆଇ କ୍ୟୁଆର୍ କୋଡ୍‌ରେ ଡିଜିଟାଲ୍ ରୁପିର ନିରବଚ୍ଛିନ୍ନ ବ୍ୟବହାର କରି ପେମେଂଟ୍ କରିପାରିବେ । ଏହା ଜରିଆରେ ମର୍ଚାଂଟ୍‌ମାନେ ମଧ୍ୟ ନିଜ ପେମେଂଟ୍ ବ୍ୟବସ୍ଥାରେ ଡିଜିଟାଲ୍ ରୁପିକୁ ଗ୍ରହଣ କରିପାରିବେ, ଯାହା ଫଳରେ ବାଧ୍ୟତାମୂୂଳକ ଅନ୍‌ବୋର୍ଡିଂର ଆବଶ୍ୟକତା ରହିବନି ।
ଏ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ଉପ ପରିଚାଳନା ନିର୍ଦ୍ଦେଶକ ରାଜୀବ ଆନନ୍ଦ କହିଛନ୍ତି ଯେ, “ବହୁ ସଂଖ୍ୟକ ଅଭିନବ ପ୍ରଯୁକ୍ତି କ୍ଷେତ୍ରରେ ନୂତନତ୍ୱକୁ ଗ୍ରହଣ କରିବାରେ ଅଗ୍ରଦୂତ ଭାବେ ଡିଜିଟାଲ୍ ଇଣ୍ଡିଆ ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ସହାୟକ ହେଉଥିବା ସମାଧାନ ପ୍ରଦାନ କରିବା ଲାଗି ଆକ୍ସିସ୍ ବ୍ୟାଙ୍କ ପ୍ରତିବଦ୍ଧ ରହିଛି । ଡିଜିଟାଲ୍ ରୁପି ଓ ୟୁପିଆଇ ଇଟଂରଅପରେବିଲିଟିର ଏହି ମହତ୍ୱପୂର୍ଣ୍ଣ ସୁବିଧାକୁ ଆରମ୍ଭ କରାଯାଇଥିବାରୁ ସାରା ଦେଶରେ ଡିଜିଟାଲ୍ ରୁପିର ଗ୍ରହଣୀୟତାକୁ ଏହା ବ୍ୟାପକ କରିବ । ଡିଜିଟାଲ୍ ରୁପିର ସୁରକ୍ଷା ଓ ଗତି ସହିତ ଲୋକଙ୍କ ପାଖରେ ବ୍ୟାପକ ଭାବେ ପହଂଚିବା ଏବଂ ୟୁପିଆଇରେ ବ୍ୟବହାର ଅନୁକୂଳ ହୋଇଥିବାରୁ ଉଭୟ ଗ୍ରାହକ ଓ ମର୍ଚାଂଟ୍ ଏହାର ଲାଭ ପାଇପାରିବେ ।’’
ଆକ୍ସିସ୍ ମୋବାଇଲ୍ ଡିଜିଟାଲ୍ ରୁପି ଆପ୍‌ରେ ୟୁପିଆଇ ଇଟଂରଅପରେବିଲିଟି ସୁବିଧା ପ୍ରାରମ୍ଭିକ ପର୍ଯ୍ୟାୟରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କଠାରୁ ଆରମ୍ଭ ହେବ ଏବଂ ଆଗାମୀ ଦିନରେ ତାହା ସବୁ ଡିଜିଟାଲ୍ ରୁପି ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ପରୀକ୍ଷଣ ହେଉଥିବା ୨୬ଟି ସହରର ବ୍ୟବହାରକାରୀଙ୍କ ପାଇଁ ଏହା ଉପଲବ୍ଧ ହେବ ।
କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା (ସିବିଡିସି) ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଅଭିଯାନ । ଡିଜିଟାଲ୍ ରୁପି ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କର ଡିଜିଟାଲ୍ ଟେଣ୍ଡର ଯାହା ଡିଜିଟାଲ ମାଧ୍ୟମରେ ଜାରି କରାଯାଉଛି । ପ୍ରତ୍ୟକ୍ଷ ନୋଟ୍ ଭଳି ଏହା ବିଶ୍ୱାସ, ସୁରକ୍ଷା ଏବଂ ଫଇସଲା ଡିଜିଟାଲ ମଧ୍ୟମରେ ପ୍ରଦାନ କରୁଛି ।
ଆକ୍ସିସ୍ ମୋବାଇଲ୍ ଡିଜିଟାଲ୍ ରୁପି ଆପ୍ ଉଭୟ ଆଣ୍ଢ୍ରଏଡ୍ ଓ ଆଇଓଏସ୍ ଡିଭାଇସ୍ ପାଇଁ ଉପଲବ୍ଧ ରହିଛି । ଏହାର ୱାଲେଟ୍‌ରେ ଗ୍ରାହକମାନେ ଆକ୍ସିସ୍ ବ୍ୟାଙ୍କ ସଂଚୟ ଖାତାକୁ ଯୋଡ଼ିପାରିବେ । ଗ୍ରାହକମାନେ ଏଥିରେ ଡିଜିଟାଲ ରୁପି ପଠାଇପାରିବେ ଏବଂ ଗ୍ରହଣ କରିପାରିବେ । ମର୍ଚାଂଟ୍‌ଙ୍କ ପାଖରେ ସିବିଡିସି କିମ୍ବା ୟୁପିଆଇ ଜରିଆରେ ପେମେଂଟ୍ ପାଇଁ ଡିଜିଟାଲ୍ ରୁପିକୁ ବ୍ୟବହାର କରାଯାଇପାରିବ ।

Share

Leave a Reply

Your email address will not be published. Required fields are marked *

eleven − ten =