ଓଡ଼ିଶାରେ ସ୍ପାଇସ୍ ମନିର ଅଧିକାରୀ ନେଟ୍‌ୱର୍କରେ ୧୧.୧୭ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ଡିଜିସ୍ପାଇସ୍ ଟେକ୍ନୋଲୋଜିର ସହାୟକ ସଂସ୍ଥା ସ୍ପାଇସ୍ ମନି ଏହାର ସ୍ପାଇସ୍ ମନି ଗ୍ୟାରେଂଟି ଅଭିଯାନ ସହିତ ଓଡ଼ିଶାରେ ଏକ ମହତ୍ୱପୂର୍ଣ୍ଣ ଯାତ୍ରାର ଶୁଭାରମ୍ଭ କରିଛି । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ୨୧ଟି ସହରରେ ସହଯୋଗିତାକୁ ସୁଦୃଢ଼ କରି ବିତରକଙ୍କ ସହ ଯୋଡ଼ି ହେବା ଏବଂ ନାନୋପ୍ରେନ୍ୟୁଅର ଗୋଷ୍ଠୀ ପାଇଁ ଏକ ଯୋଗାଯୋଗ ବ୍ୟବସ୍ଥା ବିକାଶ କରିବା । ଅଧିକାରୀ ନେଟୱର୍କର ସମ୍ପ୍ରସାରଣ ପାଇଁ ଗତବର୍ଷ ଓଡ଼ିଶାରେ ସ୍ପାଇସ୍ ମନିର କାରବାର ୪୭୬୬ କୋଟି ଟଙ୍କା ହୋଇଛି । ୨୦୨୨ରୁ ୨୦୨୩ ମଧ୍ୟରେ ଅଧିକାରୀ ନେଟୱର୍କ ୧୧.୧୭ ପ୍ରତିଶତ ହାରର ବୃଦ୍ଧି ପାଇଛି ଏବଂ ୨୮ ନିୟୁତ କାରବାର ସମ୍ପାଦିତ ହୋଇଛି । ଆର୍ଥିକ ସେବାକୁ ଲୋକମାନଙ୍କ ନିକଟରେ ପହଂଚାଇବାରେ ସ୍ପାଇସ୍ ମନିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଏହା ଦର୍ଶାଉଛି । କଂପାନି ୧୩,୬୮୮ ଗ୍ରାମର ୩.୨୨ ନିୟୁତ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ସାରା ଦେଶରେ ୧.୩ ନିୟୁତରୁ ଅଧିକ ଅଧିକାରୀ ନେଟୱର୍କ ସହିତ ଓଡ଼ିଶା ଏହି ନାନୋପ୍ରେନ୍ୟୁଅରଙ୍କ ସଂଖ୍ୟାରେ ୩.୬୪ ପ୍ରତିଶତ ଯୋଗଦାନ କରୁଛି ।
ସ୍ପାଇସ୍ ମନି ଗ୍ୟାରେଂଟି ଡ୍ରାଇଭ୍ ହେଉଛି ଏଭଳି ଏକ ଅଭିଯାନ ଯେଉଁଥିରେ ନାନୋପ୍ରେନ୍ୟୁଅରମାନଙ୍କୁ ଏକତ୍ରୀତ କରି ସେମାନଙ୍କ ଭିତରେ ଜ୍ଞାନର ଆଦାନପ୍ରଦାନ ଏବଂ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଲକ୍ଷ୍ୟ ରଖଯାଇଛି ଯାହା ସ୍ପାଇସ୍ ମନିର ଅଭିନବ ଆର୍ଥିକ ସମାଧାନର ସଫଳତାରେ ସହାୟକ ହେବ ।
ନାନୋପ୍ରେନ୍ୟୁଅରମାନଙ୍କ ପାଇଁ କଂପାନି ଏକ ସଫଳ ବ୍ୟବସ୍ଥା ବିକାଶ କରିବାକୁ ଚାହୁଛି ଯାହା ଅଧିକାରୀଙ୍କଠାରୁ ସମାଜ ପର୍ଯ୍ୟନ୍ତ ଆର୍ଥିକ ସାକ୍ଷରତାକୁ ସକ୍ଷମ କରିବ । ନେଟୱର୍କରେ ମହିଳା ଅଧିକାରୀମାନଙ୍କୁ ସାମିଲ କରାଯାଉଥିବାରୁ ତାହା ଲିଙ୍ଗଗତ ବିବିଧତା ଅଣାଯାଉଛି । ଏହା ପେମେଂଟ୍‌ରେ ସହାୟତା ପ୍ରଦାନ କରିବା ଠାରୁ ଆଗକୁ ବଢ଼ି ବ୍ୟାପକ ବ୍ୟାଙ୍କିଙ୍ଗ ସମାଧାନ ପ୍ରଦାନ କରୁଛି । ସଂଚୟ ଓ ଚଳନ୍ତୀ ଜମା ଖାତା, ନୋନୋପ୍ରେନ୍ୟୁଅରଙ୍କ ପାଇଁ ଋଣ ଏବଂ ନଗଦ ସଂଗ୍ରହ ସେବାକୁ ଏହା ଆରମ୍ଭ କରିଛି ।
ଗତବର୍ଷ ପର୍ଯ୍ୟନ୍ତ ୨୨୫.୭୯ ନିୟୁତ କାରବାର ଆଧାର ଭିତିକ ପେମେଂଟ୍ ବ୍ୟବସ୍ଥା ଜରିଆରେ ହୋଇଛି । ଏଇପିଏସ୍‌, ନଗଦ ପରିଚାଳନା ବ୍ୟବସ୍ଥା, ଡାଇରେକ୍ଟ ମନି ଟ୍ରାନ୍ସଫର, ମିନି ଏଟିଏମ୍ ଓ ଭାରତ ବିଲ୍ ପେମେଂଟ୍ ସେବାରେ ସ୍ପାଇସ୍ ମନି ପ୍ରମୁଖ ଭୂମିକା ନିର୍ବାହ କରିଛି । ସ୍ପାଇସ୍ ମନିର ପ୍ରତିବଦ୍ଧତା ଏବଂ ଡିଜିଟାଲ୍ ଗ୍ରହଣୀୟତା ଯୋଗୁଁ କଂପାନିକୁ ଏହି ସଫଳତା ମିଳିଛି ।
ସ୍ପାଇସ୍ ମନିର ପ୍ରତିଷ୍ଠାତା ଦିଲୀପ ମୋଦୀ କହିଛନ୍ତି ଯେ, “ଭାରତରେ ସ୍ପାଇସ୍ ମନିର ଅଭିବୃଦ୍ଧି ଯାତ୍ରାକୁ ଓଡ଼ିଶା ଯଥେଷ୍ଟ ପ୍ରୋତ୍ସାହିତ କରିଛି । ଅଧିକାରୀ ନେଟୱାର୍କର ବ୍ୟାପକ ସମ୍ପ୍ରସାରଣ ଏବଂ ଏଠାରେ ଡିଜିଟାଲ ଆର୍ôଥକ ସେବାରେ ବୃଦ୍ଧି ଡିଜିଟାଲ ଯୁଗକୁ ଗ୍ରହଣ କରିବା ପାଇଁ ଏହି ଅଂଚଳର ପ୍ରସ୍ତୁତିକୁ ସୂଚାଉଛି । ଆମର ଡିଜିଟାଲ ବ୍ୟାଙ୍କିଂ ସୁବିଧା ମାଧ୍ୟମରେ ନାନୋପ୍ରେନ୍ୟୁଅରମାନେ ଓଡ଼ିଶାର ଅନଗ୍ରସର ଅଂଚଳରେ ବ୍ୟକ୍ତିଗତ ଆତ୍ମନିର୍ଭରଶୀଳତା ଏବଂ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ଗ୍ରାମୀଣ ନାନୋପ୍ରେନ୍ୟୁଅରମାନଙ୍କୁ ସଶକ୍ତ କରିବା ଏବଂ ଦେଶର ଦୁର୍ଗମ କୋଣଅନୁକୋଣରେ ରହୁଥିବା ବାସିନ୍ଦାଙ୍କୁ ଜୀବିକା ସୁଯୋଗ ଯୋଗାଇବା ଦିଗରେ ଆମର ପ୍ରତିବଦ୍ଧତା ଦୃଢ଼ ରହିଛି ।’’

Share

Leave a Reply

Your email address will not be published. Required fields are marked *

14 − 3 =