ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ କଇଁଛ ସଂରକ୍ଷଣ ପାଇଁ ପଦକ୍ଷେପ

ଭୁବନେଶ୍ୱର/ ଛତ୍ରପୁର: ନିକଟରେ ପାଳନ କରାଯାଇଥିବା ବିଶ୍ୱ କଇଁଛ ଦିବସ ଉପଲକ୍ଷେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଅଲିଭ୍ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ଉପରେ ଏକ ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା । ଏହି ଅଧିବେଶନରେ କଇଁଛ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯିିିବା ସହ ସ୍ଥାନୀୟ ଲୋକମାନଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଥିଲା ।

ଗୋପାଳପୁର ସ୍ଥିତ ଆର୍ମି ଏଡି କଲେଜର ଭିଏସ୍‌ଏମ୍‌, କମାଣ୍ଡାଂଟ୍ ଲେଫଟ୍‌ନାଂଟ୍ ଜେନେରାଲ୍ ୟୁ ଭି ତାଲୁର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ନିଜ ବକ୍ତବ୍ୟରେ ସୀମା ଉପରେ ସେନା ରଖୁଥିବା ତୀକ୍ଷ୍‌ଣ ନିଜର ଓ ଅଲିଭ୍ ରିଡ୍‌ଲେଙ୍କ ସୁରକ୍ଷା ପ୍ରତି ସ୍ଥାନୀୟ ଲୋକଙ୍କ ଉଦ୍ୟମ ଭିତରେ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିମାନେ ଏହି ବିଷୟ ଉପରେ ସେମାନଙ୍କ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ ଯାହା କଇଁଛ ସୁରକ୍ଷାକୁ ନେଇ ସଚେତନତାରେ ଆହୁରି ଉନ୍ନତି ଆଣିଥିଲା ।

ଏହି ସାମୁଦ୍ରିକ କଇଁଛମାନଙ୍କ ସୁରକ୍ଷା ଲାଗି ସ୍ଥାନୀୟ ଲୋକମାନେ କରୁଥିବା ଉଲ୍ଲେଖନୀୟ କାର୍ଯ୍ୟକୁ ମାନ୍ୟତା ପ୍ରଦାନ ସ୍ୱରୂପ ବିଭିନ୍ନ ଗ୍ରାମର ନେତୃବୃନ୍ଦଙ୍କୁ କଇଁଛ ସଂରକ୍ଷଣ ପ୍ରତି ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଅତିଥିମାନେ ପୁରସ୍କୃତ କରିଥିଲେ । ପବିତ୍ର ସ୍ୱାଇଁ, ସି ଏଚ୍ ସତାୟା, ଡବ୍ଲୁ କେଦାର, ମାଗାଟା ବେହେରା ଓ ଗଣେଶ ସଂଯୁକ୍ତା ଆଦି ଏହି ପୁରସ୍କାର ଗ୍ରହଣ କରିଥିଲେ ।
ଏହି ଅବସରରେ ଗୋପାଳପୁର ଆର୍ମି ଏଡି କଲେଜର କର୍ଣ୍ଣେଲ ଜେନେରାଲ , ଷ୍ଟାଫ୍ ପ୍ଲାନିଂ କର୍ଣ୍ଣେଲ୍ ମାନସ ଖାଡ଼ଙ୍ଗା; ଜିଲ୍ଲା ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଭି କୀର୍ତି ଭାସନ, ବ୍ରହ୍ମପୁର ମଣ୍ଡଳ ବନ ଅଧିକାରୀ ସନି ଖୋକାର, ପ୍ରତୀପ ମୋଦକ, ତଟ ରକ୍ଷୀ ଅଧିକାରୀ ପ୍ରତୀପ ମୋଦକ, ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣର ବୈଜ୍ଞାନିକ ଡକ୍ଟର ଅନିଲ ମହାପାତ୍ର ଓ ଟାଟା ଷ୍ଟିଲ ଓଡ଼ିଶାର ସିଏସ୍‌ଆର୍ ମୁଖ୍ୟ ଅମ୍ବିକା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

one × 1 =