ଟିପିସିଓଡିଏଲ୍ ପକ୍ଷରୁ କର୍ମଚାରୀମାନଙ୍କ ଲାଗି ଅବସରକାଳୀନ ଯୋଜନା କାର୍ଯ୍ୟକ୍ରମ ‘ସୌହାର୍ଦ୍ୟ’ ଆୟୋଜିତ

କାର୍ଯ୍ୟକ୍ରମରେ ଅବସରକାଳୀନ କର୍ମଚାରୀଙ୍କ ପାଇଁ ଆର୍ଥିକ ଯୋଜନା, ଟିକସରେ ଲାଭ, କର୍ମଚାରୀ କଲ୍ୟାଣ ଏବଂ ଦସ୍ତାବିଜ ସୁବିଧା ପ୍ରଦାନ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ) ଏହାର ଅବସରକାଳୀନ ଯୋଜନା କାର୍ଯ୍ୟକ୍ରମ ଜରିଆରେ କର୍ମଚାରୀ କଲ୍ୟାଣରେ ନୂତନ ମାନଦଣ୍ଡ ନିର୍ଧାରଣ କରିଛି ।
ଏହି ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତାର ଅଂଶ ସ୍ୱରୂପ ଟିପିସିଓଡିଏଲ୍ ପକ୍ଷରୁ ୨୦୨୪ ମାର୍ଚ୍ଚରେ ଅବସର ଗ୍ରହଣ କରିବାକୁ ଥିବା କର୍ମଚାରୀମାନଙ୍କ ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ‘ସୌହାର୍ଦ୍ୟ’ କର୍ମଶାଳାକୁ ମ୍ୟାନେଜମେଂଟ୍ ଡେଭେଲପମେଂଟ୍ ସେଂଟର, ଭୁବନେଶ୍ୱରଠାରେ ଆୟୋଜନ କରାଯାଇଥିଲା । ଲୋଟସ୍ ମିଂଟ୍ ଆଡଭାଇଜର୍ସ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ସତ୍ୟ ନାରାୟଣ ସାହୁ, ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ବିଭୂତି ଭୂଷଣ ଦାଶ ଅବସର ପରବର୍ତୀ ଆର୍ଥିକ ଯୋଜନା ଉପରେ ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରି ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ଅଂଶଗ୍ରହଣକାରୀମାନଙ୍କୁ ସଶକ୍ତ କରିଥିଲେ ।
‘ଏକ ସୁରକ୍ଷିତ ଭବିଷ୍ୟତ ପାଇଁ କର୍ମଚାରୀଙ୍କୁ ସଶକ୍ତ କରିବା’ ନାମକ ବ୍ୟାପକ ଅବସରକାଳୀନ ଯୋଜନା କାର୍ଯ୍ୟକ୍ରମ କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ଟିପିସିଓଡିଏଲ୍‌ର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏହା ଅବସର ଗ୍ରହଣ କରିବାକୁ ଥିବା କର୍ମଚାରୀମାନଙ୍କୁ ଆର୍ଥିକ ଯୋଜନା, ଟିକସ ଲାଭ, କର୍ମଚାରୀ କଲ୍ୟାଣ ଓ ଦସ୍ତାବିଜତ ଉପରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରୁଛି ।
କର୍ମଶାଳାରେ ଆୟୋଜିତ ଅଧିବେଶନଗୁଡ଼ିକରେ ଅବସରକାଳୀନ ସଂଚୟ ରାଶିର ଉପଯୁକ୍ତ ପରିଚାଳନା, ସର୍ବାଧିକ ରିଟର୍ଣ୍ଣ ପାଇବା ଲାଗି ମାର୍ଗଦର୍ଶନ, ଟିକସ କମ୍ କରିବା, ଅବସର ପରବର୍ତୀ ସମୟରେ ଶାରିରୀକ ଓ ମାନସିକ କଲ୍ୟାଣକୁ ବଜାୟ ରଖିବା ଲାଗି ପରାମର୍ଶ ଓ ସମ୍ବଳ ଏବଂ ଆବଶ୍ୟକ କାଗଜପତ୍ର ପାଇଁ ସହାୟତା ଏବଂ ସୁଚାରୁ ରୂପେ ଅବସରକାଳୀନ ଲାଭ ବଂଟନ ପାଇଁ କାଗଜପତ୍ର କାମ ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା ।
ଏହି ଅବସରରେ ଟିପିସିଓଡିଏଲ୍‌ର ସିିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ଟିପିସିଓଡିଏଲ୍‌ରେ କର୍ମଚାରୀଙ୍କ କଲ୍ୟାଣ ପ୍ରତି ଅତୁଟ ପ୍ରତିବଦ୍ଧତା ଆମ ମୂଲ୍ୟବୋଧର ମୂଳମନ୍ତ୍ର । ଆଜି ଆମର ବ୍ୟାପକ ଅବସରକାଳୀନ ଯୋଜନା କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିବାରୁ ଆମେ ଗର୍ବିତ ଯାହା ହେଉଛି ଆମ ପ୍ରତିବଦ୍ଧତାର ପ୍ରମାଣ । ଦୀର୍ଘସ୍ଥାୟୀ ସଫଳତା ପାଇଁ ଶ୍ରମଶକ୍ତିଙ୍କୁ ସଶକ୍ତ କରିବା ଉପରେ ଆମର ଦୃଢ଼ ବିଶ୍ୱାସ ରହିଛି ଏବଂ ଏହି କାର୍ଯ୍ୟକ୍ରମ ସେହି ବିଶ୍ୱାସର ପ୍ରତିଫଳନ । ମିଳିତ ଭାବେ ଆମେ କର୍ମଚାରୀ ଓ ସଂସ୍ଥାର ଭବିଷ୍ୟତ ଲାଗି ଏକ ଉଜ୍ଜ୍ୱଳ ଓ ଅଧିକ ସୁରକ୍ଷିତ ଭବିଷ୍ୟତ ଗଠନ କରୁଛୁ ।’’

Share

Leave a Reply

Your email address will not be published. Required fields are marked *

fifteen + 16 =