ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଆନ୍ତର୍ଜାତିକ ଜୈବବିବିଧତା ଦିବସ ଉପଲକ୍ଷେ କାହାଣୀ କଥନ କାର୍ଯ୍ୟକ୍ରମ ଆୟୋଜିତ

ସୁକିନ୍ଦା: ଆନ୍ତର୍ଜାତିକ ଜୈବବିବିଧତା ଦିବସ ପାଳନ ଉପଲକ୍ଷେ ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟର ସମନ୍ୱିତ ଆଂଚଳିକ କାର୍ଯ୍ୟାଳୟ ସହଯୋଗରେ ସୋମବାର ସୁକିନ୍ଦା କ୍ରୋମାଇଟ୍ ଖଣିରେ ଏକ ଚିତାକର୍ଷକ କାହାଣୀ କଥନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜୈବବିବିଧତାର ସଂରକ୍ଷଣ ଓ ଦୀର୍ଘସ୍ଥାୟି ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଆମ ଜୀବଜଗତରେ ଜୈବବିବିଧତାର ଗୁରୁତ୍ୱକୁ ବୁଝିବା ଓ ତାହାର ଆଦର କରିବା ଲାଗି ଯୁବପିଢ଼ି ଓ ବୟସ୍କ ଆଦି ସମସ୍ତଙ୍କୁ ଯୋଡ଼ିବାର ଏକ ମଂଚ ଭାବେ ଏହି କାହାଣୀ କଥନ (ଷ୍ଟୋରିଟେଲିଂ) କାର୍ଯ୍ୟକ୍ରମ କାର୍ଯ୍ୟ କରିଥିଲା । ବିଶିଷ୍ଟ ପରିବେଶବିତ, ବୈଜ୍ଞାନିକ ଓ ସଂରକ୍ଷଣବିତ୍‌ମାନେ ଚିତାକର୍ଷକ କାହାଣୀ ଓ ଉପାଧ୍ୟାନ ବର୍ଣ୍ଣନା କରିଥିଲେ ଯାହା ଜୈବବିବିଧତା, ପରିବେଶର ଦୀର୍ଘସ୍ଥାୟିତ୍ୱ ଓ ମାନବ କଲ୍ୟାଣ ମଧ୍ୟରେ ରହିଥିବା ସୂକ୍ଷ୍ମ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଥିଲା ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ସମନ୍ୱିତ ଆଂଚଳିକ କାର୍ଯ୍ୟାଳୟର ଉପ ମହାନିର୍ଦେଶକ ଡକ୍ଟର ଏ ଟି ମିଶ୍ର କହିଛନ୍ତି ଯେ, “ଜୈବବିବିଧତା ଉପରେ ଏହି ସ୍ୱତନ୍ତ୍ର କାହାଣୀ କଥନ କାର୍ଯ୍ୟକ୍ରମକୁ ଆୟୋଜନ କରିବା ଲାଗି ଟାଟା ଷ୍ଟିଲ୍‌ର ଉଦ୍ୟମକୁ ମୁଁ ପ୍ରଶଂସା କରୁଛି । ମୁଁ ଆଶା କରୁଛି ଯେ ପ୍ରାକୃତିକ ସମ୍ବଳର ସୁରକ୍ଷା ଓ ଜୈବବିବିଧତାର ସଂରକ୍ଷଣ ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ।’’

“ମିସନ ଲାଇଫ୍‌’ ଅନୁସାରେ ପରିବେଶ ଅନୁକୂଳ ଜୀବନଶୈଳୀକୁ ଗ୍ରହଣ କରିବା ଉପରେ ଡକ୍ଟର ମିଶ୍ର ଗୁରୁତ୍ୱ ଦେଇଥିଲେ ଏବଂ ପ୍ରକୃତିର ସଂରକ୍ଷଣ ଓ ପରିବେଶର ସୁରକ୍ଷାରେ ସହାୟକ ହେଉଥିବା ଦୈନନ୍ଦୀନ ଜୀବନଶୈଳୀକୁ ପାଳନ କରିବା ଲାଗି ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ, ପରିବେଶ ଉତ୍ସାହୀ ଓ ସ୍ଥାନୀୟ ଗୋଷ୍ଠୀର ସଦସ୍ୟମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । କାହାଣୀ କଥନ ଅଧିବେଶନ ଏକ ଚମତ୍କାର ଅନୁଭୂତି ସୃଷ୍ଟି କରିବା ସହ ଛାତ୍ରଛାତ୍ରୀମାନଙ୍କୁ ପ୍ରକୃତିର ଏକ ଚିତାକର୍ଷକ ଦୁନିଆକୁ ନେଇ ଆଖପାଖରେ ଦେଖିବାକୁ ମିଳୁଥିବା ବିବିଧ ଉଦ୍ଭିଦ ଓ ଜୀବଜନ୍ତୁ ଆଦିକୁ ପ୍ରଦର୍ଶିତ କରିଥିଲା । ଭବିଷ୍ୟତ ପିଢ଼ି ପାଇଁ ଏହି ମୂଲ୍ୟବାନ ସମ୍ପଳର ସୁରକ୍ଷା ଓ ସଂରକ୍ଷଣ ଲାଗି ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ଏଥିରେ ଗୁରୁତ୍ୱାରୋପ କରାଯାଇଛି ।
ଏହି ଅବସରରେ ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିର୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ଆନ୍ତର୍ଜାତିକ ଜୈବବିବିଧତା ଦିବସରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ସମନ୍ୱିତ ଆଂଚଳିକ କାର୍ଯ୍ୟାଳୟ ସହଯୋଗରେ ଏହି କାହାଣୀ କଥନ ଅଧିବେଶନ ଆୟୋଜନ କରିଥିବାରୁ ଆମେ ବେଶ ଆନନ୍ଦିତ । ଜୈବବିବିଧତା ସଂରକ୍ଷଣର ଗୁରୁତ୍ୱ ବିଷୟରେ ସଚେତନତାକୁ ସୁଦୃଢ଼ କରିବା ଆମେ ଜାରି ରଖିବୁ ଏବଂ ଆମ ପ୍ରାକୃତିକ ଐତିହ୍ୟର ସଂରକ୍ଷଣ ଲାଗି ଗୋଷ୍ଠୀର ପ୍ରତ୍ୟକ୍ଷ ସଂପୃକ୍ତିକୁ ଉତ୍ସାହିତ କରି ସ୍ୱଦେଶୀ ଗୋଷ୍ଠୀଙ୍କ ଜ୍ଞାନକୁ ସଂରକ୍ଷିତ ରଖିବୁ ।’’
ସମଭାବାପନ ବ୍ୟକ୍ତି, ବିଶେଷଜ୍ଞ ଓ ସଂଗଠନଗୁଡ଼ିକ ପରିବେଶ ସଂରକ୍ଷଣ ପ୍ରତି ସେମାନଙ୍କ ଅଭିଳାଷକୁ ବର୍ଣ୍ଣନା କରିଥିଲେ ଏବଂ ପଦ୍ମଶ୍ରୀ ଦୈତାରୀ ନାଏକ ଓ କୋଶାଳୀ କବି ତଥା ଲେଖନ ପଦ୍ମଶ୍ରୀ ହଳଧର ନାଗ ମଧ୍ୟ ଏହି ଅବସରରେ ଉପସ୍ଥିତ ରହି ଜୈବବିବିଧତାର ସଂରକ୍ଷଣ ଉପରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା କାହାଣୀ କଥନ ଓ ସ୍ୱଦେଶୀ ଗୋଷ୍ଠୀର ଜ୍ଞାନକୁ ତଥ୍ୟ ଆକାରରେ ସାଇତି ରଖିବା । ରାଜସ୍ଥାନର କାଲବେଲିଆ ଲୋକକଳା ନୃତ୍ୟ ଦଳର ଶକ୍ତିଶାଳୀ ଓ ଜୀବନ୍ତ ପ୍ରଦର୍ଶନ ଦର୍ଶକଙ୍କୁ ରୋମାଂଚିତ କରିଥିଲା ଯେଉଁମାନେ ଜୈବବିବିଧତାର ଗୁରୁତ୍ୱ ଉପରେ ସଚେତନତା ବଢ଼ାଇବା ଲାଗି ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜୈବବିଜ୍ଞାନୀ ତଥା ଗ୍ରୋ ୱିଥ୍ ନେଚର୍‌ର ପ୍ରତିଷ୍ଠାତା ଗାୟତ୍ରୀ ଦେବୀ, ଟାଟା ଷ୍ଟିଲ୍ ମାଇନିଂର ବରିଷ୍ଠ ମହାପ୍ରବନ୍ଧକ ବିଭୂଦତ ମହାନ୍ତି, ଟାଟା ଷ୍ଟିଲ୍ ଫାଉଣ୍ଡେସନର ୟୁନିଟ୍ ମୁଖ୍ୟ ଦେବଞ୍ଜନ ମୁଖାର୍ଜୀ ଓ କଂପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା ।

Share

Leave a Reply

Your email address will not be published. Required fields are marked *

thirteen − eleven =