ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ

ନରେନ୍ଦ୍ରପୁର, ୩୧ ଅଗଷ୍ଟ ୨୦୨୩: ମେଜର ଧ୍ୟାନଚାନ୍ଦଙ୍କ ୧୧୮ତମ ଜୟନ୍ତୀ ପାଳନ କରିବା ଏବଂ ପିଲା ଓ ଯୁବବର୍ଗଙ୍କ ମଧ୍ୟରେ କ୍ରୀଡ଼ାକୁ ଜୀବନର ଏକ ମାଧ୍ୟମ ଭାବେ ପ୍ରସାର କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ପାଇକ ପୁରୁଣାକୋଟରେ ‘ଜାତୀୟ କ୍ରୀଡ଼ା ଦିବସ’ ପାଳନ କରାଯାଇଛି । ଏହି ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ମ୍ୟାଚ୍ ଆୟୋଜନ କରାଯିବା ସହିତ କେକ୍ କାଟିବା ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଟାଟା ଷ୍ଟିଲ୍ ମେରାମଣ୍ଡଳୀର ମେଡିକାଲ୍ ସେବା ବିଭାଗର ଡକ୍ଟର ଆଶିଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବବର୍ଗଙ୍କୁ ସୁସ୍ଥ ରହିବାକୁ ଉତ୍ସାହିତ କରିଥିଲେ । ଦୁର୍ଘଟଣାରେ ଆହତ ହେବା, ସାପ କାମୁଡ଼ିବା, କ୍ରୀଡ଼ା କ୍ଷତ ଆଦି ପାଇଁ ବ୍ୟବହାର କରାଯାଉଥିବା ବିିଭିନ୍ନ ଫାଷ୍ଟ୍‌-ଏଡ୍ ପଦ୍ଧତିର ଗୁରୁତ୍ୱ ଓ ପ୍ରଭାବ ବିଷୟରେ ସେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ପାଇକ ପୁରୁଣାକୋଟର ସରପଂଚ ପ୍ରତାପ କୁମାର ପ୍ରଧାନ ଅତିଥି ଭାବେ ଯୋଗ ଦେଇ ନିଜ ପ୍ରେରଣାଦାୟୀ ବକ୍ତବ୍ୟରେ ଯୁବବର୍ଗଙ୍କୁ ଅନୁପ୍ରାଣିତ କରିଥିଲେ ଏବଂ ଭଲିବଲ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ପ୍ରଶାସନିକ ବିଭାଗ ପକ୍ଷରୁ ଟିଏସ୍‌ଏମ୍ ହାଉସିଂ କଲୋନିରେ ବାସ କରୁଥିବା କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ବାସ୍କେଟବଲ୍ ଓ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ୍ ଆୟୋଜନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

eight + 15 =