ଫାଷ୍ଟ୍‌ଟ୍ରାକ୍ ପକ୍ଷରୁ ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତି

ଫାଷ୍ଟ୍‌ଟ୍ରାକ୍‌ର “ବି ବୋଥ୍‌’ ଅଭିଯାନରେ ଚମକିଲେ ବିଜୟ ଦେବରକୋଣ୍ଡା ଯାହା ବର୍ତମାନର ଯୁବବର୍ଗଙ୍କ ଜୀବନରେ ବିରୋଧାଭାସକୁ ପାଳନ କରୁଛି
ଭୁବନେଶ୍ୱର: ଭାରତର ଅଗ୍ରଣୀ ହାତଘଂଟା ଓ ଆସେସୋରି ବ୍ରାଣ୍ଡ୍ ଫାଷ୍ଟ୍‌ଟ୍ରାକ୍ ପକ୍ଷରୁ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ଲାଗି ନୂଆ ବ୍ରାଣ୍ଡ୍ ଅଭିଯାନ “ବି ବୋଥ୍‌’ ପ୍ରସ୍ତୁତ କରାଯାଇଛି । ଯୁବବର୍ଗଙ୍କ ଚିନ୍ତାଧାରା, ବିଶ୍ୱାସ ଓ ବ୍ୟବହାରକୁ ଏହି ଅଭିଯାନ ପାଳନ କରୁଛି । ବି ବୋଥ୍ ଜରିଆରେ ଫାଷ୍ଟ୍‌ଟ୍ରାକ୍ ପକ୍ଷରୁ ଫେସନ ଜରିଆରେ ଯୁବବର୍ଗଙ୍କୁ ପ୍ରଦର୍ଶନ କରିବାର ନୂତନ ଯୁଗକୁ ସ୍ୱାଗତ କରାଯାଇଛି । ଏହି ଅଭିଯାନରେ ଦେଶର ଲୋକପ୍ରିୟ ଯୁବ ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡାଙ୍କୁ ସାମିଲ କରାଯାଇଥିବା ବେଳେ ତାଙ୍କୁ ଫାଷ୍ଟ୍‌ଟ୍ରାକ୍‌ର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଗ୍ରହଣ କରାଯାଇଛି । ଏହି ଅଭିଯାନ ଜରିଆରେ ଯୁବବର୍ଗଙ୍କ ଜୀବନଶୈଳୀକୁ ସ୍ୱତନ୍ତ୍ର ଫେସନ ମାଧ୍ୟମରେ ଉପସ୍ଥାପନ କରାଯାଇଛି ।
ଏହି ଅଭିଯାନରେ ୧୫ ସ୍ୱତନ୍ତ୍ର ହାତଘଂଟା ସମ୍ଭାରକୁ ଉନ୍ମୋଚନ କରାଯାଇଛି ଯାହାର ଡିଜାଇନ୍ ବେଶ ଆକର୍ଷଣୀୟ । ଏହି ହାତ ଘଂଟାଗୁଡ଼ିକ ମଧ୍ୟରେ ପୁରୁଷମାନଙ୍କ ଲାଗି ସ୍କେଲେଟାଲ୍ ଅଟୋମେଟିକ୍‌, କ୍ରୋନୋଗ୍ରାଫ୍ ଏବଂ ମଲ୍‌ଟିଫଙ୍କସନ ଡିଜାଇନ୍ ଓ ଯୁବତୀମାନଙ୍କ ଲାଗି ରୋଜ ଗୋଲ୍ଡ ସହିତ ସ୍ୱତନ୍ତ୍ର ବ୍ରେସ୍‌ଲେଟ୍ ଡିଜାଇନ୍ ରହିଛି । ଫାଷ୍ଟ୍‌ଟ୍ରାକ୍‌ର ବି ବୋଥ୍ ସମ୍ଭାରରେ ଥିବା ହାତଘଂଟାର ମୂଲ୍ୟ ୨୯୯୫ ଟଙ୍କାରୁ ୯୯୯୫ ଟଙ୍କା ମଧ୍ୟରେ ରହିଛି ।
ଏହି ଅବସରରେ ଫାଷ୍ଟ୍‌ଟ୍ରାକ୍‌ର ମାର୍କେଟିଂ ଓ ଉତ୍ପାଦ ମୁଖ୍ୟ ଅଜୟ ମୌର୍ଯ୍ୟ କହିଛନ୍ତି ଯେ, “ଏହି ବ୍ରାଣ୍ଡ୍ ଅଭିଯାନ ଜରିଆରେ ଫାଷ୍ଟ୍‌ଟ୍ରାକ୍ ପକ୍ଷରୁ ବିରୋଧାଭାସ ଉପରେ ଆଲୋକପାତ କରାଯାଇଛି ଯାହା ଯୁବବର୍ଗଙ୍କ ଜୀବନ ନିର୍ଧାରଣ କରୁଛି ଏବଂ ତାହା ହେଉଛି ସେମାନଙ୍କ ଭାବ ପରିପ୍ରକାଶର ଏକ ଅବିଚ୍ଛେଦ୍ୟ ଅଂଶ । ବି ବୋଥ୍ ଯୁବବର୍ଗଙ୍କ ଜୀବନଶୈଳୀର ବିଷୟକୁ ପ୍ରଶଂସା କରିବା ସହ ବ୍ରାଣ୍ଡ୍‌କୁ ସେମାନଙ୍କ ଭାବ ପ୍ରକାଶର ଅଂଶରେ ପରିଣତ କରିଛି । ଧାରା ସୃଷ୍ଟିକାରୀ ପ୍ରତିଭାବାନ ବିଜୟ ଦେବରକୋଣ୍ଡାଙ୍କ ସହ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ରୋମାଂଚିତ ଯିଏ ଏହି ଅଭିଯାନକୁ ଅସଲିପଣ, ବିବିଧତା ଓ ଷ୍ଟାଇଲ ଆଣିବେ ଯାହା ତାଙ୍କୁ ଫାଷ୍ଟ୍‌ଟ୍ରାକ୍‌ର ନୂଆ ବ୍ରାଣ୍ଡ୍ ମୂଲ୍ୟବୋଧର ଉପଯୁକ୍ତ ଆମ୍ବାସାଡରରେ ପରିଣତ କରିଛି ।’’
ଫାଷ୍ଟଟ୍ରାକ୍‌ର ବ୍ରାଣ୍ଡ୍ ଆମ୍ବାସାଡର ବିଜୟ ଦେବରକୋଣ୍ଡା କହିଛନ୍ତି ଯେ, “ଫାଷ୍ଟଟ୍ରାକ୍ ସହିତ ଏହି ସହଯୋଗିତାକୁ ନେଇ ମୁଁ ଅତ୍ୟନ୍ତ ଉଲ୍ଲସିତ । ଏହି ବ୍ରାଣ୍ଡ୍ ସବୁବେଳେ ଯୁବବର୍ଗଙ୍କ ବିଷୟରେ କିଛି ଚମତ୍କାର ବିଷୟକୁ ଗ୍ରହଣ କରିଥାଏ ଏବଂ ଏହି ଅଭିଯାନ ଜରିଆରେ ସେହି ଧାରାକୁ ଜାରି ରଖିଛି । ବି ବୋଥ୍‌ରେ ଯୁବବର୍ଗଙ୍କ ବିରୋଧାଭାସ ଜଣଙ୍କ ବ୍ୟକ୍ତିତ୍ୱର ପରିଭାଷାକୁ ପାଳନ କରୁଛି ଏବଂ ସେହି ପସନ୍ଦ ମୋ ସହିତ ବହୁତ ଭଲ ଭାପେ ଖାପଖାଉଛି । ଫେସନରେ ଅଭିନବ ପ୍ରଦର୍ଶନକୁ ନେଇ ମୁଁ ବେଶ ଉତ୍ସାହିତ ଯାହା ଏହାକୁ ବେଶ ସ୍ୱତନ୍ତ୍ର କରିପାରିଛି ।’’

Share

Leave a Reply

Your email address will not be published. Required fields are marked *

5 × one =