ଯୋଡାରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ

କେନ୍ଦୁଝର : କରୋନା ସଂକ୍ରମଣରେ ସମଗ୍ର ବିଶ୍ୱ ଆତଙ୍କିତ ହୋଇରହିଛିି। କେନ୍ଦୁଝର ଜିଲ୍ଲାରେ ପ୍ରାୟ ୨ଶହ ନମୁନା ପରୀକ୍ଷା କରାଯାଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ୍‌ ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ ହସ୍ପିଟାଲ ଖୋଲାଯାଉଛି । ତେବେ କେନ୍ଦୁଝର ଜିଲ୍ଲା ଯୋଡାରେ ମଧ୍ୟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ।

ଟାଟା ଷ୍ଟିଲ ସହାୟତାରେ ୫୦ଶଯ୍ୟା ବିଶିଷ୍ଟ ହସ୍ପିଟାଲ ତିଆରି କରାଯାଇଛି । ଏହି ହସ୍ପିଟାଲ୍‌ରେ ଅକ୍ସିଜେନ୍‌ ପାଇପ୍‌ ଲାଇନର ସୁବିଧା ସହ ୫ଟି କ୍ରିଟିକାଲ ବେଡ୍‌ ଓ ୪ଟି ଭେଣ୍ଟିଲେଟରର ବ୍ୟବସ୍ଥା ରହିଛି । ଏହାସହ ଟାଟା ଷ୍ଟିଲର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଚିକିତ୍ସା ପାଇଁ ପ୍ରସ୍ତୁତ ରହିଥିବା ଡ. ଏ.କେ ରାୟ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + two =