ଲକଡାଉନକୁ ନେଇ ବିଏସଏନଏଲର ବଡ଼ ଘୋଷଣା

କରୋନା ଭାଇରସ ପାଇଁ ଅଧିକରୁ ଅଧିକ ଲୋକ ଘରେ ବସି କାମ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସଏନଏଲ ନିକଟରେ ଏକ ଜବରଦସ୍ତ ପ୍ଲାନ ଯୋଗାଇ ଦେଇଛି । ଘରେ ବସି କାମ କରୁଥିବା ଲୋକଙ୍କୁ ଅସୁବିଧା ପାଇଁ ଏହି ପ୍ଲାନ ଯାହାଯ୍ୟରେ ମାଗଣା ଇଣ୍ଟରନେଟ୍ ଡାଟା ପ୍ରଦାନ କରୁଛି କମ୍ପାନୀ ।

ଗ୍ରାହକମାନଙ୍କୁ କମ୍ପାନୀର ୱାର୍କ ଫର୍ମ ହୋମ୍ ପ୍ଲାନରେ ଗୋଟିଏ ବି ଟଙ୍କା ଖର୍ଚ୍ଚ କରିବାକୁ ପଡିବନାହିଁ । ଏହି ପ୍ଲାନର ଫାଇଦା କେବଳ ଲ୍ୟାଣ୍ଡଲାଇନ୍ ସଂଯୋଗ କରୁଥିବା ଉପଭୋକ୍ତାମାନେ ଉଠାଇପାରିବେ । ଏଥିରେ ଗ୍ରହକମାନ୍ରୁ ପ୍ରତିଦିନ ମାଗଣାରେ ୫ ଜିବିର ମାଗଣା ଇଣ୍ଟରନେଟ୍ ଡାଟା ଦିଆଯିବ । ଏହାର ସ୍ପିଡ୍ ୧୦ ଏମବିପିଏସ ହୋଇଥିବା ବେଳେ ୧୦୦% ଡାଟାର ବ୍ୟବହାର ପରେ ଏହାର ସ୍ପିଡ୍ ୧ ଏମବିପିଏସ ହୋଇଯିବ ।

Share

Leave a Reply

Your email address will not be published. Required fields are marked *

two × two =