ରାଜଧାନୀ ପ୍ରତିଷ୍ଠା ଦିବସ ସ୍ତଗିତ

ଭୁବନେଶ୍ୱର() କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀ ପ୍ରତିଷ୍ଠା ଦିବସ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ମିଳିଛି । ୧୯୪୮ ମସିହା ଏପ୍ରିଲ୍ ୧୩ତାରିଖ ଦିନ ଐତିହାସିକ ସମ୍ପନ୍ନ ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱରରେ ଓଡ଼ିଶାର ନୂତନ ରାଜଧାନୀର ଶିଳାନ୍ୟାସ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହରୁ । ସେହି ଶିଳାନ୍ୟାସ ଦିବସଟିକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ବିଗତ ୩୦ବର୍ଷ ଧରି ରାଜଧାନୀ ପ୍ରତିଷ୍ଠା ଦିବସ ଭାବରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ପାଳନ କରିଆସୁଛି । ମାତ୍ର ଚଳିତବର୍ଷ ମହାମାରୀ କରୋନାର କରାଳ ପ୍ରକୋପରେ ସାରା ବିଶ୍ୱ ତଥା ଆମ ଦେଶ ଥରହର ହେଉଥିବା ବେଳେ ଏବଂ ଦେଶ ତଥା ରାଜ୍ୟବ୍ୟାପୀ ଲକ୍ ଡାଉନ ଜାରି ହୋଇଥିବାରୁ କୌଣସି କାର୍ଯ୍ୟକ୍ରମର ଆୟୋଜନ ନକରିବାକୁ କମିଟି ସ୍ଥିର କରିଛି । ଏହି ଅବସରରେ ଭୁବନେଶ୍ୱରବାସୀଙ୍କୁ ଏଭଳି ଅନିଚ୍ଛାକୃତ ପଦକ୍ଷେପ ନିମନ୍ତେ କମିଟି ଦୁଃଖ ପ୍ରକାଶ କରିବା ସହ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନତ ମିଶ୍ର ଓ ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ହାର୍ଦ୍ଦିକ ଶୁଭେଚ୍ଚା ଓ ଶୁଭକାମନା ଜ୍ଞାପନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

17 − 2 =