ଅଭିନେତ୍ରୀ ଦୀପିକାଙ୍କୁ ଏନସିବିର ସମନ

ମୁମ୍ବାଇ() ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କାପୁର ଓ ସାରା ଅଲ୍ଲୀ ଖାନଙ୍କୁ ଏନସିବି ସମନ ଜାରି କରିଛି । ଆସନ୍ତା ୩ ଦିନ ମଧ୍ୟରେ ୩ ଜଣଙ୍କୁ ଜେରା କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାର ଖୋଳତାଡ଼ କରିବା ପରେ ଡ୍ରଗ୍ସ ଦିଗଟି ପଦାକୁ ଆସିଥିଲା । ଯେଉଁଥିପାଇଁ ଏନସିବି ଛାନ ଭିନ କରିବା ସହ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତୀଙ୍କୁ ବି ଗିରଫ କରିଛି । ଇତିମଧ୍ୟରେ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତୀଙ୍କ ସମେତ କେତେକ ଡ୍ରଗ୍ସ ମାଫିଆଙ୍କୁ ବି ଗିରଫ କରାଯାଇଛି । ହ୍ୱାଟସଆପରେ ହୋଇଥିବା ଡ୍ରଗ୍ସ ଚାଟରୁ ଅନେକ ଗୁମର ପଦାକୁ ଆସିଛି ।

ତେବେ ହ୍ୱାଟସଆପରେ ଦୀପିକା ‘ମାଲ’ ଅର୍ଥାତ ଡ୍ରଗ୍ସ ମାଗୁଥିବା ଏକ ଚାଟ ଏନସିବି ହାତରେ ଲାଗିଛି । ଦୀପିକାଙ୍କ ପ୍ରଶ୍ନର ଉତରରେ କରିସ୍ମା କହୁଛନ୍ତିଯେ, ମୋ ପାଖରେ ଅଛି । ହେଲେ ଘରେ ଅଛି । ମୁଁ ବାନ୍ଦ୍ରାରେ ଅଛି । ଯଦି କହିବ ଅମିତକୁ ପଚାରିବି । ଏହାର ଉତରରେ ଦୀପିକା କହୁଛନ୍ତିଯେ, ହଁ ପ୍ଲିଜ । କରିସ୍ମା କହୁଛନ୍ତି, ‘ଅମିତ ପାଖରେ ଅଛି । ସେ ନେଇକି ଯାଉଛି ।’

Share

Leave a Reply

Your email address will not be published. Required fields are marked *

3 + eleven =