କେବଳ ଯବାନମାନେ ହିଁ କାହିଁକି, କୌଣସି ଅଧିକାରୀ କିମ୍ବା ନେତାମନ୍ତ୍ରୀଗଣ କାହିଁକି ନୁହେଁ ? : ସହିଦ ପତ୍ନୀ

ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ସିପିଆରପିଏଫର ବସର ଡ୍ରାଇଭର ଜୈମଲ ସିଂହ (୪୫)ଙ୍କର ପତ୍ନୀ ସୁଖଜିତ କୌର କହିଛନ୍ତି କି, ତାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଦରକାର ନା ହିଁ ତାଙ୍କର ମୃତ ସ୍ୱାମୀଙ୍କର ମୃତ୍ୟୁର ବଦଲା । ବାସ୍ କେନ୍ଦ୍ର ସରକାର ତାଙ୍କୁ ତାଙ୍କର ସ୍ୱାମୀ ଏବଂ ସହିଦ ଯବାନଙ୍କୁ ଦେଇଥିବା ପ୍ରତିଶ୍ରୃତିକୁ ଫେରାଇ ଦିଅନ୍ତୁ । ଆମକୁ ଆଉ କିଛି ଦରକାର ନାହିଁ ।
ଲୁହ ଛଳ ଛଳ ଆଖିରେ ସୁଖଜିତ କୌର କହିଛନ୍ତି କି, ବିବାହର ୧୬ ବର୍ଷ ପରେ ଆମର ଏକ ପୁଅ ହୋଇଛି । ୬ ବର୍ଷର ଏକମାତ୍ର ପୁଅ ସହ ଜୈମଲ ଦିନକୁ ଦଶ ଦଶ ଥର ଫୋନରେ କଥା ହେଉଥିଲେ । ଏବେ ମୁଁ ପୁଅକୁ କଣ ଉତର ଦେବି .. ସେ ଏବେବି ତାର ବାପାର ଫେରିବା ବାଟକୁ ଚାହିଁ ରହିଛି । ସୁଖଜିତ ପ୍ରଶ୍ନ କରିଛନ୍ତି କି. ଜମ୍ମୁକାଶ୍ମୀରରେ କେବଳ ଯବାନ ମାନେ ହିଁ କାହିଁକି ସହିଦ ହେଉଛନ୍ତି । କୌଣସି ଅଧିକାରୀ କିମ୍ବା ନେତାମନ୍ତ୍ରୀଗଣ କାହିଁକି ନୁହେଁ ? ମୋତେ ଏହାର ଉତର ଦରକାର ବୋଲି ଅଡି ବସିଛନ୍ତି ଆତଙ୍କୀ ହମଲାରେ ମୃତ୍ୟୁ ବରଣ କରିଥିବା ଜୈମଲ ସିଂହଙ୍କ ପତ୍ନୀ । ଯେଉଁ ସମୟରେ ସିଆରପିଏଫକୁ ନେଇ ଯାଉଥିବା ବସ ଉପରକୁ ଆତଙ୍କୀ ହମଲା ଖବର ଆସିଥିଲା ସେତେବେଳେ ସୁଖଜିତ କୌର ଜଲନ୍ଧର ସିଆରପିଏଫ କ୍ୱାର୍ଟରରେ ନିଜ ୬ ବର୍ଷର ପୁଅକୁ ପାଠପଢାଉ ଥିଲେ । ସ୍ୱାମୀଙ୍କ ସହିଦ ହେବା ଖବର ପାଇବା ପରେ ସେ ଅଚେତ ହୋଇପଡିଥିଲେ । କଣ କରିବେ କାହାକୁ କହିବେ କିଛି ବୁଝି ପାରିନଥିଲେ । ଏହାପରେ ଖବର ପାଇଁ ପରିବାର ଲୋକେ ଆସି ତାଙ୍କ ନିକଟରେ ପହଂଚିଥିଲେ ।

Share

Leave a Reply

Your email address will not be published. Required fields are marked *

four × one =