ସହିଦ ପରିବାରଙ୍କ ପାଇଁ ଅଢେଇ କୋଟି ସହାୟତା କରିବେ ବିଗ ବି

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ସହିଦ ହୋଇଛନ୍ତି । ଚାରିଆଡ଼େ ଶୋକୟ ଛାୟା । ଆତ୍ମଘାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବୀର ଯବାନଙ୍କ ବଳିଦାନକୁ ଦେଶବାସୀ ମଥା ନଇଁ ସମ୍ମାନ ଜଣାଉଛନ୍ତି । ଯବାନଙ୍କୁ ଶେଷ ଶ୍ରଦ୍ଧାଂଜଳି ଜ୍ଞାପନ କରିଛି ଦେଶ ।
ପୁଲୱାମା ଆତ୍ମଘାତୀ ହମଲାପରେ ପାକିସ୍ତାନ ବିରୁଦ୍ଧରେ କଡ଼ାକାର୍ୟ୍ୟାନୁଷ୍ଠାନ ନେବାକୁ ଦେଶବ୍ୟାପୀ ଜୋରଦାର୍ ଦାବି ଉଠିଛି । ଏହି ନିନ୍ଦନୀୟ ଘଟଣା ଘଟିବା ପରେ ପୁରା ଦେଶ ସହ ବଲିଉଡ଼୍ ଇଣ୍ଡଷ୍ଟ୍ରି ମଧ୍ୟ ଦୁଃଖରେ ମିୟମାଣ ହୋଇପଡ଼ିଛି । ବଲିଉଡ଼ର ଅନେକ କଳାକାର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏବଂ ସହିଦ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ସହିଦ ସମବେଦନା ଜଣାଇବା ସହ ସହିଦ ପରିବାରଙ୍କୁ ୫- ୫ ଲକ୍ଷ ଟଙ୍କାର ସାହାଯ୍ୟ ଦେବାପାଇଁ ଘୋଷଣା କରିଛନ୍ତି ।
ଅମିତାଭ ବଚ୍ଚନ ସହିଦ ହୋଇଥିବା ପରିବାରକୁ ୨.୪୫ ଟଙ୍କା ସାହାଯ୍ୟ ଦେବାପାଇଁ ଘୋଷଣା କରିଛନ୍ତି । ଗତ ବର୍ଷ ମଧ୍ୟ ଅମିତାଭ ବଚ୍ଚନ ଦେଶରେ ସୁରକ୍ଷା କରି ସହିଦ ହୋଇଥିବା ୪୪ ଜଣ ଯବାନଙ୍କ ପରିବାରକୁ ୧ କୋଟି ଟଙ୍କାର ସାହାଯ୍ୟ ପ୍ରଦାନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

3 × 1 =