ରାଜ୍ୟରେ ୧୫୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୫୮ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୫୫୮ ଏବଂ ସ୍ଥାନୀୟ ସଂକ୍ରମିତ ୯୦୪ ଜଣ ରହିଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୮୦, ବାଲେଶ୍ୱର ୯୭, ବରଗଡ ୬, ଭଦ୍ରକ ୪୨, ବଲାଙ୍ଗିର ୧୦ ଏବଂ ବଉଦ ଜିଲାରୁ ୩ ଜଣ ଚିହ୍ନଟ ହୋଇଛନ୍ତି।

ସେହିଭଳି କଟକ ଜିଲାରୁ ୨୪୧, ଦେବଗଡ ୯, ଢେଙ୍କାନାଳ ୨୩, ଗଜପତି ୩, ଗଞ୍ଜାମ ୭, ଜଗତସିଂହପୁର ୬୭, ଯାଜପୁର ୭୮ ଏବଂ ଝାରସୁଗୁଡାରୁ ୭ ଜଣ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡି ଜିଲାରୁ ୮, କନ୍ଧମାଳ ୧୮, କେନ୍ଦ୍ରାପଡା ୩୫, କେନ୍ଦୁଝର ୧୪, ଖୋର୍ଦ୍ଧା ୪୭୯, କୋରାପୁଟ ୨, ମାଲକାନଗିରି ୫, ମୟୁରଭଞ୍ଜ ୪୧ ଓ ନବରଙ୍ଗପରରୁ ୧୩ ଚିହ୍ନଟ ହୋଇଛନ୍ତି। ନୟାଗଡ ଜିଲାରୁ ୨୫, ନୂଆପଡା ୨, ପୁରୀ ୮୨, ରାୟଗଡା ୮, ସମ୍ବଲପୁର ୧୪, ସୋନପୁର ୮, ସୁନ୍ଦରଗଡ ୨୮ ଏବଂ ଷ୍ଟେଟପୁଲରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୧୬୭୧୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

12 + ten =