Friday, October 30, 2026
BusinessUncategorized

ବିଶ୍ୱ ଅର୍ଥନୈତିକ ଫୋରମ୍ ପକ୍ଷରୁ ଟାଟା ଷ୍ଟିଲ୍‌କୁ ଗ୍ଲୋବାଲ୍ ଡାଇଭର୍‌ସିଟି ଇକ୍ୱିଟି ଆଣ୍ଡ୍ ଇନ୍‌କ୍ଲୁଜନ (ଡିଇଆଇ) ଲାଇଟ୍‌ହାଉସ୍ ୨୦୨୩ ମାନ୍ୟତା

ଆଠ କଂପାନିରୁ ବିଶ୍ୱ ତାଲିକାରେ ସ୍ଥାନ ପାଇଥିବା ଏକମାତ୍ର ଭାରତୀୟ କଂପାନି
ଅନ୍ତର୍ଭୁକ୍ତୀକରଣ କାର୍ଯ୍ୟନୀତି ଓ ନିଯୁକ୍ତି ପ୍ରକ୍ରିୟା, ଦକ୍ଷତାରେ ଉନ୍ନତି ଓ ପ୍ରାୟୋଜକ ଜରିଆରେ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ବିଭାଜିତ ଲିଙ୍ଗ ବିବିଧତା ଲାଗି ମାନ୍ୟତା ପ୍ରଦାନ
ଭୁବନେଶ୍ୱର: ବିଶ୍ୱ ଅର୍ଥନୈତିକ ଫୋରମ (ଡବ୍ଲୁଇଏଫ୍‌) ପକ୍ଷରୁ ଟାଟା ଷ୍ଟିଲ୍‌କୁ ଗ୍ଲୋବାଲ ଡାଇଭର୍‌ସିଟି ଇକ୍ୱିଟି ଆଣ୍ଡ୍ ଇନକ୍ଲୁଜନ (ଡିଇଆଇ) ଲାଇଟ୍‌ହାଉସ୍ ୨୦୨୩ ମାନ୍ୟତା ପ୍ରଦାନ କରାଯାଇଛି । ଚଳିତ ବର୍ଷ ଜାନୁଆରି ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ୱିଜରଲ୍ୟାଣ୍ଡ୍‌ର ଡାଭୋସ୍‌ଠାରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ୍ ୨୦୨୩ ପରିପ୍ରେକ୍ଷୀରେ ପ୍ରକାଶ ପାଇଥିବା ଗ୍ଲୋବାଲ ପ୍ୟାରିଟି ଆଲାଏନ୍ସ: ଡାଇଭର୍‌ସିଟି, ଇକ୍ୱିଟି ଆଣ୍ଡ୍ ଇନକ୍ଲୁଜନ୍ ଲାଇଟ୍‌ହାଉସ୍ ୨୦୨୩ ପାଇଁ ଚୟନ କରାଯାଇଥିବା ଆଠ କେସ୍ ଷ୍ଟଡି ମଧ୍ୟରୁ କାର୍ଯ୍ୟ କ୍ଷେତ୍ରରେ ଲିଙ୍ଗଗତ ବିବିଧତାରେ ଉନ୍ନତି ଆଣିବା ଦିଗରେ କଂପାନିର ଉଦ୍ୟମ ଥିଲା ଅନ୍ୟତମ । ସାରା ବିଶ୍ୱରେ ଉନ୍ନତ ଡିଇଆଇ ପାଇଁ ପ୍ରତିବଦ୍ଧ ଏକ ବିବିଧ ଶିଳ୍ପ କ୍ଷେତ୍ରର ଗ୍ରୁପ୍ ଗ୍ଲୋବାଲ ପ୍ୟାରିଟି ଆଲାଏନ୍ସ ଏବଂ ମ୍ୟାକିନ୍‌ସେ ଆଣ୍ଡ୍ କଂପାନି ସହ ସହଯୋଗିତାରେ ଡବ୍ଲୁଇଏଫ୍‌ର ସେଂଟର ଫର ଦି ନିଉ ଇକୋନୋମି ଆଣ୍ଡ୍ ସୋସାଇଟି ପକ୍ଷରୁ ସାରା ଶିଳ୍ପ ଓ ଭୌଗୋଳିକ ଅଂଚଳର କଂପାନିଙ୍କ ପ୍ରମାଣିତ ଓ ପ୍ରଭାବଶାଳୀ ଡିଇଆଇ ଅଭିଯାନ ଚିହ୍ନଟ କରିବା ପାଇଁ ବିଭିନ୍ନ ଶିଳ୍ପ ତତ୍ ସହ ସଂପୃକ୍ତ ଡିଇଆଇ ଲାଇଟ୍ ହାଉସ୍ କାର୍ଯ୍ୟକ୍ରମ କାର୍ଯ୍ୟର ସମିଶ୍ରଣରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
ଟାଟା ଷ୍ଟିଲ୍‌ର ଏମ୍‌ଡି ଓ ସିଇଓ ଟି ଭି ନରେନ୍ଦ୍ରନ କହିଛନ୍ତି ଯେ, “ମାନୁଫାକଚରିଂ କ୍ଷେତ୍ରରେ ବିଶେଷ ଖଣି ଧାତବ ଓ ଖଣି କ୍ଷେତ୍ରରେ ଏକ ବିବିଧ କର୍ମଶକ୍ତିର ବିକାଶ ଓ ତାହାକୁ ସମୃଦ୍ଧ କରିବାରେ ଆମେ ସାମ୍ନା କରୁଥିବା ସାଂସ୍କୃତିକ ଓ ସାମାଜିକ ପ୍ରତିବନ୍ଧକ ସମେତ ବିଭିନ୍ନ ପ୍ରକାର ଆହ୍ୱାନ ରହିଛି । କର୍ମଶକ୍ତିରେ ବିବିଧତା କ୍ଷେତ୍ରରେ ଆମେ ଯେଉଁ ସଫଳତା ହସଲ କରିଛୁ ତାହା ହେଉଛି ଅତ୍ୟନ୍ତ ପ୍ରଭାବଶାଳୀ କାର୍ଯ୍ୟକ୍ରମ ଓ ସମାଧାନ ଜରିଆରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ବ୍ୟବସ୍ଥିତ ଅଭିଯାନର ଫଳ । ଆମ କର୍ମଚାରୀ ଏବଂ ବିଶେଷ କରି ଶ୍ରମିକ ସଂଘ ଯେଉଁମାନେ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି ଏବଂ ଏହି ଯାତ୍ରାରେ ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରିଛନ୍ତି ସେମାନଙ୍କ ଭୂମିକାକୁ ମାନ୍ୟତା ପ୍ରଦାନ କରିବା ବେଶ ଗୁରୁତ୍ୱପୂର୍ଣ୍ଣ । ଆମକୁ ଚୟନ କରାଯିବା ଏବଂ ଲାଇଟ୍‌ହାଉସ୍ ରିପୋର୍ଟରେ ସ୍ଥାନ ଦିଆଯାଇଥିବାରୁ ଆମେ ଉଭୟ ଗର୍ବିତ ଓ ଉତ୍ସାହିତ । ଆମେ ଆଶା କରୁଛୁ ଯେ ଲାଇଟ୍‌ହାଉସ୍ ଓ ତାହାର କାହାଣୀଗୁଡ଼ିକ କର୍ମକ୍ଷେତ୍ରକୁ ଆକାର ପ୍ରଦାନ କରିବା ଲାଗି ବିଶ୍ୱର ସମସ୍ତ ନିଯୁକ୍ତିଦାତାଙ୍କୁ ଅନୁପ୍ରାଣିତ କରିବ ।’’
ଲାଇଟ୍‌ହାଉସ୍ ରିପୋର୍ଟରେ ବିବିଧତା ଓ ଅନ୍ତର୍ଭୁକ୍ତୀକରଣ (ଡିଆଣ୍ଡ୍‌ଆଇ)ରେ ଉନ୍ନତି ପାଇଁ ଟାଟା ଷ୍ଟିଲ୍ ଉଦ୍ୟମର ଦର୍ଶନ ଓ ପ୍ରଭାବ ଉପରେ ଗୁରୁତ୍ୱାରୋପ କରାଯାଇଥିବା ବେଳେ କୁହାଯାଇଛି ଯେ, “ଏକ ଭବିଷ୍ୟତ ଲାଗି ପ୍ରସ୍ତୁତ ଓ ଅଗ୍ରଗାମୀ ଶ୍ରମ ଶକ୍ତି ସହ ଦୁନିଆର ଅନ୍ୟତମ ମୂଲ୍ୟବାନ ଇସ୍ପାତ ସଂଗଠନ ହେବା ରହିଥିବା ଅଭିଳାଷକୁ ପୂରଣ କରିବା ଲାଗି ରହିଥିବା ସଂକଳ୍ପ ଉପରେ ଟାଟା ଷ୍ଟିଲ୍ ପରିବର୍ତନ ମାମଲା ପର୍ଯ୍ୟବେସିତ ରହିଛି ଏବଂ ପ୍ରମୁଖ ସକ୍ଷମକାରୀ ହେବା ଲାଗି ସେମାନଙ୍କୁ ଏହି ସଂସ୍କୃତିରେ ନିବେଶ କରିବାକୁ ପଡ଼ିବ । ଟାଟା ଷ୍ଟିଲ୍‌ର ନେତୃବୃନ୍ଦ ସେହି ସଂସ୍କୃତିର କେନ୍ଦ୍ର ଭାବେ ଡିଇଆଇକୁ ଚିହ୍ନଟ କରିଛନ୍ତି କାରଣ ନବସୃଜନକୁ ଆଗକୁ ବଢ଼ାଇବା ଲାଗି ବିବିଧତା ଓ ଅନ୍ତର୍ଭୁକ୍ତୀକରଣ ଗୁରୁତ୍ୱପୂର୍ଣ୍ଣ ।’’
ଏହି ରିପୋର୍ଟରେ ଟାଟା ଷ୍ଟିଲ୍ ସାମ୍ନା କରୁଥିବା ନିିର୍ଦିଷ୍ଟ ଆହ୍ୱାନଗୁଡ଼ିକ ଉପରେ ଗୁରୁତ୍ୱାରୋପ କରାଯାଇଛି କାରଣ ଏହା ଖଣି ଓ ମାନୁଫାକ୍‌ଚରିଂ କ୍ଷେତ୍ରରେ କାର୍ଯ୍ୟ କରୁଛି ଯାହା ଏକ ପୁରୁଷ ପ୍ରାଧାନ୍ୟ ଶ୍ରମ କ୍ଷେତ୍ର ଭାବେ ପରିଗଣିତ । ଅଧିକ ମହିଳା ଏବଂ ଏଲଜିବିଟିକ୍ୟୁ+ ସଦସ୍ୟମାନଙ୍କୁ ଏଥିରେ ସାମିଲ କରିବା ଲାଗି କଂପାନିର ପ୍ରଭାବ ସୃଷ୍ଟିକାରୀ ଦର୍ଶନକୁ ଏଥିରେ ପ୍ରଶଂସା କରାଯାଇଛି । ୨୦୨୫ ସୁଦ୍ଧା ଟାଟା ଷ୍ଟିଲ୍‌ରେ ୨୫ ପ୍ରତିଶତ ବିବିଧ ଶ୍ରମ ଶକ୍ତି ଲକ୍ଷ୍ୟ ହାସଲ କରିବା ଲାଗି ୨୦୧୯ରେ “୨୫ ବାଏ ୨୫’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

nineteen − seventeen =