ଟାଟା ଟି ପ୍ରିମିୟମ୍ ପକ୍ଷରୁ ୩ଡିରେ ଓଡ଼ିଶା ପାଇଁ ଏକ ସ୍ୱତନ୍ତ୍ର ଭର୍ଚୁଆଲ୍ ଝାଙ୍କି ସହ “ଦେଶ କି ଝାଙ୍କି” ଅଭିଯାନକୁ ନେଇ ଗଣତନ୍ତ୍ର ଦିବସ ପାଳନ

ପ୍ରଯୁକ୍ତିକୁ ବ୍ୟବହାର କରି ସ୍ଥାନୀୟ ଭାବ ଜରିଆରେ ଗ୍ରାହକଙ୍କୁ ଆକର୍ଷଣୀୟ ଅନୁଭୂତି ପ୍ରଦାନ କରିବା ଅନୁଯାୟୀ ଗଣତନ୍ତ୍ର ଦିବସ ପ୍ୟାରେଡ୍ ଅନୁଭୂତି ପ୍ରଦାନ କରିବା
“ଭର୍ଚୁଆଲ୍ ଝାଙ୍କି” ଜରିଆରେ ଭାରତର ରାଜ୍ୟର ସମୃଦ୍ଧ ସହଯୋଗକୁ ପ୍ରଦର୍ଶନ କରି ଓଦ୍ଭୟସବଅ୭୫କୁ ପାଳନ କରିବା
ଭୁବନେଶ୍ୱର: ଏହି ଗଣତନ୍ତ୍ର ଦିବସରେ ଟାଟା ଟି’ର ପ୍ରମୁଖ ବ୍ରାଣ୍ଡ୍ ଟାଟା ଟି ପ୍ରିମିୟମ୍‌-ଦେଶ କି ଚାଏ ପକ୍ଷରୁ ଓଦ୍ଭୟସବଅ୭୫ ପ୍ରତି ଆମ ରାଜ୍ୟଗୁଡ଼ିକର ଉଲ୍ଲେଖନୀୟ ଯୋଗଦାନକୁ ଏକ ଆକର୍ଷଣୀୟ ଗଣତନ୍ତ୍ର ଦିବସ ପ୍ୟାରେଡ୍ ଜରିଅରେ ପାଳନ କରିବା ଲାଗି ଦେଶକିଝାଙ୍କି ଅଭିଯାନର ଶୁଭାରମ୍ଭ କରାଯାଇଛି । ବ୍ରାଣ୍ଡ୍‌ର ହାଇପର ଲୋକାଲ୍ ଆଭିମୁଖ୍ୟ ଅନୁସାରେ ଏହି ନୂତନ ଅଭିଯାନରେ ବ୍ୟବହାରକାରୀମାନେ ୩ଡି ଝାଙ୍କି ଓ ପ୍ରଭାବଶାଳୀ ବର୍ଣ୍ଣନାକୁ ୩୬୦ ଡିଗ୍ରି ଦର୍ଶନ କରି ଚମତ୍କାର ଅନୁଭୂତି ଉପଭୋଗ କରିପାରିବେ ଯାହା ଭାରତର ରାଜ୍ୟଗୁଡ଼ିକର ଆକର୍ଷଣୀୟ ମୁହୂର୍ତକୁ ଜୀବନ୍ତ କରି ତୋଳିବ । ଓଡ଼ିଶାର ଝାଙ୍କିରେ ହୀରାକୁଦ ନଦୀବନ୍ଧ, କୋଣାର୍କ ଚକ୍ର ଓ ସୂର୍ଯ୍ୟ ମନ୍ଦିର ସମେତ ହକି କ୍ରୀଡ଼ାକୁ ପ୍ରଦର୍ଶିତ କରାଯିବ ।
ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ମାଇକ୍ରୋସାଇଟ୍ ଙ୍ଗଙ୍ଗଙ୍ଗ.ଓଦ୍ଭୟସବକସଉଷବସ.ମକ୍ଟଜ୍ଞ ରେ ଗ୍ରାହକମାନେ ବିଭିନ୍ନ ରାଜ୍ୟର ଝାଙ୍କି (ପ୍ରଜ୍ଞାପନ ମେଢ)କୁ ଦେଖିପାରିବେ ଯେଉଁଥିରେ କିଛି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ ଓ ଯୋଗଦାନକୁ ପ୍ରଦର୍ଶନ କରାଯାଇଛି ଯାହା ଭାରତ ପାଇଁ ଗୌରବ ଆଣିଛି । ଏକ ସ୍ୱତନ୍ତ୍ର ଅଡିଓ-ଭିଜୁଆଲ ଅନୁଭୂତି ସମସ୍ତଙ୍କୁ ଏକ ଆକର୍ଷଣୀୟ ଅନୁଭବ ହାସଲ କରିବାର ସୁଯୋଗ ପ୍ରଦାନ କରିବ ଏବଂ ସେମାନେ ଘରେ ଆରାମରେ ରହି ଗଣତନ୍ତ୍ର ଦିବସ ପ୍ୟାରେଡ୍‌କୁ ଉପଭୋଗ କରିପାରିବେ ।
ଗୌରବ, ସ୍ମ୍ମୃତି ଓ ପ୍ରଯୁକ୍ତିକୁ ଏକତ୍ର କରି ବ୍ରାଣ୍ଡ୍ ପକ୍ଷରୁ ଏକ ଆକର୍ଷଣୀୟ ନୂଅ ସିନେମା ଉନ୍ମୋଚନ କରାଯାଇଛି ଯାହା ପପ୍‌-ଅପ୍ ବୁକ୍ ଫର୍ମାଟ୍‌ରେ “ଦେଶକିଝାଙ୍କି’ ପରିକଳ୍ପନାକୁ ପ୍ରଦର୍ଶିତ କରିବ ଯାହା ହେଉଛି ଜାନୁଆରି ୨୬ ଭର୍ଚୁଆଲ ପ୍ୟାରେଡ୍‌ର କର୍ଟେନ୍ ରେଜର୍ । ଏହି ସିନେମାରେ ରହିଛି ସଙ୍ଗୀତରୁ ଅନୁପ୍ରାଣିତ ମାର୍ଚିଂ ବ୍ୟାଣ୍ଡ୍ ଯାହା ଆମ ରାଜ୍ୟଗୁଡ଼ିକର ସମୃଦ୍ଧ ସଫଳତାକୁ ପାଳନ କରୁଛି ଯାହା ଓଦ୍ଭୟସବଅ୭୫କୁ ଯୋଗଦାନ ପ୍ରଦାନ କରିଛି ।
ଦେଶ୍‌କିଝାଙ୍କି ଅଭିଯାନରେ ନିମ୍ନରେ ଉଲ୍ଲେଖ କରାଯାଇଥିବା କିଛି ରାଜ୍ୟର ଆଂଚଳିକ ରୂପାଙ୍କନ ରହିଛି ଯାହାକୁ ଆକର୍ଷଣୀୟ ଝାଙ୍କିରେ ଗୁରୁତ୍ୱାରୋପ କରାଯାଇଛି:
ଦିଲ୍ଲୀ: ଦିଲ୍ଲୀର କେନ୍ଦ୍ର ସ୍ଥଳରେ ଠିଆ ହୋଇଛି ଇଣ୍ଡିଆ ଗେଟ୍ ଯାହା ହେଉଛି ଏକ ରାଜକୀୟ ଓ ଦେଖିବାକୁ ବେଶ ପ୍ରେରଣାଦାୟୀ । ଭାରତର ପ୍ରଥମ ଟିଭି ପ୍ରସାରଣ ୧୯୮୨ରେ ଦିଲ୍ଲୀରେ ହୋଇଥିଲା ଯାହା ଆମେ ଦେଖୁଥିବା ଦୁନିଆକୁ ବଦଳାଇ ଦେଇଥିଲା । ଶେଷରେ, ଜୀବନର ଜୀବନରେଖା ଦିଲ୍ଲୀ-ମେଟ୍ରୋ ସାରା ସହରକୁ ଏହାର ବ୍ୟାପକ ନେଟ୍‌ୱର୍କରେ ଯୋଡ଼ିପାରିଛି ।
ହରିୟାଣା: ହରିୟାଣାର ଝାଙ୍କିର କ୍ରୀଡ଼ା ଦୁନିଆରେ ଏହାର ବର୍ଦ୍ଧିତ ଶକ୍ତିକୁ ଉପସ୍ଥାପନ କରାଯାଇଛି । ହରିୟାଣାକୁ ଭାରତର ମେଡାଲ୍ କାରଖାନା କୁହାଯାଏ ଏବଂ ସେମାନଙ୍କ କ୍ରୀଡ଼ାବିତଙ୍କୁ ନେଇ ସାରା ଦେଶ ଗର୍ବିତ ।
ୟୁପି: ୟୁପିର ଝାଙ୍କିରେ ତାଜମହଲ ସମେତ ବନାରସର ଘାଟଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି । ୟୁପିର ସଂସ୍କୃତି ଓ ଇତିହାସ ସାରା ଦେଶର ଗୌରବ ।
ପଂଜାବ: ପଞ୍ଜାବର ଝାଙ୍କିରେ ସମୃଦ୍ଧି କୃଷି ସଂସ୍କୃତିକୁ ଉପସ୍ଥାପିତ କରାଯାଇଛି ଯେଉଁଠାରେ ଭାରତର ସବୁ ବିପ୍ଳବ ଓ ଭାକ୍ରା ନଙ୍ଗଲ ଡ୍ୟାମ୍‌ର ବିହନ ପଡ଼ିଥିଲା
ବିହାର: ଆକର୍ଷଣୀୟ ମଧୁବନି ମାଟି ପାତ୍ର, ପ୍ରସିଦ୍ଧ ଗୋଲ ଘର ଏବଂ ଭାରତର ତୃତୀୟ ବୃହତମ ନଦୀ-ମହାତ୍ମା ଗାନ୍ଧୀ ସେତୁ ଭଳି ବିହାର ଗୌରବର ସମିଶ୍ରଣ ରହିଛି
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଆକର୍ଷଣୀୟ ପରମ୍ପରାକୁ ଉପସ୍ଥାପନ କରି ଏହି ଝାଙ୍କିରେ ଆକର୍ଷଣୀୟ ହାଓଡ଼ା ପୋଲ, ଧୁନୁଚି ନୃତ୍ୟ ଓ ବେଙ୍ଗଲର ଲୋକପ୍ରିୟ କ୍ରୀଡ଼ା ଫୁଟବଲ୍‌କୁ ପ୍ରଦର୍ଶିତ କରାଯାଇଛି ।
ଓଡ଼ିଶା: ଓଡ଼ିଶାର ଝାଙ୍କିରେ ଦୁନିଆର ସର୍ବବୃହତ ମାଟି ନଦୀବନ୍ଧ ହୀରାକୁଦ ନଦୀବନ୍ଧ ସମେତ ଏହାର ଗୌରବମୟ ଇତିହାସକୁ କୋଣାର୍କ ଚକ୍ର ଓ ସୂର୍ଯ୍ୟ ମନ୍ଦିର ଜରିଆରେ ଉପସ୍ଥାପନ କରାଯାଇଛି । ଏଥିରେ ଭରତରେ ହକି କ୍ରୀଡ଼ା ପାଇଁ ରାଜ୍ୟର ଯୋଗଦାନକୁ ମଧ୍ୟ ଉପସ୍ଥାପନ କରାଯାଇଛି
ମହାରାଷ୍ଟ୍ର: ମହାରାଷ୍ଟ୍ରର ଝାଙ୍କିରେ ଏକବିଂଶ ଶତାବ୍ଦୀର ସଙ୍କେତ ତଥା ଭିତିଭୂମି କ୍ଷେତ୍ରରେ ଏକ ମାନଦଣ୍ଡ ଭାବେ ବିଚାର କରାଯାଉଛି ମୁମ୍ବାଇ-ବାଣ୍ଡ୍ରା ୱଲିଂ ସି’ ଲିଙ୍କ୍ ସହିତ ଏହାର ପ୍ରସିଦ୍ଧ ଡବାବାଲା ଏବଂ ଗେଟ୍‌ୱେ ଅଫ୍ ଇଣ୍ଡିଆକୁ ପ୍ରଦର୍ଶିତ କରାଯାଇଛି ।
ଏହି ଅଭିଯାନ ସମ୍ପର୍କରେ ଟାଟା କଂଜ୍ୟୁମର ପ୍ରଡକ୍ଟସ୍‌ର ସଭାପତି-ପ୍ୟାକେଜଡ୍ ବେଜେରେଜେସ୍ (ଭାରତ ଓ ଦକ୍ଷିଣ ଏସିଆ) ପୁନୀତ ଦାସ କହିଛନ୍ତି ଯେ, “ଟାଟା ଟି ପ୍ରିମିୟମ୍‌-ଦେଶ କି ଚାଏ ଦେଶ କି ଝାଙ୍କି ଅଭିଯାନର ଶୁଭାରମ୍ଭ କରି ଅତ୍ୟନ୍ତ ରୋମାଂଚିତ ଯାହା ଏକ ଭର୍ଚୁଆଲ ୩ଡି ଗଣତନ୍ତ୍ର ଦିବସ ପ୍ୟାରେଡ୍ ମାଧ୍ୟମରେ ସାରା ଭାରତର ଆଂଚଳିକ ଗୌରବ ରୂପରେଖକୁ ଉପସ୍ଥାପିତ କରିଛି । ଏକ ବ୍ରାଣ୍ଡ୍ ଭାବେ ଆମେ ଗ୍ରାହକଙ୍କୁ ସର୍ବଦା ଭିନ୍ନ ଓ ଚମତ୍କାର ଅନୁଭବ ଦେବାକୁ ଚାହୁଛୁ । ଆମର ଅଭିନବ ଗ୍ରାହକ ଅଭିଯାନ ଜରିଆରେ ଡିଜିଟାଲ କାହାଣୀ ବର୍ଣ୍ଣନା ଏବଂ ସଦ୍ୟତମ ପ୍ରଯୁକ୍ତି ସହ ଆମେ ସର୍ବଦା ଗ୍ରାହକମାନଙ୍କ ସହ ଯୋଡ଼ି ହେବା ଏବଂ ଜନସାଧାରଣଙ୍କ ପାଇଁ ପ୍ରାସଙ୍ଗିକ ହୋଇରହିବାକୁ ଚାହୁଛୁ । ଭାରତର ବିବିଧ ସଂସ୍କୃତି, ସମୃଦ୍ଧ ପରମ୍ପରା ଏବଂ ସାରା ଦେଶଣ ଜୀବନ ରୂପରେଖ ଜରିଆରେ ଭାରତକୁ ପାଳନ କରିବା ଏବଂ ଏକ ପ୍ରଭାବଶାଳୀ ଢଙ୍ଗରେ ତାହାକୁ ଗ୍ରାହକମାନଙ୍କ ଲାଗି ଉପସ୍ଥାପନ କରିବା ଦିଗରେ ଏହା ହେଉଛି ଆଉ ଏକ ଉଦ୍ୟମ ।’’
ଏହି ଅଭିଯାନ ସମ୍ପର୍କରେ ଇଣ୍ଡିଆ ମିଡିଆ ମଙ୍କର ଚିଫ୍ କଟେଂଟ୍ ଅଫିସର ଅଜାଜୁଲ୍ ହକ୍ କହିଛନ୍ତି ଯେ, “ ବିଭିନ୍ନ ରାଜ୍ୟର ଗଣତନ୍ତ୍ର ଦିବସ ଝାଙ୍କି ଦେଖିବା ହେଉଛି ପ୍ରତିବର୍ଷର ସବୁଠୁ ପ୍ରତିକ୍ଷୀତ କାର୍ଯ୍ୟକ୍ରମ । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଏହାର ସ୍ମୃତି ଅନୁଭବ ରହିଛି । ଟାଟା ଟି ପ୍ରିମିୟମ୍ ଦେଶ କି ଝାଙ୍କି ପଛର ଚିନ୍ତାଧାରା ହେଉଛି ଏହି କାର୍ଯ୍ୟକ୍ରମକୁ ପ୍ରତି ଭାରତୀୟଙ୍କୁ ସେମାନେ ପୂର୍ବରୁ କେବେ ଦେଖିନଥିବା ଭିନ୍ନ ଢଙ୍ଗରେ ଦେଖାେଇବା ଯାହାକୁ ସେମାନେ ପିଲାବେଳୁ ଦେଖୁଛନ୍ତି । ବିଭିନ୍ନ ରାଜ୍ୟର ଝାଙ୍କିର ୩ଡି ଭର୍ଚୁଆଲ୍ ଅନୁଭବ କେବଳ ଏକ ଅଭିଯାନ ନୁହେଁ; ଏହା ହେଉଛି ଏକ ଗୌରବର ମୁହୁର୍ତ ଯାହାକୁ ଆମେ ପ୍ରତି ଭାରତୀୟଙ୍କ ସହ ପାଳନ କରିବାକୁ ଚାହୁଛୁ ।’’

Share

Leave a Reply

Your email address will not be published. Required fields are marked *

fifteen + eleven =