ବଜାଜ୍ ଆଲିଆଂଜ୍ ପକ୍ଷରୁ କ୍ରିକେଟ୍‌ର ନୂଆ ତାରକା ଶୁଭ୍‌ମନ ଗିଲ୍‌ଙ୍କ ସହ ସହଯୋଗିତା

ଭୁବନେଶ୍ୱର: ବ୍ରାଣ୍ଡ୍‌ର ଯାତ୍ରା ଆଗକୁ ବଢ଼ାଇବା ଲାଗି ଦେଶର ଅଗ୍ରଣୀ ଘରୋଇ ବୀମା ସମାଧାନ ପ୍ରଦାନକାରୀ ବଜାଜ ଆଲିଆଂଜ୍ ଲାଇଫ୍ ପକ୍ଷରୁ କ୍ରିକେଟ୍ ତାରକା ଶୁଭ୍‌ବନ ଗିଲ୍‌ଙ୍କ ସହ ସହଯୋଗିତା ସ୍ଥାପନ କରାଯାଇଛି । ଆନ୍ତର୍ଜାତିକ କ୍ରିକେଟ୍‌ରେ ଶୁଭ୍‌ବନ ଗିଲ୍ ଏକ ଚର୍ଚ୍ଚିତ ନାମ ଏବଂ ନିଜ ସଫଳତା ଜରିଆରେ ସାରା ଦୁନିଆକୁ ସେ ପ୍ରଭାବିତ କରିଛନ୍ତି । ଶୃଙ୍ଖଳିତ ଢଙ୍ଗରେ ଜୀବନର ଲକ୍ଷ୍ୟ ହାସଲ କରିବାର ପ୍ରତୀକ ହେଉଛନ୍ତି ଗିଲ୍ ।
ଏହି ସହଯୋଗିତା ସମ୍ପର୍କରେ ଶୁଭବନ ଗିଲ କହିଛନ୍ତି ଯେ, “ବଜାଜ ଆଲିଆଂଜ୍ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ମୁଁ ବହୁତ ଖୁସି । ମ୍ୟାଚ୍ ଜିତିବା ପାଇଁ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଭଳି ଏହା ଏକ ସମ୍ପର୍କ । ଏହା ହେଉଛି ଜୀବନର ବଡ଼ ମ୍ୟାଚ୍ ଜିତିବା । ମୋ ପାଇଁ ଧ୍ୟାନ ଓ ନିରନ୍ତରତା ହେଉଛି ଗୁରୁତ୍ୱପୂର୍ଣ୍ଣ ଏବଂ ଗ୍ରାହକଙ୍କ ପ୍ରତି ଅତୂଟ ପ୍ରତିବଦ୍ଧତା ଓ ଅଭିନବ ସମାଧାନ ଜରିଆରେ ବଜାଜ ଆଲିଆଂଜ୍ ଲାଇଫ୍ ତାହାକୁ ପ୍ରତିଫଳିତ କରୁଛି । ବିଶ୍ୱାସ ଓ ଭରସାର ସୀମାରେଖା ପାର କରି ଭାରତର ଭରସାଯୋଗ୍ୟ ଜୀବନ ଲକ୍ଷ୍ୟ ସହଯୋଗ ହେବା ଲାଗି ମିଳିତ ଭାବେ ବଜାଜ ଆଲିଆଂଜ୍ ଲାଇଫ୍ ସହ ଏହି ସହଯୋଗିତାରେ କାର୍ଯ୍ୟ କରିବାକୁ ମୁଁ ଚାହିରହିଛି ।’’
ବଜାଜ ଆଲିଆଂଜ୍ ଲାଇଫ୍ ଇନ୍‌ସ୍ୟୁରାନ୍ସର ଚିଫ୍ ମାର୍କେଟିଂ ଅଫିସର ଚନ୍ଦ୍ରମୋହନ ମେହରା କହିଛନ୍ତି ଯେ, “କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରକୃତ ଜୀବନ ଲକ୍ଷ୍ୟ ଚମ୍ପିଆନ୍ ଶୁଭବନଙ୍କ ସହ ଏହି ସହଯୋଗିତାକୁ ନେଇ ଆମେ ବେଶ ଉତ୍ସାହିତ । ଦୀର୍ଘମିଆଦୀ ଯୋଜନା ଓ ନିରନ୍ତରତା ଜରିଆରେ ଜୀବନକୁ ବଡ଼ କରିବା ଏବଂ ବିଶ୍ୱାସ ସହ ବହୁ ଜୀବନ ଲକ୍ଷ୍ୟ ହାସଲ କରିବାର ନୂଆ ଭାରତୀୟ ଯୁବକଙ୍କ ପ୍ରତୀକ ହେଉଛନ୍ତି ଶୁଭବନ । ଖେଳର ସବୁ ଫର୍ମାଟ୍‌ରେ ଉତ୍କର୍ଷତା ହାସଲ କରିବା ଲାଗି ତାଙ୍କ ଅଭିଳାଷ ଆମ ପ୍ରତି ଭାରତୀୟଙ୍କ ଜୀବନ ଲକ୍ଷ୍ୟକୁ ସକ୍ଷମ କରିବାର ସାମଗ୍ରିକ ଅଭିଳାଷ ସହ ବେଶ ଖାପଖାଉଛି ।’’
ଏକ ବୀମା ବ୍ରାଣ୍ଡ୍ ସହ ଶୁଭବନଙ୍କ ଏହା ହେଉଛି ସ୍ୱତନ୍ତ୍ର ସହଯୋଗିତା । କଂପାନିର ବିଭିନ୍ନ ମାର୍କେଟିଂ ଅଭିଯାନରେ ତାଙ୍କୁ ସାମିଲ କରି ଉତ୍ପାଦ ଉପସ୍ଥାପନାକୁ ଜୀବନ୍ତ କରାଯିବ ଏବଂ ଅଧିକ ଲୋକଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରାଯିବ ।

Share

Leave a Reply

Your email address will not be published. Required fields are marked *

15 − 2 =