ଅପେକ୍ଷା ସରିଲା,କାଲି ବାହାହେବେ ପିସି

୩୬ ବର୍ଷୀୟ ପ୍ରିୟଙ୍କା ଚୋପ୍ରା ୨୫ ବର୍ଷୀୟ ନିକଙ୍କୁ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି । ମୁମ୍ବାଇସ୍ଥିତ ପ୍ରିୟଙ୍କାଙ୍କ ଘରକୁ ନୁଆ ବୋହୁ ଭଳି ସଜା ଯାଇଛି । ଏହି ଦୁଇ ଜଣଙ୍କ ନର୍ବନ୍ଧ ଅଗଷ୍ଟ ୧୮ରେ ମୁମ୍ବାଇରେ ହୋଇଥିଲା । ନଭେମ୍ବର ୩୦ତାରିଖରେ ପ୍ରିୟଙ୍କା ଏବଂ ନିକ୍ ତାଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟମାନଙ୍କ ପାଇଁ କକଟେଲ୍ ପାର୍ଟିର ଆୟୋଜନ କରିବେ। ଡିସେମ୍ବର ୧ତାରିଖରେ ତାଙ୍କ ହଳଦୀ ଉତ୍ସବ ଆୟୋଜିତ ହେବ। ସେମାନେ ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିୟାନ୍ ରୀତିନୀତି ଅନୁସାରେ ବିବାହ କରିବେ।
ଡିସେମ୍ବର ୨ତାରିଖରେ ହିନ୍ଦୁ ରୀତିରେ ଏବଂ ଡିସେମ୍ବର ୩ତାରିଖରେ ଖ୍ରୀଷ୍ଟିୟାନ୍ ରୀତିରେ ବିବାହ ହେବ। ହିନ୍ଦୁ ରୀତି ବିବାହରେ ପ୍ରିୟଙ୍କା ଡିଜାଇନର ଅବୁ ଜାନୀ ଏବଂ ସନ୍ଦୀପ ଖୋସଲାଙ୍କ ଦ୍ବାରା ପ୍ରସ୍ତୁତ ପୋଷାକ ପିନ୍ଧିବେ। ସେହିପରି ଖ୍ରୀଷ୍ଟିୟାନ୍ ରୀତିରେ ରାଲ୍ଫ ଲୈାରେନଙ୍କ ଦ୍ବାରା ପ୍ରସ୍ତୁତ ଆଉଟଫିଟରେ ନଜର ଆସିବେ। ଗୋଟିଏ ରିସେପ୍ସନ୍ ଦିଲ୍ଲୀରେ ହେବ। ବିବାହର କିଛି ଦିନ ପରେ ରିସେପସନ୍ ହେବ। ଦ୍ବିତୀୟ ରିସେପସନ୍ ବଲିଉଡ ବନ୍ଧୁଙ୍କ ପାଇଁ ଆୟୋଜିତ ହେବ। ଏଥିପାଇଁ ନିର୍ଦ୍ଦିଷ୍ଟ ଦିନ ଓ ତାରିଖ ଧାର୍ୟ୍ୟ
ହୋଇନାହିଁ।

Share

Leave a Reply

Your email address will not be published. Required fields are marked *

one + 12 =