ଆସିଲା ଅନଲକ୍-୬ର ଗାଇଡଲାଇନ୍

ଭୁବନେଶ୍ୱର()  ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ଆଜି ଅନଲକ୍-୬ର ଗାଇଡଲାଇନ୍ ଜାରି ହୋଇଛି ।ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ଗାଇଡଲାଇନ୍ ଅନୁସାରେ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଜାରି ରହିବ । ଅତ୍ୟାବଶ୍ୟକ ସେବାକୁ ବାଦ ଦେଲେ ଅନ୍ୟ ସେବାକୁ ମନା ହୋଇଛି । ଜିଲ୍ଲାପାଳ ଓ ମୁନିସପାଲ କମିଶନର ଅବରୋଧ ଅଞ୍ଚଳ ଚିହ୍ନଟ କରିବେ ।

ଏହା ସହ ୧୬ ନଭେମ୍ବରରୁ ରାଜ୍ୟରେ ଖୋଲିବାକୁ ଯାଉଛି ସ୍କୁଲ । ସ୍ଥାନୀୟ ପ୍ରଶାସନର ଅନୁମତିରେ ଖୋଲିପାରେ ମନ୍ଦିର । ଅନୁମତି ନେଇ ମନ୍ଦିରରେ ପୂଜା କରିପାରିବେ ।

ଅନ୍ୟପଟେ ବାହାଘର ଉତ୍ସବରେ ସର୍ବାଧିକ ୨୦୦ ଲୋକଙ୍କୁ ସାମିଲ ହେବାକୁ ଅନୁମତି ରହିଛି । ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣ ଲୋକ ସାମିଲ ହୋଇପାରିବେ । କଣ୍ଟେନମେଣ୍ଟ ଜୋନ ବାହାରେ ଏହା ଲାଗୁ ହେବ ।

ସିନେମା ହଲ୍, ସୁଇମିଂ ପୁଲ, ଥିଏଟର ବନ୍ଦ ରହିବ । ନଭେମ୍ବର ୧୫ ଯାଏଁ ସିନେମା ହଲ୍, ସୁଇମିଂ ପୁଲ୍ ଓ ଥିଏଟର ବନ୍ଦ ରହିବ । ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ବନ୍ଦ ରହିବ । ଆବଶ୍ୟକ ସ୍ଥଳରେ ମନ୍ତ୍ରାଳୟର ଅନୁମତି କ୍ରମରେ ବିମାନ ଉଡିପାରିବ ।

ବଡ ଧରଣର ସାମାଜିକ, ରାଜନ୍ରେତିକ, କ୍ରୀଡା ସମାବେଶ ଉପରେ କଟକଣା ରହିଛି ।

Share

Leave a Reply

Your email address will not be published. Required fields are marked *

seventeen + fifteen =