ନଭେମ୍ବର ୧୬ରୁ ରାଜ୍ୟରେ ଖୋଲିବ ସ୍କୁଲ

ଭୁବନେଶ୍ବର () ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ନଭେମ୍ବର ୧୬ ତାରିଖରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ କେବଳ ନବମରୁ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ପୂଜା ପର୍ୟ୍ୟନ୍ତ ସ୍କୁଲ ବନ୍ଦ ରହିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୪ ତାରିଖରୁ ରାଜ୍ୟରେ ସ୍କୁଲ ବନ୍ଦ ରହିଛି । ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ନେଇପାରିବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯିବା ପରେ କେତେକ ରାଜ୍ୟ ନଭେମ୍ବରରେ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି । କିଛି କିଛି ରାଜ୍ୟରେ ମଧ୍ୟ ସ୍କୁଲ ଖୋଲାଯାଇଛି ।

Share

Leave a Reply

Your email address will not be published. Required fields are marked *

twenty + 6 =