୧୦ରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ

ଦର୍ଶକଙ୍କ ମଧ୍ୟରେ ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବ ଇଣ୍ଡିଆ-ସାଉଥ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ | ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି | କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି | ଏଥିପାଇଁ ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ। ହୋଟେଲ ବୁକିଂ ସରିଥିବା ବେଳେ ଏନର୍ଜି ଓ ଡାଏଟ ଫୁଡ୍ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି।

କୋଭିଡ ଗାଇଡଲାଇନ ମାନି ଆତିଥ୍ୟ ପ୍ରଦାନ କରିବାକୁ ସଜବାଜ ହେଉଛି ଭୁବନେଶ୍ୱରର ଏକ ତାରକା ହୋଟେଲ। ଗତକାଲିଠୁ ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚର ଅଫ୍‌ଲାଇନରେ ଟିକଟେ ବିକ୍ରି ଆରମ୍ଭ ହୋଇଛି। ଓସିଏ ସହିତ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନକୁ ଟିକେଟ ପ୍ରଦାନ କରାଯାଇଛି। ଏହି ବର୍ଗରେ ୮ ହଜାର ଟିକେଟ ବିକ୍ରି କରାଯିବ ପରେ ୯ ଓ ୧୦ ତାରିଖରେ ଷ୍ଟାଡିୟମର ବିଭିନ୍ନ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି ହେବ୧୬ ହଜାର ୧୫୪ଟି ଟିକେଟ।

ଅନ୍ୟପଟେ, ଭୁବନେଶ୍ବର ଏୟାରପୋର୍ଟଠାରୁ ହୋଟେଲରେ ରହିବା ପର୍ଯ୍ୟନ୍ତ ଏବଂ ହୋଟେଲରୁ ବାରବାଟୀ ଯାଏଁ ସବୁଠି ସୁରକ୍ଷା ପାଇଁ ଚାଲିଛି ପ୍ରସ୍ତୁତି । ୨୧ ପ୍ଲାଟୁନ ପୋଲିସ ଫୋର୍ସକୁ ନେଇ ସୁରକ୍ଷା ବ୍ୟବସ୍ଥା କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

ଭୁବନେଶ୍ବର ୟୁପିଡିର ସବୁ ଅଫିସରଙ୍କୁ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯିବ । ଖେଳାଳି ପହଞ୍ଚିବାଠାରୁ ନେଇ ହୋଟେଲରେ ରହିବା ଏପରିକି ଷ୍ଟାଡିୟମରେ ପହଞ୍ଚିବା ପର୍ଯ୍ୟନ୍ତ ଯେଉଁ ସୁରକ୍ଷା ବ୍ୟବସ୍ଥା କରାଯିବ ସେଥିରେ ଯେପରି କୌଣସି ତ୍ରୁଟି ନହେବ ତାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

8 − six =