ତନୁଷ କୋଟିୟନ ଏବଂ ହର୍ଷ ଦୁବେଙ୍କୁ ମିଳିବ କି ସୁଯୋଗ
ଟିମ୍ ଇଣ୍ଡିଆ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଶ୍ରୀଲଙ୍କା ଗସ୍ତ କରିବ । ଟିମ୍ ଶ୍ରୀଲଙ୍କା ଗସ୍ତ କରିବା ପୂର୍ବରୁ ଟିମ୍ ଇଣ୍ଡିଆର ଦୁଇ ଷ୍ଟାର ବ୍ୟାଟର କେଏଲ ରାହୁଲ ଏବଂ ଯଶସ୍ବୀ ଜୟସୱାଲ ମୁମ୍ବାଇରେ ଏକାଠି ଅଭ୍ୟାସ କରୁଥିବାର ନଜର ଆସିଛନ୍ତି । ମୁମ୍ବାଇରେ ବର୍ତ୍ତମାନ ଖରାପ ପାଣିପାଗ ଥିବା ସତ୍ତ୍ବେ ଦୁଇ ଖେଳାଳି ଅଭ୍ୟାସ ଜାରି ରଖିଛନ୍ତି । ବର୍ଷାରୁ ରକ୍ଷା ପାଇବା ପାଇଁ ବାନ୍ଦ୍ରା ୱେଷ୍ଟର ୱିଙ୍ଗସ ସ୍ପୋଟର୍ସ ସେଣ୍ଟରରେ ଅଭ୍ୟାସ ଜାରି ରଖିଛନ୍ତି । ଆଉ ଏମାନଙ୍କ ସହିତ ତନୁଷ କୋଟିୟନ ଏବଂ ହର୍ଷ ଦୁବେ ମଧ୍ୟ ଅଭ୍ୟାସ କରୁଛନ୍ତି ।
ଖବର ମୁତାବକ, ତନୁଷ କୋଟିୟାନ ଏବଂ ହର୍ଷ ଦୁବେ ମଧ୍ୟ ଶ୍ରୀଲଙ୍କା ଟୁର ପାଇଁ ଅଭ୍ୟାସ କରୁଛନ୍ତି । ଶ୍ରୀଲଙ୍କାରେ ସ୍ପିନ ବୋଲରଙ୍କୁ ବହୁତ ଲାଭ ମିଳିବ । ଆଉ ଏ ଦୁହେଁ ସେଠାରେ ଟିମ ଖେଳାଳିଙ୍କ ପାଇଁ ଅଭ୍ୟାସ ସମୟରେ ବୋଲିଂ କରିବାକୁ ଶ୍ରୀଲଙ୍କା ଯିବେ । ଗତ କିଛିଦିନ ହେଲାଣି, କେଏଲ ରାହୁଲ ଏବଂ ଯଶସ୍ବୀ ଜୟସୱାଲ ଏମାନଙ୍କ ସହିତ ଅଭ୍ୟାସ କରୁଛନ୍ତି । ତନୁଷ ଏବଂ ହର୍ଷଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଟିମରେ ସାମିଲ କରାଯାଇନାହିଁ, କିନ୍ତୁ ସ୍ପେଶାଲ ଦାୟିତ୍ବ ମିଳିଛି । ଏହି ଦୁଇ ଖେଳାଳି ନେଟ୍ ବୋଲର୍ସ ଭାବେ ଟିମ୍ ଇଣ୍ଡିଆ ସହିତ ଶ୍ରୀଲଙ୍କା ଯିବେ । ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର ଏବଂ ସାରାଂଶ ଜୈନ ଭଳି ମୁଖ୍ୟ ସ୍ପିନର ଭାବେ ଅଭ୍ୟାସରେ ସାମିଲ ହେବେ ।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଅଗଷ୍ଟ ୪ ତାରିଖରେ ଶ୍ରୀଲଙ୍କା ଗସ୍ତ କରିବ ଟିମ୍ ଇଣ୍ଡିଆ । ଅଗଷ୍ଟ ୭ରେ ୪ ଦିନିଆ ୱାର୍ମ ଅପ୍ ମ୍ୟାଚ୍ ଖେଳିବ । ପ୍ରଥମ ଟେଷ୍ଟ ଅଗଷ୍ଟ ୧୫ରୁ ୧୯ ତାରିଖରେ ଗାଲେରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ କଲମ୍ବୋରେ ଅଗଷ୍ଟ ୨୩ରୁ ୨୭ ଯାଏ ଚାଲିବ ।
ଟିମ୍ ଇଣ୍ଡିଆ : ଶୁବମନ ଗିଲ (ଅଧିନାୟକ), ରିଷଭ ପନ୍ତ (ଉପ ଅଧିନାୟକ), ଯଶସ୍ୱୀ ଜୟସୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଧ୍ରୁଭ ଜୁରେଲ, ଦେବଦତ୍ତ ପାଡ଼ିକଲ, ମାନବ ସୂତାର, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୁର ବ୍ରାର, ସାରାଂଶ ଜୈନ ।

