ସପ୍ତାହେ ଭିତରେ ୪୧ ପ୍ରତିଶତ ବଢ଼ିଲାଣି କରୋନା ରୋଗୀଙ୍କ ସଂଖ୍ୟା

ଭାରତରେ କରୋନା ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି। ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ କରୋନା ମାମଲା ୪୧ ପ୍ରତିଶତ ବୃଦ୍ଧି ପାଇଛି। ଏପ୍ରିଲ ୨୫ରୁ ମେ’ ୧ ମଧ୍ୟରେ ଭାରତରେ କରୋନାର ମୋଟ୍‌ ୨୨,୨୦୦ଟି ନୂଆ ମାମଲା ସାମ୍ନାକୁ ଆସିଛି। ପ୍ରକାଶ ଯେ ପୂର୍ବ ସପ୍ତାହରେ ଏହି ହାର ପାଖାପାଖି ୧୫,୮୦୦ ଥିଲା। ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ହରିୟାଣାରେ କରୋନାର ସବୁଠୁ ଅଧିକ ମାମଲା ଦେଖିବାକୁ ମିଳିଛି। ଅନ୍ୟପଟେ କରୋନାର ବର୍ଦ୍ଧିତ ମାମଲାକୁ ଦେଖି ନୋଏଡ଼ାରେ ୧୪୪ ଧାରା ଲାଗୁ ହୋଇଛି।

କରୋନାର ମୋଟ୍‌ ମାମଲା ମଧ୍ୟରୁ ୬୮ ପ୍ରତିଶତ ଦିଲ୍ଲୀ, ହରିୟାଣା ଓ ଉତ୍ତର ପ୍ରଦେଶରୁ ହିଁ ଚିହ୍ନଟ ହୋଇଛନ୍ତି। କିନ୍ତୁ ଆଶ୍ୱସ୍ତିକର କଥା ହେଉଛି, କରୋନା ଯୋଗୁ ମୃତ୍ୟୁ ହାର ବୃଦ୍ଧି ପାଇନାହିଁ। ଗତ ସପ୍ତାହରେ ଦିଲ୍ଲୀରେ କରୋନା ମାମଲାରେ ୫୩ ପ୍ରତିଶତ ବୃଦ୍ଧି ହୋଇଛି। ମୋଟ୍‌ ୨୦ଟି ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଇଛି। କିନ୍ତୁ ଅଧିକାଂଶ ରାଜ୍ୟରେ ଗତ ସପ୍ତାହରେ କରୋନାର ପାଖାପାଖି ୧ ହଜାର ମାମଲା ସାମ୍ନାକୁ ଆସିଛି।

ହରିୟାଣାରେ ଗତ ସପ୍ତାହରେ ମୋଟ୍‌ ୩୭୦୦ ନୂଆ ମାମଲା ଆସିଛି, ଯାହା ଗତ ସପ୍ତାହ ତୁଳନାରେ ୬୧ ପ୍ରତିଶତ ଅଧିକ। ସେହିପରି କେରଳରେ ଗତ ସପ୍ତାହରେ ୨୦୦୦, ଉତ୍ତର ପ୍ରଦେଶରେ ମୋଟ୍‌ ୧୭୦୦, ମହାରାଷ୍ଟ୍ରରେ ମୋଟ୍‌ ୧୦୦୦ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। କିନ୍ତୁ କେରଳରେ ଗତ ସପ୍ତାହରେ କରୋନାରେ କାହାର ବି ମୃତ୍ୟୁ ହୋଇନାହିଁ, ଯାହା ଟିକେ ଚିନ୍ତା କମାଇଛି।

Share

Leave a Reply

Your email address will not be published. Required fields are marked *

three + one =