Friday, October 30, 2026
Latestରାଜ୍ୟ

ସହୀଦଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ

ରାଇରଙ୍ଗପୁର() ଭାରତ ଚୀନ ଗଲୱାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ଘଟି ଓଡ଼ିଶାର ଦୁଇ ଜଣ ଯବାନ ବୀର ଗତି ପ୍ରାପ୍ତ ହେବା ପରେ ଦୁଇ ଶହୀଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବେ ଘୋଷଣା କରିଥିଲେ। ତେବେ ଆଜି ସହୀଦ ନନ୍ଦୁରାମ ସୋରେନଙ୍କ ମରଶରୀର ରାଇରଙ୍ଗପୁର ସହରରେ ପହଞ୍ଚିବା ପରେ ତାଙ୍କ ପୈତୃକ ଗ୍ରାମ ବଡ଼ଚମ୍ପାଉଦା ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଆଜି ୨୫ ଲକ୍ଷ ଟଙ୍କାର ଚେକ୍ ସହୀଦ ନନ୍ଦୁରାମ ସୋରେନଙ୍କ ସ୍ତ୍ରୀ ଓ ତାଙ୍କ ତିନି ଝିଅଙ୍କୁ ପ୍ରଦାନ କରିଥିଲେ। ଉକ୍ତ ଚେକ୍ ପ୍ରଦାନ କରିବା ସମୟରେ ତାଙ୍କ ସହିତ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡା ବିଧାୟକ ରାଜ କିଶୋର ଦାସ, ରାଇରଙ୍ଗପୁର ପୂର୍ବତନ ବିଧାୟକ ସାଇବା ସୁଶିଲ ହାଁସଦା, କାଶିନାଥ ହେମ୍ବ୍ରମ, ଏସଡିସିର ପୂର୍ବତନ ଚେୟାରମେନ ଦେବାଶିଷ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply

Your email address will not be published. Required fields are marked *

1 + 9 =