୧୨୫ ଦିନିଆ ଅଭିଯାନରେ ପ୍ରବାସୀ ଶ୍ରମିକଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ() ପ୍ରବାସୀ ଶ୍ରମିକଙ୍କ ପାଇଁ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । ଭିଡ଼ିଓ କନଫରେନ୍ସ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗ୍ରାମାଞ୍ଚଳରେ ଜୀବିକା ଯୋଗାଇବାରେ ଏହି ଯୋଜନା ସହାୟକ ହେବ । ଓଡ଼ିଶା ସମେତ ୬ଟି ରାଜ୍ୟର ୧୧୬ ଗ୍ରାମୀଣ ଜିଲ୍ଲାରେ ଏହି ଅଭିଯାନ ଚାଲିବ । ଛଅ ରାଜ୍ୟ ହେଉଛି ଓଡ଼ିଶା, ଝାଡ଼ଖଣ୍ଡ, ୟୁପି, ମଧ୍ୟପ୍ରଦେଶ ଓ ରାଜସ୍ଥାନ ।୧୨୫ ଦିନିଆ ଅଭିଯାନରେ ପ୍ରବାସୀ ଶ୍ରିମକଙ୍କୁ ଏହି ନିଯୁକ୍ତି ମିଳିବ । କୁଶଳୀ ଶ୍ରମିକମାନଙ୍କର ଦକ୍ଷତା ଓ ତାଲିମ ଭିତ୍ତିରେ ନିଯୁକ୍ତି ମିଳିବ । ଭିତ୍ତିଭୂମି ସହ ସମ୍ପୃକ୍ତ ୨୫ଟି ଯୋଜନାରେ ଶ୍ରମିକମାନେ କାର୍ଯ୍ୟ କରିବେ । ଅଭିଯାନ ପାଇ ବ୍ୟୟ ବରାଦ ହୋଇଛି ୫୦ହଜାର କୋଟି ଟଙ୍କା ବୋଲି ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

3 × 5 =